ଖବର ଆଜିର ତାରିଖ ୦୧/୦୨/୨୫, ଶନିବାର


୧-ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

୨-ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍, ଡବଲ ଇଞ୍ଜିନ ସରକାରଠୁ ରାଜ୍ୟବାସୀଙ୍କ ଅଛି ଡବଲ ଆଶା।

୩-ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି, ବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା।

୪-କୁବେର ITDA ଅଧିକାରୀ ବିଶ୍ଵଦର୍ଶୀ ସାହୁ ଗିରଫ, ଠୁଳ କରିଥିଲେ ମୋଟ୍ ୫କୋଟି ୨ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି।

୫-ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଥିମ୍ ସଂଗ ଉନ୍ମୋଚନ କଲେ, କ୍ରିକେଟ ଖେଳିଲେ।

୬-କଣ୍ଟ୍ରାକ୍‌ଚୁଆଲ ଚାକିରି କରି କମ୍ ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବନି ରାସନ କାର୍ଡ : ଯୋଗାଣ ମନ୍ତ୍ରୀ

୭-କେବିସିରେ ସାଢେ ୧୨ ଲକ୍ଷ ଜିତିଲେ ରାଇରଙ୍ଗପୁର ଝିଅ କରିସ୍ମା ,ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା।

୮-ସମ୍ବଲପୁର:ଅନ୍ତେବାସୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ:ସିଲ ହେଲା ‘ସମର୍ଥ’

୯-ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ମିଳିଲା।

୧୦-ରାଜଧାନୀରେ ଭିଡ଼ ହ୍ରାସ ନିମନ୍ତେ ୭ ହଜାର କୋଟିର ଯୋଜନା, ଡିପିଆର ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୧୧-ଭୁବନେଶ୍ୱର:୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚିତ୍ର ଆଞ୍ଜେଲ ।

୧୨-ନବରଙ୍ଗପୁର,ଭାଟିଗାଁ:ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଓ ୩ ଗୁରୁତର, ଗୁରୁତରଙ୍କୁ ନିଜ ଗାଡିରେ ନେଲେ ଏସପି।

୧୩-ଡେରାବିଶ, ଜାଗୁଳାଇ ବିଦ୍ୟାନିକେତନ, ବେଲରପା: ଛାତ୍ରଛାତ୍ରୀମାନଙ୍କର କାନ୍ଦବୋବାଳି,ଛଳଛଳ ଆଖି ଓ କୋହଭରା ପରିବେଶରେ ସ୍କୁଲରୁ ଅବସର ନେଲେ ଖେଳ ଶିକ୍ଷକ ଭାଗ୍ଯଧର ମହାରଣା।

୧୪-ବରଗଡ଼:ବରପାଲିରେ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ , ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।

୧୫-ଆଳି,ନିଆଳ-ନମୌଜା ରାସ୍ତାର ଆଶ୍ରମ:ଓସ୍ତ ଗଛ ସହିତ ବର ଗଛର ବିବାହ, ଭୋଜି ଭାତ ଓ ବାଜା ରୋଷଣୀରେ କମ୍ପିଲା ପରିବେଶ।

୧୬-କଣାସରେ ଝାଡ଼ାବାନ୍ତିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି।

୧୭-ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ।

୧୮-ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନ୍ ପରେ ତେଜିଲା ରାଜନୀତି; ମାଷ୍ଟରକ୍ୟାଣ୍ଟିନ ଛକରେ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି।

୧୯-ବଜେଟ୍ ପୂର୍ବରୁ ସୁନା ମହଙ୍ଗା; ୮୪ ହଜାର ୪ଶହ ଟପିଲା ସୁନା ଦର, ସପ୍ତାହେ ହେଲା ପ୍ରତିଦିନ ହଜାରେ ଲେଖାଏଁ ବଢିଚାଲିଛି ଦର।

୨୦-ଉତ୍ତର ପ୍ରଦେଶ ଗାଜୀପୁର:ଅଟୋର ଡାଲା ଖୋଲିଯିବାରୁ ତଳେ ପଡ଼ିଗଲେ ଶ୍ରଦ୍ଧାଳୁ, ମାଡ଼ିଗଲା ଟ୍ରକ୍, ୬ ମୃତ ଓ ୮ ଗୁରୁତର।

୨୧-ଆଜି ସଚିନଙ୍କୁ ମିଳିବ ବିସିସିଆଇର ସର୍ବୋଚ୍ଚ ପୁରସ୍କାର !ସଚିନଙ୍କୁ ‘ସି.କେ. ନାଇଡୁ ଜୀବନବ୍ୟାପୀ ସାଧନା’ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା।

୨୨-୪ର୍ଥ ଟି-ଟ୍ୱେଣ୍ଟି : ଇଂଲଣ୍ଡ ୧୫ ରନରେ ପରାସ୍ତ, ସିରିଜ ଜିତିଲା ଟିମ ଇଣ୍ଡିଆ

୨୩-ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଦେଶର ଜିଡିପି ହାର ୬.୩ରୁ ୬.୮ ପ୍ରତିଶତ ଆକଳନ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024