ଖବର ଆଜିର ତାରିଖ:୨୪/୦୨/୨୫, ସୋମବାର

 

୧-ଓସିଏର ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି।ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।

୨-ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ରାମଲାଲାଙ୍କୁ କରିବେ ଦର୍ଶନ।

୩-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉମରକୋଟ ୨ କୃଷି ଅଧିକାରୀ, ୫ ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ।

୪-୧୨ ଜିଲ୍ଲାକୁ ବର୍ଷା ନେଇ ସତର୍କତା ସୂଚନା ଜାରିକଲା ପାଣିପାଗ ବିଭାଗ।

୫-ନୂଆ ରୂପ ନେବ ବିଜେଡ଼ି ସଂଗଠନ,ପଣା ସଂକ୍ରାନ୍ତି ପୂର୍ବରୁ ହେବ ସାଂଗଠନିକ ନିର୍ବାଚନ।

୬-ଅନୁଗୋଳ: ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ଚିଠିଲେଖିଲା ବନ ବିଭାଗ।

୭-ଚୌଦ୍ଵାର:ଲିଫ୍ଟ ଦେବା ବାହାନାରେ ଲୁଟ୍ କରୁଥିଲେ ଗାଡ଼ିରେ ବସାଉଥିଲେ, ବନ୍ଧୁକ ଦେଖାଇ ଲୁଟ୍‌ କରୁଥିଲେ, ଏବେ ପଡ଼ିଲେ ପୋଲିସ ହାବୁଡ଼ରେ।

୮-ବ୍ରହ୍ମଗିରି: ଜାଗର ପାଇଁ ଚାଲିଛି ପ୍ରସ୍ତୁତି,ଦୀପ ଗଢ଼ିବାରେ ବ୍ୟସ୍ତ କାରିଗର।

୯-ଭୁବନେଶ୍ୱର:ଅସ୍ତ୍ରୋପଚାର ସଫଳ, ସୁସ୍ଥ ହେଉଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

୧୦-ଏମ୍ସ ଭୁବନେଶ୍ୱର ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ।

୧୧-ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , କେହି ଆହତ ହୋଇନଥିବା ଜଣାପଡ଼ିଛି।

୧୨-ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ,ଅଣଦେଖା କରୁଛି ପ୍ରଶାସନ।

୧୩-ତାଳଚେର:ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା।

୧୪-ଛତ୍ରପୁର:ଋଷିକୂଲ୍ୟା ବେଳାଭୂମିରେ ଗଣ ଅଣ୍ଡାଦାନ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ।

୧୫-ରାଜନଗର, ଗହ୍ମାଶିଖର ଗ୍ରାମ:ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।

୧୬-ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାର ହେବ ପରିବର୍ତନ,୨୦୨୬ରୁ ପାର୍ଟ ଟାଇମ୍ ବିଏଡ୍ ଓ ଏମ୍ ଏଡ୍।

୧୭-ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ କୋତୱାଲି ସହର:ଘର ଅପରିଷ୍କାର ହେବାରୁ ସ୍ବାମୀ ସହ ଝଗଡ଼ା କରି ୨ ଝିଅଙ୍କ ସହିତ ବିଷ ପିଇଲା ମା’।

୧୮-ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଉଗାଣ୍ଡା ଜେଲରେ ଅକଥନୀୟ ନିର୍ଯାତନା।

୧୯-ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ;NTPCରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ହେବାର ସୁଯୋଗ,ଖାଲି ଅଛି ୪୦୦ ପଦବୀ।

୨୦-ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ,ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା।

୨୧-ମନ୍ କି ବାତ୍‌ରେ ମୋଦୀଙ୍କ ମୋଟାପଣ ଚର୍ଚ୍ଚା,ଖାଇବା ତେଲର ବ୍ୟବହାର ୧୦% କମ୍‌ କରିବାକୁ ଉପଦେଶ।

୨୨-ଚମ୍ପିୟାନ ଟ୍ରଫି:ବିରାଟଙ୍କ ଦମଦାର ଶତକ, ପାକିସ୍ତାନକୁ ଧୂଳି ଚଟାଇ ସେମିରେ ଟିମ୍ ଇଣ୍ଡିଆ।

୨୩-ଜମ୍ମୁ-କାଶ୍ମୀର କୁପୱାଡାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮।

୨୪-ବ୍ରାଜିଲ:ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ଅଛି ସୁଖୀ ପରିବାର।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024