ତାରିଖ:୨୭/୦୨/୨୫, ଗୁରୁବାର



୧-ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ପ୍ରବଳ ଜନସମାଗମ,ଶିବମୟ ସାରା ଜଗତ । ଓମ୍‌କାର ଧ୍ବନିରେ ପ୍ରକମ୍ପିତ ହେଲା ଗଗନ ପବନ ।

୨-ଶିବରାତ୍ରିରେ ବିଭ୍ରାଟ, ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ଖସିପଡିଲେ ସେବାୟତ, ମୁଣ୍ଡ ଫାଟି ପଡ଼ିଲା ରକ୍ତ ଛିଟା, ଶୁଦ୍ଧି ପରେ ଦିଅଁଙ୍କ ନୀତି ସମ୍ପନ୍ନ।

୩-ଓଡ଼ିଶା ବିଜୁଳିରେ ବଳକା, ମୁଣ୍ଡପିଛା ବ୍ଯବହାର ଜାତୀୟ ହାରଠୁ ଅଧିକ।

୪-ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ୧୦ କୋଟି, ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୫-ଜଗତସିଂହପୁର: ଜେଲ ଗଲେ ରସିକିଆ ଥାନା ବାବୁ । କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ଗିରଫ ପରେ ଆଳିପିଙ୍ଗଳ ଜେଲକୁ ପଠାଇଦିଆଯାଇଛି। 

୬-ଜାଗର ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଘଟଣ: ଠେଲାପେଲାରେ ୫ ଅଚେତ।

୭-ଝାରସୁଗୁଡା:ମାଳିମୁଣ୍ଡାରେ ଥିବା ଇକୋ ପାର୍କରେ ଜଳିଗଲା ୧୫ହଜାରରୁ ଅଧିକ ଗଛ।

୮-ବାଲିଗୁଡ଼ା:ଅଜଣା ଗାଡି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର।

୯-କଟକ ବଡ଼ ଡ଼ାକ୍ତରଖାନା:୨୧୦୦ ରୋଗୀଙ୍କ ପାଇଁ ଜଣେ ଆହାର ବିଶେଷଜ୍ଞ।

୧୦-କିଟ୍ ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି : ବୁଦ୍ଧିଜୀବୀ ଅନିଲ ଧୀର।

୧୧-ବଲାଙ୍ଗୀର ପୁଇଁତଳା ଥାନା ଖମାରମୁଣ୍ଡା ଗାଁ:୨୦୦ ଫୁଟ ଉଚ୍ଚ ଟାୱାର ଉପରେ ୬ ଘଣ୍ଟା ଉତ୍ପାତ କଲେ ଯୁବକ; ନାକେଦମ୍‌ ହେଲେ ପୋଲିସ-ଅଗ୍ନିଶମ ବାହିନୀ।

୧୨-ବିଷ୍ଣୁପଦଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି,CBI କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ।

୧୩-ଭୁବନେଶ୍ୱର:ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବକୁ ବିରୋଧ; ଏକାଠି ହେଲେ ଗ୍ରାମବାସୀ ଓ ଅଭିଭାବକ।

୧୪-ଭୋପାଳ:ନିବେଶକ ସମ୍ମିଳନୀରେ ଖାଦ୍ୟ ଥାଳି ପାଇଁ ଧସ୍ତାଧସ୍ତି, ବିଜେପିକୁ ଘେରିଲା କଂଗ୍ରେସ।

୧୫-ଲୋକସଭା ନିର୍ବାଚନ ମଣ୍ଡଳୀ
ପୁନର୍ଗଠନ ବିବାଦ: ଓଡ଼ିଶାରେ ୨୧ରୁ ୨୮କୁ ବଢ଼ିପାରେ।

୧୬-ପଞ୍ଜାବର ସମସ୍ତ ସ୍କୁଲ୍‌-କଲେଜରେ ପଞ୍ଜାବୀ ଭାଷା ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି।

୧୭-ସରିଲା ପ୍ରୟାଗ ମହାକୁମ୍ଭ; ୪୫ ଦିନରେ ବୁଡ ପକାଇଲେ ୬୬ କୋଟିରୁ ଅଧିକ ଲୋକ।

୧୮-ଲାହୋର:୮ରନରେ ଜିତି ଇଂଲଣ୍ଡକୁ ବିଦା କଲା ଆଫଗାନିସ୍ତାନ।

୧୯-ବିହାର ରାଜନୀତିରେ ହଲଚଲ । ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଲେ ନୀତିଶ।

୨୦-ବୟସ୍କମାନଙ୍କ ସାକ୍ଷ୍ୟକୁ ଯେପରି ଗ୍ରହଣ କରାଯାଉଛି ଶିଶୁମାନଙ୍କ ସାକ୍ଷ୍ୟ ବି ସେହିପରି ଗ୍ରହଣଯୋଗ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

୨୧-ସୁଦାନରେ ବଡ଼ ଅଘଟଣ; ଦୁର୍ଘଟଣାଗସ୍ତ ହେଲା ସୈନ୍ୟଙ୍କୁ ନେଇ ଯାଉଥିବା ବିମାନ, ଦୁର୍ଘଟଣାରେ ୪୬ ମୃତ।

୨୨-ଦେଶକୁ ଅଧିକ ଆର୍ଥିକ ମଜଭୂତ ଲାଗି ଟ୍ରମ୍ପଙ୍କ ନୂଆ ଯୋଜନା : ସମସ୍ତ ବିତଶାଳୀଙ୍କୁ ମିଳିବ ଟ୍ରମ୍ଫଙ୍କ ଗୋଲ୍ଡ କାର୍ଡ I

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024