ଖବର ଆଜିର ତାରିଖ:୧୯/୦୧/୨୫, ରବିବାର



୧-ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬%,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ 

୨-ଏଣିକି ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ।

୩-୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆରମ୍ଭ ହେବ ଆବେଦନ।

୪-ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ ରାସନ୍ କାର୍ଡ।

୫-ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ – ରାଜ୍ୟପାଳ।

୬-ଭୁବନେଶ୍ୱର:ରାଜଭବନ ଛକରେ ସିରଜି ଦୁର୍ଘଟଣା, ୨ଜଣ ଗୁରୁତର।

୭-ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ।

୮-ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ।

୯-ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଅଭାବନୀୟ ଘଟଣା:ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା।

୧୦-୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍।

୧୧-ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ:NTA

୧୨-ଭୁବନେଶ୍ୱର: ଟ୍ରାଫିକ ଯନ୍ତ୍ରଣାରେ ରାଜଧାନୀବାସୀ , ପୁଲିସ୍ ଜଳକା;ଜନତା ହିନସ୍ଥା।

୧୩-ଭୁବନେଶ୍ୱର: ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି।

୧୪-ଫେବୃଆରୀ ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ହେବ ମତ୍ସ୍ୟ ଓ ପ୍ରାଣୀ ସମାବେଶ। ସାମିଲ ହେବେ ୧୦ ହଜାରରୁ ଅଧିକ ଚାଷୀ।

୧୫-ଫେବୃଆରୀ ୧୯ରୁ ଚମ୍ପିଆନ୍ସ ଟ୍ରଫି, ଘୋଷଣା ହେଲା ଟିମ୍‌ ଇଣ୍ଡିଆ ।ଦଳରେ ରୋହିତ ଶର୍ମା ଅଧିନାୟକ ଓ ଶୁଭମନ ଗିଲ୍‌ ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ।

୧୬-ପୁଣି ବିମାନବନ୍ଦରରୁ ନିଶାଦ୍ରବ୍ୟ ଜବତ, ପ୍ରାୟ ୪ କୋଟି ଟଙ୍କା ମାରିଜୁଆନ ଜବତ କଲା କଷ୍ଟମ ବିଭାଗ।

୧୭-କୋଟାରେ ଜୀବନ ହାରିଲେ ଓଡ଼ିଆ ଛାତ୍ର; ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ମିଳିଲା ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷୀୟ ଅଭିଜିତ୍ ଗିରିଙ୍କ ମୃତଦେହ।

୧୮-ଜଳେଶ୍ଵର:ସମୁଦ୍ରରେ ବୁଡ଼ିଗଲା ମାଛ ଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ୯ ଜଣ ମତ୍ସ୍ୟଜୀବୀ।

୧୯-ବିହାରରେ ଦହି ଚୁଡା ରାଜନୀତି : ଜେଡିୟୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହା।

୨୦-ମହାକୁମ୍ଭର ଷଷ୍ଠ ଦିନ, ବୁଡ଼ ପକେଇଲେଣି ୭ କୋଟି ଶ୍ରଦ୍ଧାଳୁ,ସ୍ନାନ କଲେ ରାଜନାଥ।

୨୧-IMDର ୨୦୨୪ ରିପୋର୍ଟ: ବିଜୁଳି, ଘଡଘଡିରେ ହୋଇଛି ସର୍ବାଧିକ ମୃତ୍ୟୁ।

୨୨-କୋଲକାତାର ଆରଜି କର ଟ୍ରେନି ଡାକ୍ତର ଦୁର୍ଷ୍କମ ଓ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ , ୨୦ରେ ଦଣ୍ଡ ଶୁଣାଣି।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)