ତାରିଖ:୨୬/୦୨/୨୫, ବୁଧବାର



୧-ଭୁବନେଶ୍ୱର:ରାଜ୍ୟ ଟିକା ଭଣ୍ଡାର ଦେଶରେ ପ୍ରଥମ, ମିଳିଲା ISO ପ୍ରମାଣପତ୍ର।

୨-ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ, ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର।

୩-ନୂଆ ଦିଲ୍ଲୀ: ସ୍ବେଚ୍ଛାକୃତ ସାର୍ବଜନୀନ ପେନସନ ଯୋଜନା -ଦେଶର ସମସ୍ତ ନାଗରିକଙ୍କୁ ମିଳିବ ମାସିକ ତିନି ହଜାର।

୪-ଭଣ୍ଡାରିପୋଖରୀ:ଘରେ ପଶି ଦୁବୃର୍ତ୍ତ ହାଣିଲା,ବଡ ବୋହୁ ମୃତ,ଶାଶୁ ଓ ସାନ ବୋହୂ ଗୁରୁତର।

୫-ମାଲକାନଗିରି:ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା,ମାଟ୍ରନ ବହିଷ୍କୃତ,ଏଏନଏମ ଓ ପ୍ରଧାନଶିକ୍ଷକ ନିଲମ୍ବିତ।

୬-ରାଜି ହେଲେ ସେବାୟତ : ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ଉଠିବ ମହାଦୀପ।

୭-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ସାଇବର ଠକେଇର ଶିକାର : ସାଇବର ଅପରାଧୀ ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ।

୮-ଭୋରୁ ଭୋରୁ ଭୂମିକମ୍ପ,
ଶୋଇଥିଲେ ଲୋକ, ଥରିଲା ଅଧା ଓଡ଼ିଶା।ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧।

୯-ଓଡ଼ିଶା ପୋଲିସ ନିଯୁକ୍ତି: ମାର୍ଚ୍ଚ ୮ ଏବଂ ୯ ତାରିଖରେ ଲିଖିତ ପରୀକ୍ଷା, ଅନଲାଇନରେ ମିଳିବ ଆଡମିଟ୍ କାର୍ଡ।

୧୦-ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବାବାଙ୍କୁ ଏଠି ଲାଗି ହୁଏ ୬୦ ମାଣ ଭୋଗ।

୧୧-ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା, ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ।

୧୨-ଜଗତସିଂହପୁର ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା।ପୀଡିତା ହୋମଗାର୍ଡ ଜଣଙ୍କ ଅଭିଯୋଗ ପରେ ବନ୍ଧା ହେଲେ ରସିକିଆ ଆଇଆଇସି।

୧୩-ମାଷ୍ଟର କ୍ୟାଣ୍ଟିନ ଛକ :ପୁଣି ମୋ ବସ ଧକ୍କା, ୨ ଯୁବକ ଗୁରୁତର।

୧୪-କିଟ୍‍ ଓ କିସ୍‍ ପରିଦର୍ଶନରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ, ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ।

୧୫-ଭୁବନେଶ୍ୱର:ତିନି ଦିନ ପରେ ତାପମାତ୍ରା ୪ ଡିଗ୍ରୀ ବଢିବା ସମ୍ଭାବନା।

୧୬-ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ: ଖୁବ୍‌ଶୀଘ୍ର ଦଶପଲ୍ଲାରୁ ବାଣୀଗୋଛାକୁ ଗଡିବ ଟ୍ରେନ୍।

୧୭-ଭୁବନେଶ୍ୱର:ଚନ୍ଦ୍ରଶେଖର ହୋତା ହେଲେ ସାହିତ୍ୟ ଏକାଡେମୀର ନୂଆ ସଚିବ।

୧୮-ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ବିହାରକୁ ପ୍ରଶଂସା କଲେ ରାଷ୍ଟ୍ରପତି।

୧୯-ଭୁବନେଶ୍ୱର:୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ CBSE ଦଶମ ପରୀକ୍ଷା।

୨୦-ମହାକୁମ୍ଭ ଶେଷରେ ଘଟିବ ଚମତ୍କାର; ଆକାଶରେ ଦିଶିବ ବିରଳ ଘଟଣା, ସୌରମଣ୍ଡଳର ୭ଟି ଗ୍ରହ ଏକାସାଥିରେ ହେବେ ଦୃଶ୍ୟମାନ।

୨୧-ମହାକୁମ୍ଭରେ ଆସ୍ଥା ଓ ଆର୍ଥିକ କାରବାରର ମହାସଙ୍ଗମ, ୩.୨୫ ଲକ୍ଷ କୋଟି ଟପିବ ବ୍ୟବସାୟ।

୨୨-ପ୍ରୟାଗ ‘ମହାକୁମ୍ଭ’ରେ ଆଜି ଶେଷ ସ୍ନାନ ଯୋଗ, ଅନ୍ତିମ ଦିନରେ ବୁଡ଼ ପକାଇବେ ୧ କୋଟି ଶ୍ରଦ୍ଧାଳୁ।ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ।

୨୩-୧୯୮୪ ଶିଖ ବିରୋଧୀ ଦଙ୍ଗା: ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)