ତାରିଖ:୧୯/୦୨/୨୫, ବୁଧବାର



୧-ଆଜି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି, ଶ୍ରୀମନ୍ଦିରରେ ବନକଲାଗି ନୀତି,ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ।

୨-ଭୁବନେଶ୍ୱର:ପଶ୍ଚିମା ଝଢ ପ୍ରଭାବରେ ସପ୍ତାହେ ପଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା।

୩-ଭୁବନେଶ୍ୱର:+୨ କଳା ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ, ବିଜ୍ଞାନରେ କପି କରି ଧରାପଡିଲେ ଜଣେ।

୪-ଖରା ପାଇଁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ !ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି।

୫-ରାଜ୍ୟରେ ୧୦୮ ଭଳି ଆରମ୍ଭ ହେବାକୁ ଯାଉଛି ୧୦୯ ସେବା, ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ନେବ ଘରକୁ କିମ୍ବା ଶ୍ମଶାନକୁ।

୬-ଭୁବନେଶ୍ୱର:୩ ବର୍ଷ ମଧ୍ୟରେ ବାହାର ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୬୨ ଜଣ ଶ୍ରମିକ।

୭-ଦଶପଲ୍ଲା:୨ ଟ୍ରକ୍ ମୁହାଁ ମୁହିଁ ଧକ୍କା,ଜଣେ ମୃତ,୨ ଗୁରୁତର।

୮-ଭୁବନେଶ୍ୱର:‘ମୋ ପୋଖରୀ' ଯୋଜନାରେ ୩୮୫ ଗୋଟି ପ୍ରକଳ୍ପର ପୁନରୁଦ୍ଧାର ଚାଲୁ ରହିଛି: ମନ୍ତ୍ରୀ 

୯-ଭୁବନେଶ୍ୱର:ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା,ଘଟଣାର ତଥ୍ୟ ଅନୁସନ୍ଧାନ କମିଟି ଗଠନ କଲେ ରାଜ୍ୟ ସରକାର।

୧୦-କଟକ:ବିଭିନ୍ନ ଦାବି ନେଇ ନେତାଜୀ ବସ ଟର୍ମିନାଲ କର୍ମଚାରୀଙ୍କ ଆନ୍ଦୋଳନ, ସୁରକ୍ଷାକର୍ମୀ ସାମିଲ।

୧୧-ବାଙ୍କୀ, ବୈଦେଶ୍ୱର ପାଟଣା ସାହି:ବାହାଘର ଭୋଜି ଖାଇ ଶତାଧିକ ଗ୍ରାମବାସୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି।

୧୨-କଟକ ରାଣୀହାଟ କେନାଲ ରୋଡରେ ମାନସିକ ରୋଗୀଙ୍କ ଉନ୍ମତ୍ତ କାଣ୍ଡ,ନାକେଦମ୍‌ ହେଲେ ପୋଲିସ ଓ ଅଗ୍ନିଶମ ବାହିନୀ।

୧୩-ଢେଙ୍କାନାଳ ବାଲିସାହିରେ ଚାଞ୍ଚଲ୍ୟକର ଘଟଣା : ମଦ ପାଇଁ ଟଙ୍କା ଦେଲାନି ବୋଲି ଜେଜେ ମାଆକୁ ହତ୍ୟା କଲା ନାତି।

୧୪-ଭୁବନେଶ୍ୱର:IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲାଞ୍ଚ ମାମଲାରେ କରୁଛି ଖୋଳତାଡ଼।

୧୫-ଚମ୍ପିୟାନସ ଟ୍ରଫି:ଆଜି ପାକିସ୍ତାନ -ନ୍ଯୁଜିଲାଣ୍ଡ ଉଦଘାଟନ ମ୍ୟାଚ୍।

୧୬-ବେଙ୍ଗାଲୁରୁବାସୀଙ୍କ ପାଇଁ ନୂଆ କଟକଣା: ପାନୀୟ ଜଳ ଅପବ୍ୟବହାର କଲେ ୫୦୦୦ ଜୋରିମାନା।

୧୭-ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କ ଅଶାଳୀନ ଟିପ୍ପଣୀ ମାମଲା: କଦର୍ଯ୍ୟ ବିଷୟବସ୍ତୁ ପ୍ରସାରଣ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ।

୧୮-ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ନୀତା ଅମ୍ବାନୀ ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ।

୧୯-ମସ୍କ-ମୋଦୀ ଭେଟ ପରେ ଭାରତରେ ନିଯୁକ୍ତି ଆରମ୍ଭ କଲା ଟେସ୍‌ଲା, ଇଭି ବଜାରରେ ପ୍ରବେଶ ସଙ୍କେତ।

୨୦-ରୁଷ୍- ୟୁକ୍ରେନ ଯୁଦ୍ଧ ବନ୍ଦ ଉଦ୍ୟମ:ରୁଷ୍- ଆମେରିକା ଉଚ୍ଚସ୍ତରୀୟ କଥାବାର୍ତ୍ତା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024