ଖବର ଆଜିର ତାରିଖ:୦୬/୦୨/୨୫, ଗୁରୁବାର


୧-'ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗାଁର ଉନ୍ନତିକରଣ ପାଇଁ ପ୍ରତି ବର୍ଷ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା।

୨-କଟକ: ନିଯୁକ୍ତ ହେବେ ୨୭୫୩ ସ୍ବାସ୍ଥ୍ୟ କର୍ମୀ, ରହିତାଦେଶ ହଟାଇଲେ ହାଇକୋର୍ଟ।

୩-ଭୁବନେଶ୍ବର କିମସ ପକ୍ଷରୁ କଟାପାଲି ହାଇସ୍କୁଲରେ ହେବ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେବେ ବରିଷ୍ଠ ଡାକ୍ତରୀ ଟିମ୍।

୪-ମାଲକାନଗିରି:ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର , ରେଡ୍ ବେଳେ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା।

୫-କଟକ: କ୍ରିକେଟ ମ୍ୟାଚ ପୂର୍ବରୁ କମିଶନରେଟ ପୋଲିସର ବୈଠକ,ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ।

୬-ବାରବାଟୀରେ ଟିକେଟ୍ ପାଇଁ ଠେଲାପେଲା; ଭିଡ଼ ଭିତରେ ଅଚେତ ହୋଇଗଲେ ଏକାଧିକ ଯୁବକ, ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲା ପୋଲିସ

୭-ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ କୁକୁର ଗଣନା।ଫେବୃଆରୀ ଶେଷ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

୮-ଭୁବନେଶ୍ୱର:ମାଲକାନଗିରିରେ ଅସ୍ବାଭାବିକ ତାତି,ତାପମାତ୍ରା ୩୬ଂ ଛୁଇଁଲା।

୯-କଟକ:ଡି.ଇଏଲ.ଇଡି ପରିକ୍ଷା ଫଳ ପ୍ରକାଶ,୮୯.୪୮% କୃତକାର୍ଯ୍ଯ।

୧୦-ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଟଙ୍କପାଣି ବ୍ରିଜ ନିକଟ କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ।

୧୧-ମାଟ୍ରିକ ପରୀକ୍ଷା ଦେବେ ୫,୨୦୬୪୯ ଛାତ୍ରଛାତ୍ରୀ,୧୨ରୁ ସବୁ ନୋଡାଲ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର।

୧୨-କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ।

୧୩-ବରଗଡ:୨୨ ଛାତ୍ରକୁ ମାଡ଼ ମାରି ଠାକୁର ଦିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଫେରାର।

୧୪-ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, ଶେଷ ହେଲା କମିସନଙ୍କ ତଦନ୍ତ।

୧୫-ବୈବାହିକ ଋତୁରେ ବଢିଚାଲିଛି ସୁନା ଦର,ବର୍ତ୍ତମାନ ସୁନା ଦର ବଢି ୮୫ ହଜାର ହେଲାଣି।

୧୬-୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ସରିଲା ମତଦାନ, ଦିଲ୍ଲୀରେ ୬୦.୩୯ % ମତଦାନ।

୧୭-ଏକଜିଟ୍ ପୋଲରେ ବଦଳିଲା ଚିତ୍ର । ଦିଲ୍ଲୀରେ ସରକାର ଗଢିବ ବିଜେପି !

୧୮-ମହାକୁମ୍ଭ – ୧୩ ହଜାରରୁ ଅଧିକ ଲୋକଙ୍କୁ ଠାବ କଲା ଡିଜିଟାଲ ଲଷ୍ଟ ଆଣ୍ଡ ଫାଉଣ୍ଡ ସେଣ୍ଟର।

୧୯-ChatGPT ଏବଂ DeepSeek ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ଅର୍ଥ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ।

୨୦-ଭାରତ ଫେରିଲେ ୧୦୪ ପ୍ରବାସୀ ଭାରତୀୟ । ଆମେରିକାରେ ଅବୈଦ୍ଧ ଭାବେ ରହିଆସୁଥିଲେ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024