ତାରିଖ:୧୦/୦୨/୨୫, ସୋମବାର



୧-୧୩ରୁ ବିଧାନସଭା ଅଧିବେଶନ,୧୭ରେ ବଜେଟ୍,୩ ଲକ୍ଷ କୋଟି ଛୁଇଁବ ବ୍ୟୟ ବରାଦ।

୨-ନନ୍ଦନକାନନ ପାଚେରୀ ଭାଙ୍ଗି ପଶିଲେ ଜଙ୍ଗଲୀ ହାତୀ, ଘଣ୍ଟାଏ ବନ୍ଦ ରହିଲା ପ୍ରାଣୀ ଉଦ୍ୟାନ।

୩-ଢେଙ୍କାନାଳ:ଦିନକ ପରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଆସିଲେଣି ସାଧୁସନ୍ଥ, ଚଳଚଞ୍ଚଳ ମହିମା ଗାଦି।

୪-ଫେବୃଆରୀ ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ, ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ।

୫-୧୫ ପରେ ଆଉ ହେବନି ରାସନ କାର୍ଡର E-KYC, ଏଥର କଟିଯିବ ରାସନ କାର୍ଡ।

୬-ଭୁବନେଶ୍ୱର : କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‍ସେ ରବିବାର କିଟ୍‍ ଓ କିସ୍‍ ପରିଦର୍ଶନ କଲେ।

୭-ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ବାପା-ପୁଅଙ୍କ ମୃତ୍ୟୁ।ମୃତକ ଦ୍ବୟ ହେଲେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର।

୮-ଭୁବନେଶ୍ୱର:ଖସିବ ପାରଦ,ଦୁଇ ଦିନ ଘନ କୁହୁଡି ସମ୍ଭାବନା।

୯-ପୁଣି ଓଡ଼ିଶା ମୁଣ୍ଡରେ କଳଙ୍ଗ ବୋଳିଲା ଓସିଏ: ଲିଭିଗଲା ଫ୍ଲଡ ଲାଇଟ୍, ପ୍ରାୟ ୨୫ ମିନିଟ୍ ଅନ୍ଧାର ପରେ ଖେଳ ଆରମ୍ଭ ହେଲା।

୧୦-ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ ହେଲେଣି।

୧୧-ଦାରିଙ୍ଗବାଡ଼ି:ମିନି ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ, ଚମ୍ପଟ ମାରିଲା ଚାଲାଣକାରୀ।

୧୨-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଛକ:ଏମିତି ବି ଆସେ ମୃତ୍ୟୁ, ଦୋକାନ ଖୋଲି ବସିଥିଲେ କମଳା, ନିଆଁ ଲାଗି ଜଳିଗଲେ।

୧୩-ଦିଲ୍ଲୀ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କ ଚାଲିଛି ଚିକିତ୍ସା।

୧୪-ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

୧୫-ଆଜି ମହାକୁମ୍ଭ ମେଳା ପରିଦର୍ଶନ ଓ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ମୁର୍ମୁ।

୧୬-କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ପଦରୁ ଇସ୍ତଫା ଦେଲେ ଏନ୍ ବିରେନ ସିଂ।

୧୭-NEET-UG :ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି।

୧୮-ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା।

୧୯-କଟକ:ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ।

୨୦-ମୋଦୀ ଆମେରିକାରୁ ଫେରିବା ପରେ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ।

୨୧-ଆଜି ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ସାମିଲ ହେବେ ଦୀପିକା ପାଦୁକୋନ।

୨୨-ବାଂଲାଦେଶରେ ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା, ୪୦ ଗିରଫ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024