ଖବର ଆଜିର ତାରିଖ:୩୦/୦୧/୨୫, ଗୁରୁବାର


 
୧-ମାଘରେ ଶୀତ ଗାଏବ ; ବହିରେ ସୀମିତ ରହିଗଲା ’ ମାଘରେ ବାଘ ଭଳି ଶୀତ’ କଥା।

୨-ସରସ୍ଵତୀ ପୂଜା ପାଳନକୁ ନେଇ ଦ୍ଵନ୍ଦ:୨ତାରିଖ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ରହୁଛି ,ତା ପରେ ପଞ୍ଚମୀ ଆରମ୍ଭ ହୋଇ ସୋମବାର ୬ଟା ୫୩ ଯାଏଁ ରହୁଛି।

୩-ଆଜିଠୁ ଶୀତ କମିବା ସହ ତାପମାତ୍ରା ବଢିବ । ସପ୍ତାହେ ଯାଏଁ ଗରମ ଅନୁଭୂତି ହେବ ବୋଲି ପାଣିପାଗ ବିଭାଗର ସୂଚନା।

୪-ସରିଲା ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା କନକ୍ଲେଭ, ୧୪୫ MOU, ୧୩ଲକ୍ଷ କୋଟିର ପ୍ରସ୍ତାବ, ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା।

୫-ଖଣ୍ଡଗିରି: ଉତ୍କଣ୍ଠା ବଢ଼ାଉଛି ଯାତ୍ରା ମହାସମର,ଦୁଇ ପର୍ଯ୍ୟାୟରେ ଦମ୍ ଦେଖାଇବେ ୧୨ ଯାତ୍ରା ଦଳ।

୬-କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍‌ ହୋଇନାହିଁ,
ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ।

୭-ରାଜ୍ୟରେ ନିର୍ମାଣ ହେବ ମହିଳା ଶିଳ୍ପ ପାର୍କ, ଇପିକଲରେ ପ୍ରତିଷ୍ଠା ହେବ ସ୍ଵତନ୍ତ୍ର ସେଲ୍: ମୁଖ୍ୟମନ୍ତ୍ରୀ

୮-୩୦ ପରିବର୍ତ୍ତେ ୩୧ରେ ସରିବ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ।ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀକୁ ବୁଲି ଦେଖିପାରିବେ ସାଧାରଣ ଲୋକ।

୯-ପିପିଲି:ସ୍କୁଲରେ ଛାତ୍ରକୁ ସାପ କାମୁଡିବା ଘଟଣା,ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, କ୍ଲାସ୍ ଟିଚରଙ୍କ ବଦଳି।

୧୦-ହୋମଗାର୍ଡଙ୍କୁ ବି ମିଳିବନି ମାଗଣା ରାସନ ; ପ୍ରତିବାଦ କରିବାକୁ ସଜ ହେଲାଣି ସଙ୍ଗଠନ।

୧୧-ତାଳଚେର ଶିରିଗିଡ଼ା ଗାଁ:ଗାଁରେ ବ୍ୟାପିଲା ଡାଇରିଆ, ୧୦ ପରିବାରର ୨୦ ଜଣ ଆକ୍ରାନ୍ତ ହେବାପରେ ଭୟରେ ଗ୍ରାମବାସୀ।

୧୨-ଖୁବଶୀଘ୍ର ସିଡିଏ ହେବ ଫ୍ରିହୋଲ୍ଡ: ବିଧାୟିକା ସୋଫିଆ ଫିର୍ଦ୍ଦୋସ

୧୩-ନବ ଦାସଙ୍କୁ ହତ୍ୟାକୁ ଦୁଇ ବର୍ଷ ; ଝିଅ ଦୀପାଳି କହିଲେ, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବେ ଚିଠି।

୧୪-ସହରରୁ ଡମ୍ପିଂ ୟାର୍ଡ ଓ କମ୍ପୋଷ୍ଟ ପ୍ଲାଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ, ଏପର୍ଯ୍ୟନ୍ତ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ କରିପାରିନି ସିଏମ୍‌ସି।

୧୫-ଶତକ ହାସଲ କଲା ଇସ୍ରୋ, ଏନଭିଏସ-୦୨ର ହେଲା ସଫଳ ଉତକ୍ଷେପଣ।

୧୬-ପ୍ରୟାଗରାଜର ସଙ୍ଗମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି,୯୦ ଜଣ ଆହତ।

୧୭-IGNOU ଏବେ B.Ed ଏବଂ B.Sc (ପୋଷ୍ଟ ବେସିକ୍) ନର୍ସିଂରେ ଆଡ୍‌ମିଶନ୍‌ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ୍‌ ଖୋଲିଛି। B.Ed ଏବଂ B.Sc ନର୍ସିଂ କୋର୍ସ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ IGNOUର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

୧୮-ମହାକୁମ୍ଭ ଦଳାଚକଟା ଘଟଣା – ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା।

୧୯-ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼ ପ୍ରଥମ, ତ୍ରିପୁରା ଦ୍ଵିତୀୟ ଓ ଆନ୍ଧ୍ରପ୍ରଦେଶ ତୃତୀୟ।

୨୦-ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ବୁଧବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। 

୨୧-ଟ୍ରମ୍ପ ଆସିବା ମାତ୍ରେ ପାକିସ୍ତାନକୁ ଝଟକା, ବିଦେଶୀ ସହାୟତା ଉପରେ ଲାଗିଲା ରୋକ୍।

୨୨-ଦକ୍ଷିଣ ସୁଡାନରେ ଭୟଙ୍କର ବିମାନ ଦୁର୍ଘଟଣା: ଚାଲିଗଲା ୧୮ ଜୀବନ


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024