୧୮-ଫେବୃଆରୀ-୨୦୨୫,ମଙ୍ଗଳବାର



➡️୧-ଆସିଲା ରାଜ୍ୟ ବଜେଟ୍, ବିଧାନସଭାରେ ୨ଘଣ୍ଟା ୪୩ ମିନିଟର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସବୁ ବର୍ଗକୁ ଗୁରୁତ୍ବ ଦେଇ ବଜେଟର ପରିମାଣ ବଢ଼ାଇଲେ ମୋହନ ସରକାର । ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି ।

➡️୨-ଆଜିଠୁ ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା ।  

➡️୩-ହିଟୱେଭ୍ ପାଇଁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ, ସକାଳୁଆ କରିବାକୁ ଦେଲେ ନିର୍ଦ୍ଦେଶ l

➡️୪-ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ ଚଳିତବର୍ଷ ଲାଗିବ AI କ୍ୟାମେରା l ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର ରଖାଯିବ।

➡️୫-ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ ।

➡️୬-ଜ୍ଞାନେଶ କୁମାର ଦେଶର ନଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ହେଲେ ନିଯୁକ୍ତ । ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ବାଜିଲା ମୋହର l

➡️୭-ଆଜି ମହା‌କୁମ୍ଭ ମେଳାର ୩୬ତମ ଦିବସ, ଆଜି ସୁଦ୍ଧା ବୁଡ଼ ପକାଇଲେଣି ୫୩ କୋଟି ଶ୍ରଦ୍ଧାଳୁ ଏବଂ ଏହି ପ୍ରକ୍ରିୟା ଆଗାମୀ ୯ ଦିନ ପର୍ଯ୍ୟନ୍ତ ଜାରି ରହିବ l ପୁଣି ଘଟିଲା ଅଗ୍ନିକାଣ୍ଡ, ଆଜି ସେକ୍ଟର ୮ରେ ଏକ ଖାଲି ଥିବା ଟେଣ୍ଟ୍‌ରେ ଲାଗିଲା ନିଆଁ l ତୁରନ୍ତ ନିଆଁକୁ କଲେ ଆୟତ୍ତ l ଆଗକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି। 

➡️୮-ଏଣିକି ଏବେ ଏବେ ଦେଶର ସବୁ ଜିଲ୍ଲାରେ ମିଳିବ ଏୟାର ଆମ୍ବୁଲାନ୍ସ ସୁବିଧା l ଆଇଆଇଟି ମାଡ୍ରାସ ସମ୍ପର୍କିତ ଷ୍ଟାର୍ଟଅପ୍ ‘ଇ-ପ୍ଲେନ କମ୍ପାନୀ’ ୭୮୮ଟି ଏୟାର ଆମ୍ବୁଲାନ୍ସ ଯୋଗାଇ ଦେବ, ଯେଉଁଗୁଡିକୁ ଦେଶର ପ୍ରତ୍ୟେକ ଜିଲ୍ଲାରେ ମୁତୟନ କରାଯିବ। ୧ ବିଲିୟନ ଡଲାରର ହେଲା ରାଜିନାମା l

➡️୯-ରାଜ୍ୟ ବଜେଟକୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ, ‘ପଛକୁ ଯାଉଛି ଡବଲ ଇଞ୍ଜିନ ସରକାର’ l 

➡️୧୦-୩ଦିନରେ ୧୦୦କୋଟି ପାର୍ କଲା ବିକିଙ୍କ ଫିଲ୍ମ "ଛାବା" l ଫିଲ୍ମଟି ରିଲିଜ୍ ହେବା ପରେ ଯେତିକି ଆଶା ଥିଲା ତା’ଠାରୁ ଅଧିକ ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି। 

➡️୧୧-ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ଗୁରୁବାର ଅପରାହ୍ନ ୪.୩୦‌‌ରେ ନେବେ ଶପଥ। ତେବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସ୍‌ପେନ୍ସ ଜାରୀ l

➡️୧୨-ସଙ୍ଗମର ପବିତ୍ର ଜଳରେ କୁମ୍ଭ ସ୍ନାନ କଲେ ଗୋରଖପୁର ଜିଲ୍ଲା ଜେଲର ୧୯୧୧ କୈଦୀ l ଜିଲ୍ଲା ଜେଲର ଓ ଜେଲ ଅଧିକ୍ଷକ ସେମାନଙ୍କ କୁମ୍ଭ ସ୍ନାନ ବ୍ୟବସ୍ଥା କରିଥିଲେ l

➡️୧୩-ଦାନରେ ରେକର୍ଡ ଭାଙ୍ଗିଲା ଅଯୋଧ୍ୟା ରାମମନ୍ଦିର, ଦେଶର ସବୁଠୁ ଅଧିକ ଆୟ କରୁଥିବା ମନ୍ଦିରମାନଙ୍କ ସୂଚୀର ୩ ନମ୍ବର ସ୍ଥାନକୁ ପହଞ୍ଚିଲା । 

➡️୧୪-ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସ ର ଗଭର୍ଣ୍ଣର ମୋରା ହିଲି କଲେ ସମ୍ମାନିତ l ନୀତା ଅମ୍ବାନୀଙ୍କୁ ଦିଆଯାଇଥିବା ପ୍ରଶସ୍ତିପତ୍ରରେ ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ମାନ୍ୟତା ଦିଆଯାଇଛି। 

➡️୧୫-ଦିଲ୍ଲୀ ରେ ବଦଳିଲା ସରକାର, ଆରମ୍ଭ ହେଲା ଯମୁନା ନଦୀ ସଫେଇ କାମ l ପ୍ରଶ୍ନ ଉଠିଲା ସରକାର ଗଠନ ହେବା ପୂର୍ବରୁ ଦଳ ନଦୀର ସଫେଇ କାମରେ ତତ୍ପରତା ପଛର କାରଣ କ’ଣ ?

➡️୧୬-ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କୁ ବିମାନ ବନ୍ଦରରେ କରାଗଲା ଭବ୍ୟ ସ୍ବାଗତ । ନିଜର ଭାରତ ଗସ୍ତ ସମୟରେ ଅଲ୍ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । 

➡️୧୭-କାନାଡାର ଟରଣ୍ଟୋ ବିମାନ ବନ୍ଦରରେ ବଡ଼ ଅଘଟଣ, ଲ୍ୟାଣ୍ଡିଂ ବେଳେ ଓଲଟି ପଡ଼ିଲା ବିମାନ, ୧୮ ଯାତ୍ରୀ ଆହତ l ଲ୍ୟାଣ୍ଡିଂ ସମୟରେ ଡେଲ୍ଟା ଏୟାରଲାଇନର ବିମାନ ଓଲଟି ପଡିଲା l

➡️୧୮-କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ବିଜୟରୁ ଭାରତୀୟ ମହିଳା ଦଳର ଅଭିଯାନ ହେଲା ଆରମ୍ଭ l ମହିଳା ବିଭାଗ ମ୍ୟାଚରେ ଭାରତ ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଏହି ଅଭିଯାନ କଲା ଆରମ୍ଭ l

➡️୧୯-ମେ’ ୧ରୁ ମୁମ୍ବାଇରେ ହେବ କ୍ରିଏଟ୍‍ ଇନ୍‍ ଇଣ୍ଡିଆ ଆନିମେ ଏବଂ ମାଙ୍ଗା ଚ୍ୟାଲେଞ୍ଜ l ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ମିଡିଆ ଏବଂ ମନୋରଞ୍ଜନ ସଂଘ (MEAI) ସହଯୋଗରେ ଏହି ପ୍ରତିଯୋଗୀତା ଆୟୋଜିତ କରାଯାଉଛି, ଯାହା ମେ’ ୧ରୁ ୪ତାରିଖ ଯାଏ ଚାଲିବ। 

➡️୨୦-ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ପୂର୍ବରୁ ଆରମ୍ଭ ହେଲା ଏକ ନୂଆ ବିବାଦ l କରାଚିସ୍ଥିତ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଭାରତର ଜାତୀୟ ପତାକା ନଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ଉପୁଜିଲା ବିବାଦ l

*🔅ଆଜିଠାରୁ ବସନ୍ତ ଋତୁ ଆରମ୍ଭ ll*
*🔅ଆଜି ମାତା ଯଶୋଦା ଜୟନ୍ତୀ ll*
*🔅ଆଜି ଶ୍ରୀ ରାମକୃଷ୍ଣ ପରମହଂସ ଜୟନ୍ତୀ ll*
*🔅ଆଜି ଶ୍ରୀ ଚୈତନ୍ୟ ମହାପ୍ରଭୂ ଦେବ ଜୟନ୍ତୀ ll*
*🔅ଆଜି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ସମାଧି ଦିବସ ll*
*🔅ଆଜିର ଦିନରେ ଭାରତୀୟ ଡାକସେବାରେ ବିମାନର ବ୍ୟବହାର ହୋଇଥିଲା ll*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024