୦୯-ଫେବୃଆରୀ-୨୦୨୫,ରବିବାର



➡️୧-ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ କର୍ମୀମାନଙ୍କୁ ଯମୁନା ମୈୟା କି ଜୟ ସ୍ଲୋଗାନ ସହିତ ଭାଷଣ ଆରମ୍ଭ ଏବଂ ଶେଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍‌ଡିଏର ଶାସନ l ୧୫ଟି ରାଜ୍ୟରେ ଭାଜପା ନିଜେ ଶାସକ କ୍ଷମତାରେ ଅଛି। 

➡️୩-ଯାଜପୁରରେ ଲୋକାର୍ପିତ ହେଲା ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମା’ ବିରଜାଙ୍କ ଦର୍ଶନ ସହ କଲେ ପୂଜାର୍ଚ୍ଚନା l କକେଜ ଲାଗି ୫୬୦ କୋଟି ବ୍ୟୟ ବରାଦ ହୋଇଥିବାବେଳେ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାକି କଲେଜ ଉନ୍ନତି କରାଯିବ ଏବଂ ନର୍ସିଙ୍ଗ କଲେଜ କରାଯିବ l

➡️୪-ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା। ଯାଜପୁର ବ୍ୟାସନଗରରରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଲା ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ୯୮ ଲକ୍ଷ ଟପିଲା ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା। ବାକି ରହିଥିବା ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହେବ ଡିବିଟି । ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି।

➡️୫-ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା: ୩ ବର୍ଷରେ ବଣ୍ଟା ହେବ ୨.୨୫ଲକ୍ଷ ପକ୍କାଘର l ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି l

➡️୬-କେନ୍ଦ୍ର ସରକାରଙ୍କ ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍‌)କୁ ରାଜ୍ୟ ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କରିବାକୁ ନେଲେ ନିଷ୍ପତ୍ତି । ଏପ୍ରିଲ ୧, ୨୦୨୫ରୁ ଏହା ଲାଗୁ ହେବ। ଯେଉଁ କର୍ମଚାରୀମାନେ ଏନ୍‌ପିଏସ୍‌ ବ୍ୟବସ୍ଥାରେ ପେନସନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ l

➡️୭-କୋଲ୍‌କାତାର ନିୟୁ ଟାଉନ୍‌ ଅନ୍ତର୍ଗତ ଇକୋ ପାର୍କରେ ଖୋଲିଲା ଭାରତର ପ୍ରଥମ ସୌର ଗମ୍ବୁଜ ସଂଗ୍ରହାଳୟ। ଏଥିରେ ଲାଗିଥିବା ୧୫୦ ଓ ୨୦୦ ୱାଟ୍‌ବିଶିଷ୍ଟ ୨,୦୮୬ ଖଣ୍ଡ ସୌରଫଳକ ଦ୍ବାରା ସଂଗୃହୀତ ସୌରଶକ୍ତି ସଂଗ୍ରହାଳୟକୁ ବିଦ୍ୟୁତ୍‌ ଯୋଗାଇବା ସହିତ ଏହା ଚତୁଃର୍ପାଶ୍ବସ୍ଥ ଷ୍ଟ୍ରିଟ୍‌ଲାଇଟ୍‌ ବି ଜଳାଉଛି।  

➡️୮-ମହାନଦୀରେ ବନ୍ୟା ନିୟନ୍ତ୍ରଣ ଏବଂ ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆସନ୍ତା ୬ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ୧୦୬୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱ ବ୍ୟାଙ୍କ ଓ ଏସିଆନ୍‌ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ପୁନରୁଦ୍ଧାର ଓ ଉନ୍ନତୀକରଣ ପ୍ରକଳ୍ପ-୩ (ଡ୍ରିପ୍-୩)ରେ ହୀରାକୁଦ ବନ୍ଧର ମରାମତି, ଉନ୍ନତୀକରଣ ଏବଂ ଅନ୍ୟାନ୍ୟ କାମ ହେବ।

➡️୯-ପ୍ରେମ ସପ୍ତାହରେ ଆଜି ହେଉଛି ଚକ୍‌ଲେଟ୍‌ ଡେ, ଚକ୍‌ଲେଟ୍‌ ଦେଇ ମନ ଜିଣିବେ ଯୁବପିଢ଼ି l ନିଜ ମନର ସାଥୀକୁ ଚକଲେଟ୍‌ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିବସିଛନ୍ତି ଯୁବପିଢ଼ି। 

➡️୧୦-ଦିଲ୍ଲୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ ଭେଟେରାନ୍‌ ଅଭିନେତା ଉତ୍ତମ ମହାନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏୟାର ଆମ୍ବୁଲାନ୍ସରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଉତ୍ତମ ମହାନ୍ତିଙ୍କର ଲିଭର ସମସ୍ୟା ରହିଛି। 

➡️୧୧-ସିଲ୍ ହେଲା ଦିଲ୍ଲୀ ସଚିବାଳୟ, ସରକାରୀ ଦସ୍ତାବିଜ ଓ ତଥ୍ୟ ସୁରକ୍ଷା ପାଇଁ ହେଲା ନିର୍ଦ୍ଦେଶ l ଯୁଗ୍ମ ସଚିବ ଏହି ନିର୍ଦ୍ଦେଶ ନାମା କଲେ ଜାରି l

➡️୧୨-ବିଜେପିର ଦିଲ୍ଲୀ ବିଜୟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର l ଗତବର୍ଷ ଅକ୍ଟୋବର ମାସରେ ଦଳ ତାଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା।

➡️୧୩-ଅଯୋଧ୍ୟା ପରାଜୟର ମିଲକିପୁରରେ ପ୍ରତିଶୋଧ ନେଲା ବିଜେପି । ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ l

➡️୧୪-ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଲେ ପରାଜୟ ସ୍ୱୀକାର, ବିଜେପିକୁ ଜଣାଇଲେ ଶୁଭେଚ୍ଛା l 

➡️୧୫-ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତ ୮୦ତମ ସ୍ଥାନରେ ରହିଛି l

➡️୧୬-ଆମେରିକାରୁ ସ୍ଵଦେଶ ଫେରିବେ ଆହୁରି ପ୍ରାୟ ୬୦୦ ଭାରତୀୟ।ବେଆଇନ ଭାବେ ଆମେରିକାରେ ରହୁଥିବା ୬୦୦ ନାଗରିକଙ୍କୁ ଭାରତକୁ ପଠାଇବାକୁ ଆମେରିକା କଲା ତାଲିକା ପ୍ରସ୍ତୁତ l

➡️୧୭-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ମଞ୍ଜୁରିକୁ ରଦ୍ଦ କରିବା ସହ ଗୋପନୀୟ ସୂଚନା ପାଇବା ଉପରେ ଲଗାଇଲେ ରୋକ୍ l

➡️୧୮-ଆଜି ସୁପର ସଣ୍ଡେରେ ହେବ ସୁପର ମହାମୁକାବିଲା l ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆର ଦ୍ୱିତୀୟ ମ୍ୟାଚ । 

➡️୧୯-ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି, ବୁହାଇଲେ ଦେହର ଝାଳ l

➡️୨୦-ଜାତୀୟ କ୍ରୀଡ଼ାରେ ଚାଲିଥିବା ଆଥଲେଟିକ୍ସ ପ୍ରତିଯୋଗିତାର ଉଦଘାଟନୀ ଦିବସରେ ଓଡ଼ିଶାର ଉଦୀୟମାନ ତାରକା ଅନିମେଶ କୁଜୁର ୧୦.୨୮ ସେକେଣ୍ଡରେ ପୁରୁଷ ୧୦୦ ମିଟର ଦୌଡ଼ରେ ଜିତିଲେ ସ୍ବର୍ଣ୍ଣ ପଦକ l

*🔅ଆଜି ବରାହ ଦ୍ୱାଦଶୀ ll*
*🔅ଆଜି ଆଜି ବିଶ୍ୱ ବିବାହ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପ୍ରାର୍ଥନା ଦିବସ ll*
*🔅ଆଜି ଜାତୀୟ ପିଜା ଦିବସ ll*
*🔅ଆଜି ଜାତୀୟ ବନ୍ଦୋବସ୍ତ ଦିବସ ll*
*🔅ଆଜି ଜାତୀୟ ଦାନ୍ତ ଦିବସ ll*
*🔅ଆଜି ସୁପର ଚିକେନ୍ ଡେଣା ଦିବସ ll*

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)