ଖବର ଆଜିର ତାରିଖ:୨୧/୦୧/୨୫, ମଙ୍ଗଳବାର



୧-ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ।

୨-ଭୁବନେଶ୍ୱର: ବୁଧବାର ଠାରୁ କମିବ ଶୀତ,ଦୁଇ ଦିନ ଘନ କୁହୁଡି ସମ୍ଭାବନା।

୩-ତେନ୍ତୁଳିଖୁଣ୍ଟି:କୁଜାଜାନୀଗୁଡା ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଲେ ଜିଲାପାଳ ।

୪-୨୪ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।

୫-ସ୍କୁଲରେ ଖୋଲିବ ଶିଶୁ ବାଟିକା,୫ରୁ ୬ ବର୍ଷ ପିଲାମାନେ ଏଥିରେ ନାମ ଲେଖାଇ ପାରିବେ।

୬-ମାର୍ଚ୍ଚ ୧ରୁ ଆର୍ ଟିଇ ନାମଲେଖା ପ୍ରକ୍ରିୟା,୨୦ ମାର୍ଚ୍ଚ ଯାଏଁ ପଞ୍ଜିକରଣ ସୁଯୋଗ,୨୭ରେ ଲଟେରୀ,୨୯ରୁ ଏପ୍ରିଲ ୧୦ ଯାଏଁ ନାମଲେଖା।

୭-କଂଗ୍ରେସର ଗର୍ଜନରେ କମ୍ପିଲା ରାଜଧାନୀ । କଣ୍ଢେଇ ଦେଖାଇ ବିଜେପି ସରକାରକୁ  କଲେ ଟାର୍ଗେଟ।

୮-ସାଲେପୁର,ଜପକୁଦ ବଜାର:ମନ୍ଦିର ଓ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା, ପ୍ରତିବାଦରେ ବଜାର ବନ୍ଦ କଲେ ଗ୍ରାମବାସୀ।

୯-କଟକ ଏସସିବି ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣା, ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ।

୧୦-ସୁନ୍ଦରଗଡ:ବନ୍ଧୁକ ଭୁଜାଲି ଦେଖାଇ ଲୁଟି ନେଲେ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର।

୧୧-କଟକ ସହରରେ  ଜବର ଦଖଲ ଉଚ୍ଛେଦ, ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ।

୧୨-ରାୟଗଡା:ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ରାସ୍ତା କଡର ଅମରି ଜଡ଼ା ଫଳ ଖାଇ ଅସୁସ୍ଥ।

୧୩-ଭୁବନେଶ୍ୱର: ଆଜିଠୁ ୩୧ ପର୍ଯ୍ୟନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପରେଡ୍।

୧୪-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ, ଜନାଭିମୁଖୀ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ।

୧୫-ବିଷାକ୍ତ ଦୟା ନଦୀ ପାଣି, କଣାସରେ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ।

୧୬-ନୂଆପଡା ଜିଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳି ବିନିମୟ, ୨ ମାଓବାଦୀ ନିହତ।

୧୭-ମହାକୁମ୍ଭରେ ମୋନାଲିସା ମାନିଆ । ପ୍ରୟାଗରାଜଠୁ ନେଇ ସୋସିଆଲ ମିଡିଆରେ ମଧ୍ୟପ୍ରଦେଶ ଯୁବତୀଙ୍କ କେଜ୍।ଦେଶବିଦେଶର ତୀର୍ଥଯାତ୍ରୀଙ୍କ  ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କଲେଣି।

୧୮-ସାଧାରଣ ଲୋକଙ୍କ ନିମନ୍ତେ ୨୨ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ।

୧୯-କେରଳ:ବିଷ ଦେଇ ପ୍ରେମିକଙ୍କୁ ହତ୍ୟା, ପ୍ରେମିକାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ।

୨୦-ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ।

୨୧-ସୋମବାର ୪୫୪ ଅଙ୍କ ବଢିଲା ସେନ୍‌ସେକ୍ସ, ନିବେଶକଙ୍କ ଲାଭ ୩ ଲକ୍ଷ କୋଟି ଟଙ୍କା

୨୨-ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ପଶ୍ଚିମବଙ୍ଗ ସରକାର, ମାଗିବେ ମୃତ୍ୟୁଦଣ୍ଡ।

୨୩-ଆମେରିକାରେ ପୁଣି ଟ୍ରମ୍ପ୍ ସରକାର, ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024