ଖବର ଆଜିର ତାରିଖ ୨୪/୦୧/୨୫, ଶୁକ୍ରବାର



୧-ନୂଆ ସରକାରକୁ ସାତ ମାସ, ଓଡ଼ିଶା ଭାଷାକୁ ସେଭଳି ନାହିଁ ଗୁରୁତ୍ୱ, ସରକାରୀ ନଥିପତ୍ରରେ ଉପରେ ଓଡିଆ, ଭିତରେ ଇଂରାଜୀ।

୨-ମାଘ ମାସରେ ହେଉଛି ଗ୍ରୀଷ୍ମ ଖରା : ଜାନୁଆରୀରୁ ତାତିଲାଣି ଓଡିଶା,ଅନେକ ସହରରେ ତାପମାତ୍ରା ୩୫ ଡିଗ୍ରୀ ନିକଟତର।

୩-ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବେ ସରକାର, ଡ୍ରୋନ ଉପରେ ରଖାଯିବ କଡା ନଜର।

୪-ଭୁବନେଶ୍ୱର:୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ରାସନକାର୍ଡ ଫେରାନ୍ତୁ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

୫-କଟକ:ଜାନୁଆରୀ ୨୬ରୁ ତୃତୀୟ ବାରବାଟି ଶିଶିର ମେଳା, ୧୧ ଦିନ ଧରି ଚାଲିବ।

୬-ଓସେପାର ମାଟ୍ରିକ୍‌ ଟିପ୍ସ; '୭ ଘଣ୍ଟା ସୁଅ, ୮ରୁ ୧୦ ଘଣ୍ଟା ପଢ଼'।ପୂର୍ବ ପାଠକୁ ୩୦ ମିନିଟ ରିଭିଜନ କର।

୭-ରାଜଧାନୀ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ୨ଟି ମୋ ବସ ଓ ଦୁଇଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ।

୮-କିଟ୍‍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’, ଉଦ୍‍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୯-ମାଲକାନଗିରି:ଓଡିଶା-ଛତିଶଗଡ଼ ସୀମାରେ ମାଓ ଡମ୍ପ ଠାବ, ପଥର ଖୋଲରେ ଚାଲିଥିଲା ବନ୍ଧୁକ ତିଆରି।

୧୦-ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ ଦେବ ପୋଲିସ : ୪୬ କେଜି ଗଂଜେଇ ଓ ୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୯ ଗିରଫ।

୧୧-ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଧାନସଭା ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ।

୧୨-ଭାରତୀୟ ଆସନ୍ନପ୍ରସବାଙ୍କୁ ଘାରିଛି ଡର, ଫେବ୍ରୁଆରୀ ୨୦ରୁ ଆଉ ପିଲାଙ୍କୁ ମିଳିବିନି ଆମେରିକା ନାଗରିକତା।

୧୩-ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ହାଇଓ୍ବା, ୧ ମୃତ, ଦୁଇ ଗୁରୁତର। ପାଣିକୋଇଲି ଥାନା ଷଠିପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

୧୪-୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ

୧୫-ଛତ୍ରପୁର:୧୧ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି, ତୁରନ୍ତ ଧାନ ଉଠାଇବାକୁ ତାଗିଦ।

୧୬-କଟକରୁ ନିଆଳି ମାଧବକୁ ଚଳାଚଳ କଲା ‘ମୋ ବସ୍’, ପ୍ରତିଦିନ ୮୪ ନମ୍ବର ରୁଟ୍‌ରେ ଚାଲିବ।

୧୭-ଡି ଗୁକେଶ ଭାରତର ନମ୍ୱର ୧ ଚେସ୍ ଖେଳାଳି, ଲାଇଭ୍ ରେଟିଂରେ ଅର୍ଜୁନ୍ ଏରିଗାଇସିଙ୍କୁ ପକାଇଲେ ପଛରେ।

୧୮-ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି : ପ୍ରମିଳା ମଲ୍ଲିକ।

୧୯-ବରୀ: ବାଲିଆ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ଅସଦାଚରଣ ମାମଲା-ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ।

୨୦-ଲାଉଡସ୍ପିକର ବ୍ୟବହାର କୌଣସି ଧର୍ମର ଆବଶ୍ୟକ ଅଂଶବିଶେଷ ନୁହେଁ : ବମ୍ବେ ହାଇକୋର୍ଟ।

୨୧-୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ 'ଅନୁଜା’ ଏବେ ଓସ୍କାର ଦୌଡ଼ରେ।

୨୨-ମହାକୁମ୍ଭର ଏକାଦଶ ଦିନ:ସଙ୍ଗମରେ ବୁଡ଼ ପକେଇଲେଣି ୧୦ କୋଟି ଶ୍ରଦ୍ଧାଳୁ।

୨୩-ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି !

୨୪-ଅଷ୍ଟମ ବେତନ ଆୟୋଗ: ସର୍ବନିମ୍ନ ବେସିକ୍ ପେନ୍‌ସନ୍ ୯ ହଜାରରୁ ବଢି ହେବ ୨୫,୭୪୦ ଟଙ୍କା !

୨୫-ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ନକଲି କାହାଣୀ – କହିଲେ ୧୩ ଦେଶର ନିର୍ବାଚନ ପରିଚାଳନା ଅଧିକାରୀ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024