ଖବର ଆଜିର, ୧୦ ଜାନୁଆରୀ, ଶୁକ୍ରବାର


ଜାନୁଆରୀ ୩୧ ଇ-କେୱାଇସି ପାଇଁ ଶେଷ ତାରିଖ, ଧାର୍ଯ୍ୟ ତାରିଖ ମଧ୍ୟରେ ନ କ‌ଲେ ରାସନ କାର କାର୍ଡ କଟିଯିବ

ଭୁବନେଶ୍ବରରେ ରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟ ଦିବସ ସମାରୋହ ସମାପନ ଉତ୍ସବରେ ଯୋଗଦେବେ

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍

ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୮ଟି ବସ୍ ଗଡିବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବସ୍ ଅଯୋଧ୍ୟା ଯିବ

ଆଜିଠାରୁ ଖଣ୍ଡଗିରିରେ ପୂର୍ଣ୍ଣ କୁମ୍ଭମେଳା, ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ

ଜାନୁଆରୀ ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ, ମୋବାଇଲ୍‌ ଆପ୍‌ ପଞ୍ଜିକରଣ ପରେ ମିଳିବ ଏଣ୍ଟ୍ରି

କଟକ ବାଲିଯାତ୍ରା ପଡ଼ିଆରେ ବଣଭୋଜି ବ୍ୟାନ, ନିଷେଧାଦେଶ ଜାରି କଲା ସିଏମସି

ରାଜଧାନୀରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣା, ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଗଂଜାମ ମୋହନାରେ ମୃଦୁ ଭୂକମ୍ପ, ଭୟରେ ଘରୁ ବାହାରି ଆସିଲେ ଲୋକ

ବୌଦ୍ଧ ରେ ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ

ଟିଟିଲାଗଡରେ ତିନିଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଯନ୍ତ୍ରୀ ନିଲମ୍ବନ, ଗିରଫ

ଢେଙ୍କାନାଳ ଏଟିଏମ୍ ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ, ଲୁଟ୍ ଟଙ୍କା ଜବତ

କଟକ ଜଗତପୁରରେ ହିନ୍ଦୁସ୍ତାନ ଟାୟାର ନାମରେ ନକଲି ଟାୟାର ବିକ୍ରି, ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଗୋଦାମ ଉପରେ ଚଢାଉ

ରାଉରକେଲା ରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ରାୟଗଡ଼ା ନାଗାବଳୀ ନଦୀରୁ ବଲ୍‌ ଆଣିବାକୁ ଯାଇ ଷଷ୍ଠ ଶ୍ରେଣୀର ଦୁଇ ଛାତ୍ର ପାଣିରେ ବୁଡ଼ିଗଲେ

କଳାହାଣ୍ଡି ଜିଲା ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଜୟପୁର- ରାଉରକେଲା ବସରେ ନିଆଁ, ଯାତ୍ରୀ ସୁରକ୍ଷିତ

ରାୟଗଡ଼ା ବଡହଂସା ନାଗାବଳୀ ନଦୀ ବାଲି ଘାଟରେ ବେଆଇନ ଖନନବେଳେ ଗୋଟିଏ ପ୍ରୋକଲିନ ଓ ଦୁଇଟି ଟିପ୍ପର ଜବତ, ୪ ଜଣ ଗିରଫ

ଗଂଜାମ ଖଲ୍ଲିକୋଟରେ ଅଳିଆ ପକାକୁ ନେଇ ତୁମୁଳକାଣ୍ଡ, ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ତିନି ମାଓବାଦୀ ନିପାତ

ଛତିଶଗଡ଼ କାରଖାନାରେ ଧସିଲା ଚିମନୀ, ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା

ଲକ୍ଷ୍ନୌ ପର୍ଯ୍ୟନ୍ତ ପହଁଞ୍ଚିଲା HMPV ଭାଇରସ୍, ୬୦ ବର୍ଷର ମହିଳା ସଂକ୍ରମିତ

ଆମେରିକାରେ ଜଳୁଛି ଲସ୍ ଏଞ୍ଜଲସ୍, ଅନେକ ମୃତ, ୧୫ ହଜାରରୁ ଅଧିକ ଘର ପୋଡି ପାଉଁଶ, ୭୦ ହଜାର ଲୋକ ସ୍ଥାନାନ୍ତର

ପାକିସ୍ତାନର ୧୬ ପରମାଣୁ ବୈଜ୍ଞାନିକଙ୍କ ଅପହରଣ। ତାଲିବାନ ଜାରି କଲା ଭିଡିଓ
=======================
ଆଜି ବିଶ୍ୱ ହିନ୍ଦୀ ଦିବସ

ଆଜି ଜନ୍ମଦିନ: ଅଚ୍ୟୁତାନନ୍ଦ, ୟେଶୁ ଦାସ, ରିତିକ ରୋଶନ

ଇତିହାସରେ ଆଜି: (୧୬୨୩) ବିଶ୍ୱର ପ୍ରଥମ ସମ୍ବାଦପତ୍ର ଗେଜେଟ ଇଟାଲୀରେ ପ୍ରକାଶିତ/ (୧୮୨୪) ଇଂଲଣ୍ଡରେ ସିମେଣ୍ଟ ଉଦ୍ଭାବନ/ (୧୯୪୬) ୫୧ ଦେଶର ମୁଖ୍ୟଙ୍କୁ ନେଇ ଲଣ୍ଡନରେ ମିଳିତ ଜାତିସଂଘର ପ୍ରଥମ ବୈଠକ/ (୧୯୬୩) ଭାରତରେ ସୁନା ନିୟନ୍ତ୍ରଣ ଆକ୍ଟ ଲାଗୁ/ (୨୦୦୮) ବଜାରରେ ଟାଟା ନାନୋ କାର ବିକ୍ରି ଆରମ୍ଭ

For more updates Join our WhatsApp Channel 


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)