ଖବର ଆଜିର ତାରିଖ:୨୫/୦୨/୨୫, ମଙ୍ଗଳବାର



୧-ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ।

୨-ଶିବରା଼ତ୍ରୀ ପାଇଁ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ଶେଷ।ଶିବରାତ୍ର ଦିନ ରାତ୍ର ୧୨ଘଣ୍ଟା ସମୟରେ ମହାଦୀପ ଲାଗିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

୩-ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ଟ୍ରାଫିକ୍ କଟକଣା ଜାରି,ବିଏମ ସ୍କୁଲ୍ ପଡ଼ିଆ ଓ ତରଙ୍ଗ କ୍ଲବ୍ ପଛରେ ଗାଡି ପାର୍କିଂ ପାଇଁ ରହିଛି ବ୍ୟବସ୍ଥା। 

୪-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟିତ।

୫-ଭୁବନେଶ୍ୱର:ବଜେଟ୍ ରେ ପୁଞ୍ଜି ଖର୍ଚ୍ଚକୁ ପ୍ରାଧାନ୍ୟ, ପାଞ୍ଚବର୍ଷରେ ୧୭ରୁ ୬୫ ହଜାର କୋଟିକୁ ବୃଦ୍ଧି।

୬-ଦଶପଲ୍ଲା: ଗୋବର୍ଦ୍ଧନ ପୁରରେ ବ୍ୟାପୁଛି କିଡନୀ ରୋଗ,୭ ଆକ୍ରାନ୍ତ।

୭-ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ।

୮-ଦେଓଗାଁ:ବରକୁ ବେଦୀରେ ହତ୍ୟା ଉଦ୍ୟମ,୭ ଗିରଫ। ଜମି ବିବାଦକୁ ନେଇ ହତ୍ୟା ଷଡଯନ୍ତ୍ର ଅଭିଯୋଗ।

୯-ନିଳଗିରି: କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନାଗହଣା ନେଇ ଗୋଷ୍ଠୀ ସଭାପତି ଛୁ, ଥାନାରେ ମହିଳାଙ୍କ ହୋହାଲ୍ଲା।

୧୦-ଯାଜପୁର:ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଉତଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି।

୧୧-ବିଜେଡ଼ିର ଅଭିଯୋଗ: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

୧୨-ମାଲକାନଗିରି:ଆତ୍ମସମର୍ପଣ କଲେ ୯ ମାଓବାଦୀ,ମାଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା।

୧୩-ଢେଙ୍କାନାଳ,ଧନିଆଁ ନାଳୀ ଗାଁ:ବୀଭତ୍ସ ! ଚିକେନ୍ ତରକାରୀ କରିନଥିବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ।

୧୪-ବାଣପୁର ନାଚୁଣୀ ପୁରୁଣା ସାହି:୫ଟି ପରିବାରର ୧୪ ବଖରା ପୋଡି ପାଉଁଶ।୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଅନୁମାନ।

୧୫-ଅନୁଗୋଳ/ ସମ୍ବଲପୁର: ପୃଥକ ପୃଥକ ସ୍ଥାନରେ ଲୁଟ୍‌, ୧୩ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

୧୬-କେନ୍ଦ୍ରାପଡା ତିନିମୁହାଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ ; ସ୍ତ୍ରୀ ମୃତ, ପୁଅ-ସ୍ୱାମୀ ଆହତ।

୧୭-ଋଷିକୁଲ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ବିଶ୍ୱ ରେକର୍ଡ, ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଲେ ୬ଲକ୍ଷ ୯୮ହଜାର ୭୧୮ କଇଁଛ।

୧୮-ପ୍ରୟାଗରାଜ:ସରୁଛି ମହାକୁମ୍ଭ,ବଢୁଛି ଭିଡ଼; ବୁଡ଼ ପକାଉଛନ୍ତି ନେତା ଓ ଅଭିନେତା।

୧୯-ସେୟାର ବଜାର ପୁଣି ଲାଲ୍ ସଂକେତରେ ବନ୍ଦ, ୮ ମାସର ସର୍ବନିମ୍ନ ସ୍ତରରେ ସେନ୍‌ସେକ୍ସ।

୨୦-ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍‌ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି।

୨୧-ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଉଥିବା ବିଜେପି ନେତ୍ରୀ ନାଜିୟା ଇଲାହୀ ଖାନଙ୍କୁ ଆକ୍ରମଣ

୨୨-ICC ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍‌ଲା ନେଇ ସତର୍କତା, ସତର୍କ କରାଇଲା ପାକିସ୍ତାନ ଗୁଇନ୍ଦା ବିଭାଗ।

୨୩-ତିନି ବର୍ଷ ପରେ ବି ଥମୁନି ରୁଷ୍‌-ୟୁକ୍ରେନ ଯୁଦ୍ଧ; ରାତିରେ ୨୦୦ ମିଶାଇଲ ମାଡ଼ କଲା ଋଷ।

୨୪-ରାଓ୍ବଲପିଣ୍ଡି: ନ୍ୟୁଜଲାଣ୍ଡ ଠାରୁ ୫ ଓ୍ବିକେଟ୍ ରେ ବାଂଲାଦେଶ ପରାସ୍ତ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024