ଖବର ଆଜିର ତାରିଖ:୧୭/୦୨/୨୫, ସୋମବାର


 
୧-ଭୁବନେଶ୍ୱର:ଆଜି ରାଜ୍ୟ ବଜେଟ, ବ୍ୟୟବରାଦ ୩ ଲକ୍ଷ କୋଟି ଛୁଇଁବା ଆଶା।

୨-ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା।

୩-କେନ୍ଦ୍ରାପଡା: ପଡିଶା ପ୍ରଭାବ ଓଡ଼ିଶାରେ, ବଙ୍ଗଭାଷୀ ଅଞ୍ଚଳରେ ବଢୁଛି ବାଲ୍ୟ ବିବାହ।

୪-କଟକ:ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ, ୪ ୟୁଟ୍ୟୁବରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ।

୫-ବାସୁଦେବପୁର: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ,ପରିବାରରେ ଶୋକର ଛାୟା।

୬-ରେଢ଼ାଖୋଲ, ଆମ୍ବେଦକର ନଗର:ମୋବାଇଲ ନିଶା, ମା'ଙ୍କ ଆକଟ ଯୋଗୁଁ ନାବାଳକର ଆତ୍ମହତ୍ୟା।

୭-ବାସୁଦେବପୁର, ସାହୁ ସାହି:ଜଳିଗଲା ୮ ବଖରା ଘର,୪ ପରିବାର ବେସାହାରା।

୮-ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା ; ଆରମ୍ଭହେଲା ଗେଟବଜାର ଛକ ଟ୍ରାଫିକ୍ ଓଭରବ୍ରିଜ୍ ନିର୍ମାଣ।

୯-ଯୋଜନାର ଶ୍ରେୟ ନ ନେଇ ଦରଦାମ ନିୟନ୍ତ୍ରଣ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହୁ: ନବୀନ

୧୦-ଫେବୃଆରୀ ୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା, ଭୁବନେଶ୍ଵର ବିମାନବନ୍ଦରରୁ ଆରମ୍ଭ ହୋଇ ପୁରୀ ଯାଏ ଯିବ ପଦଯାତ୍ରା,୨୦ ତାରିଖ ଯାଏ ଚାଲିବ ଏହି ସଂକଳ୍ପ ପଦଯାତ୍ରା।

୧୧-୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ପୋଡ଼ିଗଲେ ଜଳ ସମ୍ପଦ କର୍ମଚାରୀ, ପିପିଲି ଥାନା ହରିପୁର ନିକଟ ଚିତ୍ତଳପୁରଠାରେ ଘଟିଛି ଏହି ଅଘଟଣ।

୧୨-ପାଣିକୋଇଲି,ଚାନ୍ଦପୁର ଛକ:କାରକୁ ଧକ୍କା ଦେଲା ଟ୍ରକ, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ମୃତ।

୧୩-କଣାସ, ଦୋକନ୍ଦା ହାଇସ୍କୁଲରେ କିମ୍ସ ପକ୍ଷରୁ ବିଶାଳ ସ୍ବାସ୍ଥ୍ୟ ଶିବିର ଆୟୋଜିତ, ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ।

୧୪-ପୁରୀ:ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି, ସେବାୟତଙ୍କ ପକ୍ଷରୁ କରାଗଲା ପୂଜାର୍ଚ୍ଚନା

୧୫-ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ।

୧୬-ସହଦେବ ନାୟକ ହତ୍ୟାକାଣ୍ଡ: ଆତ୍ମସର୍ମପଣ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ।

୧୭-ବେଙ୍ଗାଳୁରୁ:ତାମିଲନାଡୁ ସରକାରଙ୍କୁ ଦିଆଗଲା ଜୟଲଳିତାଙ୍କ ଜବତ ସମ୍ପତ୍ତି।

୧୮-ନୂଆ ଦିଲ୍ଲୀ:୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା।

୧୯-ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି।

୨୦-ଦିଲ୍ଲୀ ଅଘଟଣ ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ : ରେଲୱେ ପକ୍ଷରୁ ଗଠନ ହେଲା ସ୍ବତନ୍ତ୍ର କମିଟି , ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ।

୨୧-ଜାରି ହେଲା ଆଇପିଏଲର ପୂରା ମ୍ୟାଚ ସୂଚୀ: ମାର୍ଚ୍ଚ ୨୨ରେ ମୁହାଁମୁହିଁ ହେବେ କେକେଆର-ଆରସିବି।

୨୨-୧୨୨ କୋଟି ଠକେଇ, ନ୍ୟୁ ଇଣ୍ଡିଆ କୋଅପରେଟିଭ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ।

୨୩-ଭାରତକୁ ୧୮୨ କୋଟିର ଆର୍ଥିକ ସହାୟତା ବନ୍ଦ କଲା ଆମେରିକା।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024