ଖବର ଆଜିର ତାରିଖ:୧୫/୦୧/୨୫, ବୁଧବାର



୧-ମାଟ୍ରିକ ପ୍ରଶ୍ନପତ୍ରରେ ଲାଗିବ ବାର୍ କୋଡ୍‌ ଓ ୱାଟର ମାର୍କ ବ୍ୟବସ୍ଥା : ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ।

୨-ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

୩-ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର: ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କରାଯାଇଛି।

୪-କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ,ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅବସରରେ ଏମଓୟୁ ସ୍ୱାକ୍ଷର ହେବ। 

୫-କେନ୍ଦୁଝର:ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବଙ୍କୁ କଲେ ପୂଜାର୍ଚ୍ଚନା।

୬-କନ୍ଧମାଳରେ ପୁଣି କଟିଲା ୮୬ ଏକର ଗଞ୍ଜେଇ ଗଛ, ମୂଲ୍ୟ ୧ କୋଟି ୮ ଲକ୍ଷ ଷାଠିଏ ହଜାର

୭-ମକର ସଂକ୍ରାନ୍ତିରେ ବି ମହାଝାମେଲା: ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ,ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ।

୮-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୧୦ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ।

୯-ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ‘... ଛି ଛି ଛି ଲୋ ନନୀ ଛି ...ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି କୋରାପୁଟିଆ ଏଇ ୨୪ବର୍ଷ ତଳର ଗୀତ।

୧୦-ପିପିଲି:କଣାସରେ ଅଣାୟତ ସ୍ଥିତି, ବ୍ୟାପୁଛି ଡାଇରିଆ, ୪୦ରୁ ଅଧିକ ଲୋକ ଆକ୍ରାନ୍ତ।

୧୧-ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ : ୪ରୁ ଅଧିକ ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ, ଦେଢ଼ଲକ୍ଷ ଟଙ୍କା ଲୁଟିଲେ।

୧୨-କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହୀରମଥାରେ ଗୁଳିକାଣ୍ଡ ଘଟଣାରେ ୮ ମତ୍ସ୍ୟଜୀବୀ ଗିରଫ ।

୧୩-୧୬ ତାରିଖ ପର୍ଯ୍ୟନ୍ତ ୩ ଜିଲା କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକ ଜିଲାକୁ ଘନ କୁହୁଡି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।

୧୪-ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, ଯାତ୍ରା କମିଟି ସଦସ୍ୟ ଓ କମିଶନରେଟ ପୁଲିସ ବୈଠକରେ ହେଲା ନିଷ୍ପତ୍ତି।

୧୫-ଉଦୟଗିରି ଠାରେ ଗୁରୁ ପଦ୍ମ ସମ୍ଭବ ମହାସମାବେଶ, ବୌଦ୍ଧ ସନ୍ୟାସୀଙ୍କ ଆଶୀର୍ବାଦ ନେଲେ ଡ. ଅଚ୍ୟୁତ ସାମନ୍ତ।

୧୬-କୁମ୍ଭମେଳାରୁ ଶ୍ରଦ୍ଧାଳୁଙ୍କୁ ନେଇ ତେଲେଙ୍ଗାନା ଫେରୁଥିବା ବସ୍ ରେ ଅଗ୍ନିକାଣ୍ଡ, ୧ ମୃତ।

୧୭-୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶନ ମୌସମକୁ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ।

୧୮-ଆଇଆଇଟିରୁ ଆଧ୍ୟାତ୍ମିକତା – ଉଚ୍ଚ ଦରମା ଚାକିରି ଛାଡି ସନ୍ନ୍ୟାସୀ ହୋଇଛନ୍ତି ୯ ଆଇଆଇଟି ଛାତ୍ର।

୧୯-ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଟ୍ରେନି IAS ପୂଜା ଖେଡକର, ଆଗୁଆ ଜାମିନ ପାଇଁ କଲେ ଆବେଦନ।

୨୦-ଅଷ୍ଟ୍ରେଲିଆ ସିରିଜରେ ଶୋଚନୀୟ ପରାଜୟ ପରେ କଠୋର ହେଲା ବିସିସିଆଇ, ଟୁର୍ଣ୍ଣାମେଣ୍ଟ ବେଳେ ପତ୍ନୀଙ୍କୁ ନେଇ ବିଦେଶ ଗସ୍ତ ମନା।

୨୧-ଜମ୍ମୁ-କାଶ୍ମୀର ରଜୌରୀ ଜିଲାର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,୬ ଯବାନ ଆହତ।

୨୨-ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ।

୨୩-ଶପଥ ନେବା ପରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ । ଔପଚାରିକ ଘୋଷଣା କଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024