ଖବର ଆଜିର ତାରିଖ:୧୯/୦୨/୨୫, ମଙ୍ଗଳବାର



୧-ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା ;ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ।

୨-ଭଣ୍ତାର ଖୋଲିଦେଲେ ମୋହନ ସରକାର; ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍।ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

୩-୪ ଲେନ ହେବ ରାଜ୍ୟ ରାଜପଥ, କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା।

୪-ବଜେଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟର ଋଣ ଭାର ପରିମାଣ ୧ ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କା ରହିଛି।

୫-ବଢିଲା ବିଧାୟକଙ୍କ ହାତପାଣ୍ଠି, ୫ କୋଟିକୁ ବୃଦ୍ଧି ହେଲା ଏମଏଲଏ ଲାଡ ଖର୍ଚ୍ଚ।

୬-ରାଜ୍ୟରେ ବଢୁଛି ଅପରାଧ; ୨୦୨୩ ତୁଳନାରେ ୨୦୨୪ରେ ଅଧିକ ।୨୦୨୪ରେ ୨ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ।

୭-ସମ୍ୱଲପୁର:ସୁଧ ଲୋଭରେ ଫସିଗଲେ ଶହ ଶହ ଲୋକ; ଅଧିକ ଲାଭ ଦେବାକୁ କହି ପ୍ରାୟ ୧୨ଶହ କୋଟି ଠକେଇ କରିଛି ଏମସିଏକ୍ସ ସିଟି ନାମକ କମ୍ପାନି ।

୮-ଗଞ୍ଜାମ: ଋଷିକୁଲ୍ୟା ନଦୀ ମୁହାଣରେ ୨ ଦିନରେ ୯୦ ହଜାରରୁ ଅଧିକ ଅଣ୍ଡା ଦେଲେ ଅଲିଭ ରିଡଲେ କଇଁଛ।

୯-ଭୁବନେଶ୍ୱର:ଚକିତ କଲା ନିଖୋଜ ରିପୋର୍ଟ, ୪ ବର୍ଷରେ ୩୬, ୪୨୦ ମହିଳା ଓ ୮୪୦୩ ଶିଶୁ ନିଖୋଜ।

୧୦-ଏଥର ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା,ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଜଗନ୍ନାଥ ଯୋଜନା ଘୋଷଣା କରିଛନ୍ତି ସରକାର ।

୧୧-OERCରେ ଶୁଣାଣି ଆରମ୍ଭ, ୟୁନିଟ ପିଛା ୨୬ ପଇସା ବଢ଼ାଇବାକୁ ପ୍ରସ୍ତାବ।

୧୨-ଭୁବନେଶ୍ୱର: ନିଯୁକ୍ତ ହେବେ ୫୨୪୮ ଡାକ୍ତର,୧୨୬ ଜଣ ଦନ୍ତ ଚିକିତ୍ସକ: ସ୍ୱାସ୍ଥ୍ୟମନ୍ତ୍ରୀ 

୧୩-ଭୁବନେଶ୍ୱର:ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ଇନଫୋସିଟି ଥାନାରେ ମାମଲା ରୁଜୁ,ଅଭିଯୁକ୍ତ ଛାତ୍ର ଗିରଫ,ସାଇଣ୍ଟିଫିକ ଏବଂ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ।

୧୪-ଭୁବନେଶ୍ୱର: ଶାନ୍ତିପୂର୍ଣ୍ଣ ଧାରଣାରେ ୨୦୦୦ ଛାତ୍ରଛାତ୍ରୀ,୭ ଆୟୁଷ ଭେଷଜ ମହାବିଦ୍ୟାଳୟ ବନ୍ଦ।

୧୫-ମୋ ବସକୁ ନେଇ ବିଧାନସଭା ଗୃହରେ ଉଦବେଗ, ସୋଫିଆ କହିଲେ‘ମୋ ବସ ନା ମର୍ଡର ବସ’।

୧୬-ଭଦ୍ରକ,ଏଲଖା ଗାଁ:ଗାଁ ଲୋକଙ୍କ ବନ୍ଧୁ ଥିଲା ମାଙ୍କଡ଼, ଦେହାନ୍ତ ପରେ କୀର୍ତ୍ତନ କରି ଶବ ସତ୍କାର କଲେ ଗ୍ରାମବାସୀ।

୧୭-ଭିଜିଲାନ୍ସ ଜାଲରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ, ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ।

୧୮-ମହଙ୍ଗା ମାଡରେ ରାଜ୍ୟ ବାସୀ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି: ବିଜେଡ଼ି ବିଧାୟକ ଅରୁଣ ସାହୁ

୧୯-ନୂଆ ଦିଲ୍ଲୀ:ଜ୍ଞାନେଶ କୁମାର ନୂଆ ସିଇସି ନିଯୁକ୍ତ।

୨୦-ଗୁଗଲ୍‌ ପେ’ ଭଏସ୍ ଫିଚର: ଏଣିକି ଖାଲି କହିଲା ମାତ୍ରେ ହେବ ପେମେଣ୍ଟ।

୨୧-ପାଟନା: ଡଙ୍ଗାରେ ମହାକୁମ୍ଭକୁ ଗଲେ ବିହାରର ୭ ଯୁବକ।

୨୨-ଦିଲ୍ଲୀରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ,୨୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ!

୨୩-ପୃଥିବୀକୁ ମାଡି ଆସୁଛି ବଡ ବିପଦ, ଧକ୍କା ହେବ ଶକ୍ତିଶାଳୀ ଆଷ୍ଟ୍ରଏଡ !ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ପ୍ରତି ବିପଦ ଅଧିକ ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024