ଖବର ଆଜିର ତାରିଖ:୧୭/୦୧/୨୫, ଶୁକ୍ରବାର



୧-୮ମ ବେତନ କମିସନ ଗଠନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ:ଦରମା ବଢ଼ିବ ୨.୫ରୁ ୨.୮ଗୁଣା।

୨-ପୁରୀ: ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି:ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ, ଶୁକ୍ରବାର ପିନ୍ଧିବେ ହସ୍ତତନ୍ତ ଲୁଗା।

୩-କଟକ:ହଟିବ ସତୀଚୈ।ରା ଅଳିଆ ଗଦା, ଆଜିଠୁ ଆବର୍ଜନା ପଡ଼ିବା ବନ୍ଦ ପାଇଁ ହାଇକୋର୍ଟର ନିର୍ଦ୍ଦେଶ ।

୪-ଭୁବନେଶ୍ୱର:୫ରୁ ଖଣ୍ଡଗିରି - ଉଦୟଗିରି ମହୋତ୍ସବ, ଯାତ୍ରା ସମର ୬ରୁ ଚାଲିବ।

୫-ସରିଲା ଆଦିବାସୀ ମେଳା;୧୨ ଦିନରେ ବୁଲିଲେ ୧୦ଲକ୍ଷ, ବ୍ୟବସାୟ ୯.୫ କୋଟି।

୬-ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ।ଏନେଇ OSSCରେ ବିଜ୍ଞପ୍ତି ପ୍ରକାଶ।

୭-ଜାନୁଆରୀ ୧୮ରେ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଦଳ ଗଠିତ।ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସହିତ ୩ରୁ ୫ ଜଣ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିବେ। 

୮-ଭୁବନେଶ୍ୱର :ଜୀବିତ ପଦ୍ମ ବିଜେତାଙ୍କ ସହାୟତା ରାଶି ୫ ହଜାର ବୃଦ୍ଧି।

୯-ବାରିପଦା: ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ମୁତୟନ ହେବେ ଏକ ପ୍ଲାଟୁନ ପୁଲିସ ଫୋର୍ସ। 

୧୦-ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ ; ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା।

୧୧-ବିଜେଡ଼ିରେ ଚାଲିଛି ପୃଥକ୍ ମେଳି,୧୫ ଦିନରେ ହେଲାଣି ୫ରୁ ଉର୍ଦ୍ଧ୍ଵ ବୈଠକ।

୧୨-ଶୀତ କାକରରେ ଚାଲିଛି ଆମରଣ ଅନଶନ; ରାଉରକେଲା ବିମାନବନ୍ଦର ପୂର୍ଣ୍ଣାଙ୍ଗୀକରଣ ଦାବିରେ ଏୟାରପୋର୍ଟ ଆକ୍ସନ କମିଟିର ଆନ୍ଦୋଳନ।

୧୩-ଟିଲିକାରେ ଜାନୁଆରୀ ୨୦ରେ ହେବ ଇରାଓ୍ବାଡ଼ି ଡ଼ଲଫିନ ଗଣନା।

୧୪-ଆଜି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ, ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ।

୧୫-ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ, ପେପର୍ ଲିକ୍ ଧରାଇବ ସିରିଏଲ ନମ୍ୱର ଓ QR କୋଡ୍।

୧୬-ଶହେ ଦିନରେ ପହଁଚିଲା ବଡ଼ ଦାଣ୍ଡର ଉଠାଦୋକାନୀଙ୍କ ଆନ୍ଦୋଳନ; ଶାନ୍ତିପୂର୍ଣ୍ଣ ଭାବେ ନିଜ ଜିଦ୍‌ରେ ଅଟଳ ଦୋକାନୀ।

୧୭-ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ସମ୍ଭାବନା, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ଦାବି ଉପସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୧୮-ସାରା ରାଜ୍ୟ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ: କଟନିଛଟନିକୁ ବିରୋଧ କରିବାରୁ ଆଠମଲ୍ଲିକର ବିଭିନ୍ନ ମଣ୍ଡିରୁ ଉଠୁନି ଧାନ

୧୯-NEP ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା, ଲାଗୁ ହେବ 5+3+3+4 ଫର୍ମୁଲା। କ୍ରୀଡ଼ା ସହ ଦକ୍ଷତା ବୃଦ୍ଧିକୁ ଦିଆଯିବ ଗୁରୁତ୍ବ।

୨୦-ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା।ଅନୀଲ୍ ମହାନ୍ତି,ମନୋଜ ଆଚାର୍ଯ୍ୟ ନା ସରୋଜ ସାହୁ?ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

୨୧-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରୀ।

୨୨-ମାଲକାନଗିରି:୪ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ, ସମସ୍ତଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା।

୨୩-ଲସ ଆଞ୍ଜେଲ୍ସ ଅଗ୍ନିକାଣ୍ଡର ଅନେକ ହୃଦୟଭିଜା ଘଟଣା:ତିନିବର୍ଷ ପୂର୍ବେ ଯିଏ ଥିଲେ କୋଟିପତି ଆଜି ହୋଇଗଲେ ଭିକାରୀ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024