ଖବର ଆଜିର ତାରିଖ:୦୮/୦୨/୨୫, ଶନିବାର



୧-ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ, ୪୭୯୯ ଜଣ ହେଲେ କୃତକାର୍ଯ୍ୟ।

୨-ଭୁବନେଶ୍ୱର:୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ଆଜି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।

୩-କଟକ: ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟ ବ୍ଲାକ ଘଟଣା, ୭ ଗିରଫ।

୪-ଭୁବନେଶ୍ବରରେ ପହଁଚିଲା ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଟିମ୍ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସ୍ବାଗତ ।

୫-କୁଚିଣ୍ଡା:ବାହାଘର ସାରି ଘରକୁ ଫେରୁଥିବାବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର, ବର କନ୍ୟା ଗୁରୁତର।

୬-ମାର୍ଚ୍ଚ ମାସରେ ମିଳିପାରେ ଆୟୁଷ୍ମାନ କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ।

୭-ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୦୩୬ ବିକଶିତ ଓଡିଶା ଗଠନ ପାଇଁ କହିଲେ।

୮-ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଥାନା ଭିତରେ ସ୍ବାମୀକୁ ନିସ୍ତୁକ ମାଡ଼।

୯-ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ବାରା ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ।

୧୦-ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରିଛନ୍ତି।

୧୧-ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା, ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ।

୧୨-କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ, ଯୋଗ ଦେଲେ ୪ ଶହରୁ ଊର୍ଦ୍ଧ୍ୱ ସ୍ୱର ବିଶେଷଜ୍ଞ।

୧୩-ଗଞ୍ଜାମ:ଟମାଟୋ ଅଭାବି ବିକ୍ରି; ୫ ଦିନରେ ଅଧା ହୋଇଗଲା ଦର, ଫସଲ ତୋଳିବାକୁ ଚାଷୀ ଅମଙ୍ଗ।

୧୪-ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଗିରଫ ହେଲେ ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ସହଯୋଗୀ।

୧୫-ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁମୁହିଁ, କମ୍ୱିଂ ଅପରେସନ ଜୋରଦାର।

୧୬-ମଧ୍ୟବିତ୍ତଙ୍କୁ ଆରବିଆଇର ଉପହାର । କମିଲା ରେପୋ ରେଟ,କମି ପାରେ ଘର,କାର,ପର୍ସନାଲ ଋଣରେ ସୁଧ।

୧୭-ଏପ୍ରିଲରୁ ପ୍ରତି ମାସରେ ଜାରି ହେବ ବେରୋଜଗାରୀଙ୍କ ସଂଖ୍ୟା, ଦେଶର ନୀତି ନିର୍ଦ୍ଧାରଣ ପାଇଁ ଜରୁରୀ।

୧୮-ମହାକୁମ୍ଭ ମେଳା – ୪୦ କୋଟି ଟପିଲା ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ।

୧୯-ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପିରେ ଉତ୍ସାହ, ହ୍ୟାଟ୍ରିକ ଆଶାରେ ଆପ୍।

୨୦-ନୂଆ ଦିଲ୍ଲୀ:୧୦୦ ଗିଗାୱାଟ ସୌର ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଲା ଭାରତ।

୨୧-ନୂଆ ଆୟକର ବିଲ୍ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଆହୁରି ସହଜ ହୋଇଯିବ ରିଟର୍ନ ଫାଇଲିଂ।

୨୨-ମେ ୪ ରେ ହେବ ନିଟ୍-ୟୁଜି ପରୀକ୍ଷା,NTA ପକ୍ଷରୁ ସୂଚନା ଜାରି।

୨୩-୨୦୦୯ରୁ ଆମେରିକାରୁ ଫେରିଛନ୍ତି ୧୫୬୬୮ ଜଣ ବେଆଇନ ଭାରତୀୟ ପ୍ରବାସୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024