ଖବର ଆଜିର ତାରିଖ:୧୮/୦୧/୨୫, ଶନିବାର


୧-ଭୁବନେଶ୍ୱର:ରାଜ୍ୟରେ ଜାରି ରହିବ ଶୀତ, ଆସନ୍ତା ତିନିଦିନ କୁହୁଡ଼ି ସମ୍ଭାବନା।ଜି ଉଦୟଗିରି ତାପମାତ୍ରା ୬ ଡିଗ୍ରୀ ରେକର୍ଡ।

୨-୩୦ ଶିକ୍ଷା ଅଧିକାରୀଙ୍କ ବଦଳି ଓ ପଦୋନ୍ନିତ, OSEPA ଅତିରିକ୍ତ ନିର୍ଦ୍ଦେଶକ ହେଲେ ବିଶ୍ୱଜିତ ଘୋଷ।

୩-ଭୁବନେଶ୍ୱର : ଜଷ୍ଟିସ ଅରିନ୍ଦମ ସିହ୍ନା ୨୦ ତାରିଖରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ସମ୍ପାଦନ କରିବେ ।

୪-ଆସନ୍ତା ୨୦ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୫-ପୁରୀ:ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’।

୬-କିଟ୍ ର ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର, ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି।

୭-'ସୁଭଦ୍ରା’କୁ ନେଇ ଆସିଲା ବଡ ଖବର, ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି, ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି।

୮-ନବ ଦାସଙ୍କ ଭାଇ ବ୍ରଜଙ୍କ ଘରେ ବଡ଼ ଧରଣର ଚଢ଼ାଉ, ୪୪ଟି ସ୍ଥାନରେ ଖୋଳତାଡ଼ କରୁଛି ଆୟକର ଟିମ୍।

୯-ସିଙ୍ଗାପୁର ସହିତ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷର ହେଲା ୮ ଏମଓୟୁ, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ କହିଲେ ମୁଖ୍ୟମନ୍ତ୍ରୀ

୧୦-ମଣ୍ଡିରେ କଟନୀ ଛଟନୀ କଥାକୁ ସ୍ବୀକାର କଲେ ସମବାୟ ମନ୍ତ୍ରୀ । କହିଲେ, ଅଦିନିଆ ବର୍ଷା ଯୋଗୁଁ କମିଛି ଧାନର ମାନ ।

୧୧-ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା।

୧୨-ଆନନ୍ଦପୁର:ସୋସିଆଲ୍ ମିଡିଆରୁ ବିଜ୍ଞାପନ ଦେଖି ସାମଗ୍ରୀ କିଣିବା ପଡିଲା ମହଙ୍ଗା, ଅଢେଇ ଲକ୍ଷ ଚୂନ ଲାଗିଲା, ଚିକେନ୍ ବ୍ୟବସାୟୀ ବିଷ୍ଣୁ ଚରଣ ରାଉତଙ୍କୁ 

୧୩-ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଶିରିଡ଼ି ଗଲେ ୮୦୦ ବରିଷ୍ଠ ନାଗରିକ।

୧୪-ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ।

୧୫-କଟକ:ପାଟଣାଗଡ଼ ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା, କନକ ବର୍ଦ୍ଧନଙ୍କ ଅନ୍ତରୀଣ ଆବେଦନ ଖାରଜ।

୧୬-ଖଣ୍ଡଗିରି:ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ।

୧୭-ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।

୧୮-ପୁରୁଷ ଡବଲ୍ସ ସେମିଫାଇନାଲରେ ଚିରାଗ ଓ ସାତ୍ବିକ ସାଇରାଜ, ହାରିଲେ ପିଭି ସିନ୍ଧୁ।

୧୯-ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂହ, ପ୍ରବୀଣ କୁମାର ଖେଳରତ୍ନରେ ସମ୍ମାନିତ।

୨୦-ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ ରିଙ୍କୁ ସିଂହ।

୨୧-ସୈଫ୍‌ଙ୍କୁ ଛୁରାମାଡ ଘଟଣା, ସନ୍ଦିଗ୍ଧ ଯୁବକ ଗିରଫ,ମୁମ୍ବାଇ ପୁଲିସ୍‌ର ସ୍ପେଶାଲ ଟିମ୍‌ ଗିରଫ କରିଛି।

୨୨-୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ, ଫେବୃଆରୀ ୫ରେ ଦିଲ୍ଲୀ ଲଢେଇ।

୨୩-ରାସ୍ତାରେ ଅଟକିଥିବା ବସକୁ ଧକ୍କା ଦେଲା କାର, ଚାଲିଗଲା ୯ ଜୀବନ, ମହାରାଷ୍ଟ୍ରର ପୁଣେଠାରୁ ୮୦ କିମି ଦୂର ନାରାୟଣଗାଓଁ ନିକଟ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା।

୨୪-ହ୍ବାଇଟହାଉସରେ ଆକ୍ରମଣ ଉଦ୍ୟମ: ତେଲୁଗୁ ଯୁବକଙ୍କୁ ୮ ବର୍ଷ ଜେଲ୍‌ ଦଣ୍ଡାଦେଶ, ଆମେରିକାରେ ନାଜି ଶାସନ ପାଇଁ ଥିଲା ଲକ୍ଷ୍ୟ।

୨୫-ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨୩୦୦ କୋଠା ନଷ୍ଟ

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)