ଖବର ଆଜିର ତାରିଖ:୨୩/୦୧/୨୫, ଗୁରୁବାର



୧-ବିକଶିତ ଗାଁ ବିକଶିତ ଓଡିଶା ନାଁରେ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

୨-ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ଉପରେ ମୋହର ବାଜିଛି, ଷୋଡଶ ଅର୍ଥ କମିଶନଙ୍କ ପାଖରେ ୧୨,୫୬,୧୪୮ କୋଟି ଦାବି କରିବା ନେଇ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ।

୩-ଜାନୁଆରୀ ୨୮ରେ ଓଡିଶା ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି।

୪-କଟକ:ଜେଲ୍ ଗାର୍ଡକୁ ଚକମା ଦେଇଏସ୍‌ସିବି ମେଡିକାଲରୁ ମହିଳା କଏଦୀ ଫେରାର୍।

୫-ବାରବାଟୀ ଦିନିକିଆ ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ୯ରେ ଦେଖିବେ ଖେଳ।

୬-ଆମକୁ ବି ଦରକାର ସୁଭଦ୍ରା ପଇସା : ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ।

୭-କୋରାପୁଟ ନୁହେଁ, ଖୋର୍ଦ୍ଧାରେ ଆକାଶ ଛୁଇଁଛି ପାହାଡ଼; ବୋଲଗଡ଼ ମଣ୍ଡନଗିରିରେ ଅଛି ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର।

୮-ନୂତନ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର, ୫ ବର୍ଷ ଯାଏଁ ଲାଗୁ ହେବ ଯୋଜନା।

୯-ମାଲକାନଗିରି:ଛତିଶଗଡ଼ ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର, ୨ ମାଓବାଦୀ ନିହତ।

୧୦-ଏବେ ଏହି ନିର୍ଦ୍ଦିଷ୍ଟ ନମ୍ବରୁ ଆସିବ ବ୍ୟାଙ୍କ କଲ୍‍, ଆଉ ଠକି ପାରିବେନି ସାଇବର ଅପରାଧି।

୧୧-ବ୍ରହ୍ମପୁର:୪ ଦିନ ହେଲାଣି ନିଖୋଜ ନୌସେନା ଅଧିକାରୀ, ଚିନ୍ତାରେ ପରିବାର।

୧୨-ଦୟାନଦୀ ପାଣି ପାଲଟିଛି ବିଷ; ଛୁଇଁବାକୁ ଥରୁଛି ଛାତି, କଣାସରେ ଝାଡ଼ାବାନ୍ତିରେ ଗଲାଣି ୪ ମୁଣ୍ଡ।

୧୩-ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋସ୍କୋ କୋର୍ଟ।

୧୪-ପଲ୍ଲୀରୁ ଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ଆସିଲା ନିମନ୍ତ୍ରଣ,ପରେଡ଼ରେ ଯୋଗଦେବେ ସମ୍ବଲପୁରର ଡିଲେଶ୍ୱରୀ ମେହେର । 

୧୫-ଜାନୁୟାରୀ ୩୧ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଆଞ୍ଜେଲ’।

୧୬-ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ଆଉ ୫ ବର୍ଷ ପାଇଁ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ।

୧୭-ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେବାରେ ବୁମ୍ରାଙ୍କୁ ପଛରେ ପକାଇଲେ ପାଣ୍ଡ୍ୟା।

୧୮-ଭାରତ-ଇଂଲଣ୍ଡ ଟି-୨୦: ୭ ଓ୍ବିକେଟରେ ଜିତିଲା ଭାରତ।

୧୯-ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମଣିପୁର ରାଜନୀତିରେ ହଲଚଲ; ଜେଡିୟୁ ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇଲେ ନୀତୀଶ କୁମାର।

୨୦-ମୁମ୍ବାଇ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା,୮ ଯାତ୍ରୀ ମୃତ୍ୟୁ।

୨୧-ଆମେରିକାରେ ପ୍ରକୃତିର ତାଣ୍ଡବ: ବରଫ ଝଡ଼ରେ ୧୦ ଜଣଙ୍କ ମୃତ୍ୟୁ, ୨୧୦୦ ବିମାନ ବାତିଲ।

୨୨-ପୁଟିନ୍‌ଙ୍କୁ ଚରମବାଣୀ ଶୁଣାଇଲେ ଟ୍ରମ୍ପ୍: ତୁରନ୍ତ ଯୁଦ୍ଧ ବନ୍ଦ କର, ନହେଲେ କଠୋର ହେବ ଆମେରିକା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024