ଖବର ଆଜିର ତାରିଖ:୨୧/୦୨/୨୫, ଶୁକ୍ରବାର



୧-ଆଜିଠୁ ମାଟ୍ରିକ ପରୀକ୍ଷା । କପି ରୋକିବାକୁ ବ୍ୟାପକ ପ୍ରସ୍ତୁତି, କଣ୍ଟ୍ରୋଲ ରୁମରୁ ରହିବ ନଜର।ରାଜ୍ୟର ୫ଲକ୍ଷ ୧୨ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ।

୨-ଚାପମୁକ୍ତ ହୋଇ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତୁ:ଓଷ୍ଟା 

୩-ଭୁବନେଶ୍ୱର:ତାତି କମାଇଲା ହାଲୁକା ବର୍ଷା,୨ ଜିଲ୍ଲାକୁ ବର୍ଷା ଓ ବିଜୁଳି ସତର୍କତା।

୪-ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ, ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।

୫-ଭୁବନେଶ୍ୱର:କିଟରେ ସ୍ଵାଭାବିକ ହୋଇଛି ପରିସ୍ଥିତି, ଛାତ୍ରଛାତ୍ରୀଙ୍କୁ ଫେରିବାକୁ ବାର୍ତ୍ତା ଦେଲେ ନେପାଳ ରାଷ୍ଟ୍ରଦୂତ।

୬-ପାଠାଗାରରୁ ବହି ନେଇପାରିବେ ଯାତ୍ରୀ: ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ।

୭-ସମ୍ବଲପୁର ଛାତ୍ରୀ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରାଜେଶ ଦାସ ଗିରଫ।

୮-ଥମୁନି ଲିଙ୍ଗରାଜ ନିଯୋଗ ବିବାଦ । ସେବାରେ ନିୟୋଜିତ ବ୍ରାହ୍ମଣ ନିଯୋଗ ଦୁଇ ଫାଳ, ଏମିତି ସ୍ଥିତିରେ ପ୍ରଭୁ ଲିଙ୍ଗରାଜଙ୍କର ଜାଗର ନୀତିକାନ୍ତିକୁ ନେଇ ଆଶଙ୍କା।

୯-ଭୁବନେଶ୍ୱର:ଅତିରଞ୍ଜିତରୁ ଅସନ୍ତୋଷ, କିଟ୍ ଘଟଣାକୁ ଅଧିକ କରି ପ୍ରସାରଣ କରାଯାଉଥିବାରୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ ମାନଙ୍କର ଘୋର ନିନ୍ଦା।

୧୦-ନୀଳଗିରି ଥାନା ଅଧୀନ ବାଘମରା ଗାଁ: ମା'ର ପରକୀୟା ପ୍ରୀତି ହେଲା କାଳ, କାଠ ଫାଳିଆରେ ପିଟି ପିଟି ମା’କୁ ମାରିଲା ସାନ ପୁଅ।

୧୧-ଢେଙ୍କାନାଳ,ଗୁନେଇବିଲି ଗ୍ରାମ:ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ।

୧୨-ମାହାଙ୍ଗା:ଧାରଣାସ୍ଥଳରେ ଦୁଇ ବିରୋଧୀ ମୁହାଁମୁହିଁ, SDPO ଆହତ, ପୋଲିସର ଲାଠିଚାର୍ଜ।

୧୩-ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଦାବି: ଜିରୋ ଆୟକର ଦେଉଥିବା ଲୋକଙ୍କ, କାଟନି ରାସନ୍ କାର୍ଡ!

୧୪-ଫଗୁଣରେ ଅଦିନିଆ ବର୍ଷା ପୁଣି ଚାଷୀକୁ ଦୁଃଖ ଦେଇଛି । ବର୍ଷା ଯୋଗୁଁ ମଣ୍ଡିରେ ଓଦା ହେଲା କୁଇଣ୍ଟାଲ କୁଇଣ୍ଟାଲ ଧାନ।

୧୫-ଭୁବନେଶ୍ୱର: ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି।

୧୬-ରେଭେନ୍ସା ବାଳିକା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦାବି କଲେ ପରିବାର ଲୋକ।

୧୭-କଟକ ଏସସିବି ଶିଶୁ ଅଦଳବଦଳ ଅଭିଯୋଗ, ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ମାଗିଲେ ଅଧ୍ୟକ୍ଷ।

୧୮-ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ସିନେମା ‘ଛାୱା’ । ଶସ୍ତା ହେବ ସିନେମା ଟିକେଟ୍।

୧୯-ମଣିପୁର ବାସୀଙ୍କୁ ରାଜ୍ୟପାଳଙ୍କ ଚରମବାଣୀ:୭ ଦିନରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ।

୨୦-ସୋନିଆ ଗାନ୍ଧୀ ଅସୁସ୍ଥ, ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି।

୨୧-ଚମ୍ପିୟାନସ ଟ୍ରଫି:ଗିଲଙ୍କ ଶତକ, ବାଂଲାଦେଶକୁ ହରାଇଲା ଭାରତ।

୨୨-ଆନ୍ତର୍ଜାତିକ ଦିନିକିଆରେ ୨୦୦ ଓ୍ବିକେଟ୍:ସାମି ଦ୍ରୁତତମ ବୋଲର।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)