ଖବର ଆଜିର ତାରିଖ:୧୮/୦୧/୨୫, ଶନିବାର


୧-ଭୁବନେଶ୍ୱର:ରାଜ୍ୟରେ ଜାରି ରହିବ ଶୀତ, ଆସନ୍ତା ତିନିଦିନ କୁହୁଡ଼ି ସମ୍ଭାବନା।ଜି ଉଦୟଗିରି ତାପମାତ୍ରା ୬ ଡିଗ୍ରୀ ରେକର୍ଡ।

୨-୩୦ ଶିକ୍ଷା ଅଧିକାରୀଙ୍କ ବଦଳି ଓ ପଦୋନ୍ନିତ, OSEPA ଅତିରିକ୍ତ ନିର୍ଦ୍ଦେଶକ ହେଲେ ବିଶ୍ୱଜିତ ଘୋଷ।

୩-ଭୁବନେଶ୍ୱର : ଜଷ୍ଟିସ ଅରିନ୍ଦମ ସିହ୍ନା ୨୦ ତାରିଖରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ସମ୍ପାଦନ କରିବେ ।

୪-ଆସନ୍ତା ୨୦ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୫-ପୁରୀ:ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’।

୬-କିଟ୍ ର ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର, ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି।

୭-'ସୁଭଦ୍ରା’କୁ ନେଇ ଆସିଲା ବଡ ଖବର, ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି, ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି।

୮-ନବ ଦାସଙ୍କ ଭାଇ ବ୍ରଜଙ୍କ ଘରେ ବଡ଼ ଧରଣର ଚଢ଼ାଉ, ୪୪ଟି ସ୍ଥାନରେ ଖୋଳତାଡ଼ କରୁଛି ଆୟକର ଟିମ୍।

୯-ସିଙ୍ଗାପୁର ସହିତ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷର ହେଲା ୮ ଏମଓୟୁ, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ କହିଲେ ମୁଖ୍ୟମନ୍ତ୍ରୀ

୧୦-ମଣ୍ଡିରେ କଟନୀ ଛଟନୀ କଥାକୁ ସ୍ବୀକାର କଲେ ସମବାୟ ମନ୍ତ୍ରୀ । କହିଲେ, ଅଦିନିଆ ବର୍ଷା ଯୋଗୁଁ କମିଛି ଧାନର ମାନ ।

୧୧-ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା।

୧୨-ଆନନ୍ଦପୁର:ସୋସିଆଲ୍ ମିଡିଆରୁ ବିଜ୍ଞାପନ ଦେଖି ସାମଗ୍ରୀ କିଣିବା ପଡିଲା ମହଙ୍ଗା, ଅଢେଇ ଲକ୍ଷ ଚୂନ ଲାଗିଲା, ଚିକେନ୍ ବ୍ୟବସାୟୀ ବିଷ୍ଣୁ ଚରଣ ରାଉତଙ୍କୁ 

୧୩-ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଶିରିଡ଼ି ଗଲେ ୮୦୦ ବରିଷ୍ଠ ନାଗରିକ।

୧୪-ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ।

୧୫-କଟକ:ପାଟଣାଗଡ଼ ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା, କନକ ବର୍ଦ୍ଧନଙ୍କ ଅନ୍ତରୀଣ ଆବେଦନ ଖାରଜ।

୧୬-ଖଣ୍ଡଗିରି:ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ।

୧୭-ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।

୧୮-ପୁରୁଷ ଡବଲ୍ସ ସେମିଫାଇନାଲରେ ଚିରାଗ ଓ ସାତ୍ବିକ ସାଇରାଜ, ହାରିଲେ ପିଭି ସିନ୍ଧୁ।

୧୯-ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂହ, ପ୍ରବୀଣ କୁମାର ଖେଳରତ୍ନରେ ସମ୍ମାନିତ।

୨୦-ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ ରିଙ୍କୁ ସିଂହ।

୨୧-ସୈଫ୍‌ଙ୍କୁ ଛୁରାମାଡ ଘଟଣା, ସନ୍ଦିଗ୍ଧ ଯୁବକ ଗିରଫ,ମୁମ୍ବାଇ ପୁଲିସ୍‌ର ସ୍ପେଶାଲ ଟିମ୍‌ ଗିରଫ କରିଛି।

୨୨-୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ, ଫେବୃଆରୀ ୫ରେ ଦିଲ୍ଲୀ ଲଢେଇ।

୨୩-ରାସ୍ତାରେ ଅଟକିଥିବା ବସକୁ ଧକ୍କା ଦେଲା କାର, ଚାଲିଗଲା ୯ ଜୀବନ, ମହାରାଷ୍ଟ୍ରର ପୁଣେଠାରୁ ୮୦ କିମି ଦୂର ନାରାୟଣଗାଓଁ ନିକଟ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା।

୨୪-ହ୍ବାଇଟହାଉସରେ ଆକ୍ରମଣ ଉଦ୍ୟମ: ତେଲୁଗୁ ଯୁବକଙ୍କୁ ୮ ବର୍ଷ ଜେଲ୍‌ ଦଣ୍ଡାଦେଶ, ଆମେରିକାରେ ନାଜି ଶାସନ ପାଇଁ ଥିଲା ଲକ୍ଷ୍ୟ।

୨୫-ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨୩୦୦ କୋଠା ନଷ୍ଟ

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 07.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

News Headlines from Business News Agencies 09.04.2025