ଖବର ଆଜିର ତାରିଖ:୨୬/୦୧/୨୫, ରବିବାର



୧-ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: କହିଲେ, ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ଆଡ଼କୁ ଅଗ୍ରସର ହେଉଛି ଭାରତ।

୨-ଓଡ଼ିଶାରେ ପ୍ରଥମ, ୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡିବ ତ୍ରିରଙ୍ଗା ।

୩-କାଳ ସାଜୁଛି ଘନ କୁହୁଡି: ଲୁଚିଯାଉଛି ରାସ୍ତାଘାଟ, ଦିଶୁନି ମୁହଁକୁ ମୁହଁ।ମର୍ଣ୍ଣିଂ ୱାର୍କ କରୁଥିବା ଲୋକଙ୍କ ପାଇଁ ମାରାତ୍ମକ ପାଲଟିଛି। 

୪-୩୨ ହଜାର କୋଟିର ନିବେଶ : ରାଜ୍ୟରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୧୮ ହଜାର ନିଯୁକ୍ତି ସମ୍ଭାବନା

୫-ଓଡ଼ିଶାର ୧୯ ଜଣ ପୋଲିସ୍ ପାଇବେ ପଦକ, ୬ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର।

୬-ନବୀନଙ୍କ ଆର୍ଥିକ ପରିଚାଳନା ଦେଶର ଶ୍ରେଷ୍ଠ, ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ରିପୋର୍ଟରେ ହେଲା ଖୁଲାସା।

୭-ବଢ଼ିଲା ବରିଷ୍ଠ IPS ଅଫିସର ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି, ପରବର୍ତ୍ତୀ ଆଦେଶ ଯାଏ ଅପେକ୍ଷା।

୮-ଭୁବନେଶ୍ୱର:ବିଜେପି ଘୋଷଣା କଲା ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ।

୯-ମାହାଙ୍ଗା ଡବଲ୍ ମର୍ଡର୍ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁଳମଣିଙ୍କ ପୁଅ, ବଢ଼ିପାରେ ପ୍ରତାପ ଜେନାଙ୍କ ଅଡ଼ୁଆ।

୧୦-ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର, କିଟରେ କାର୍ଯ୍ୟରତ ଅଛନ୍ତି ଅଦ୍ବୈତ ଚରଣ ଗଡ଼ନାୟକ।

୧୧-ଦୌଡ଼ିଲା ସାରା ଓଡ଼ିଶା, ୩୦ ଜିଲ୍ଲାରେ ଅନୁଷ୍ଠିତ ହେଲା କିଟ୍ ଓ କିସ୍ ତରଫରୁ ମିନି ମାରାଥନ।ଭୁବନେଶ୍ୱରେ ଆୟୋଜିତ ହେଲା ପାଟାଥନ ।

୧୨-ବରଗଡ଼ : କୁଚିଆ ମଦଭାଟି ଠିକା ପାଇଁ ଗୁଦୁରାମୁଣ୍ତା ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ , ୪ ଜଣ ଗୁରୁତର।

୧୩-ବ୍ରହ୍ମପୁର:ଷ୍ଟଡ଼ିଟୁର୍‌ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ।

୧୪-କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର, ୧ ଏପ୍ରିଲରୁ ଦେଶରେ ଲାଗୁ ହେବ UPS, ଜାରି ହେଲା ନୋଟିଫିକେସନ।

୧୫-କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଫଣ୍ଡ ମିଶନରେ BSNL ପକ୍ଷରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବସିବ ୧୫ଶହ ମୋବାଇଲ୍ ଟାୱାର।ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼; ଅପହଞ୍ଚ ଇଲାକାରେ ମିଳିବ ନନଷ୍ଟପ୍ 4G ସେବା।

୧୬-ପୂରଣ ହେବ ନର୍ସିଂ ଅଫିସର; BECIL, ୧୭୦ଟି ପଦବୀ ପୂରଣ ହେବ। 

୧୭-ମେଲବର୍ଣ୍ଣ ହାର୍ଡ କୋର୍ଟରେ ଭାଙ୍ଗିଲା ସବାଲେଙ୍କାଙ୍କ ରାଜୁତି, ଅଷ୍ଟ୍ରେଲିଆନ ଓପନ୍ ଜିତି ଇତିହାସ ରଚିଲେ ମାଡିସନ୍ କିଜ୍।

୧୮-ଚେନ୍ନାଇ:ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ, ତିଲକଙ୍କ ଅର୍ଦ୍ଧଶତକ।

୧୯-ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ନେଇ ରାଜି ହେଲେ ମୋଦୀ-ସୁବିଆନ୍ତ।

୨୦-ଆଇସିସି ଘୋଷଣା କଲା ‘ଟି-୨୦ ଟିମ୍‌ ଅଫ୍‌ ଦ ଇୟର: ରୋହିତ ଅଧିନାୟକ, ବାଦ୍‌ ପଡ଼ିଲେ ବିରାଟ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024