ଖବର ଆଜିର ତାରିଖ:୧୩/୦୧/୨୫, ସୋମବାର



୧-ସଂକଟରେ ସରକାରୀ ବିଶ୍ବବିଦ୍ୟାଳୟ, ଆବଶ୍ୟକ ୭୫% ପ୍ରଧ୍ୟାପକ,ଖାଲି ପଡିଛି ୬୦% , ପ୍ରଭାବିତ ହୋଇପାରେ ନାକ୍ ମାନ୍ଯତା।

୨-ଆଜିଠୁ ମହାକୁମ୍ଭ, ପ୍ରୟାଗରାଜ ପ୍ରସ୍ତୁତ,୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା।

୩-ଆଜି ପବିତ୍ର ପୌଷ ପୂର୍ଣ୍ଣିମା: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

୪-ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆଜି ଓଡ଼ିଶା ପାଇଁ 'ଆୟୁଷ୍ମାନ ଭାରତ’ ଏମଓୟୁ ସ୍ବାକ୍ଷରିତ ହେବ।

୫-ଗହୀରମଥା ଗଭୀର ସମୁଦ୍ର ମଧ୍ୟରେ ଫୁଟିଲା ଗୁଳି,ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ।

୬-୨ ଦିନ ପରେ ପୁଣି ଖସିବ ପାରଦ; ପ୍ରବଳ ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା।

୭-ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର, ଦୂର ହେବ ସହରାଞ୍ଚଳ ଟ୍ରାଫିକ ସମସ୍ୟା :ନଗର ଉନ୍ନୟନ ମନ୍ତ୍ରୀ

୮-ଆସୁଛି ମକର, ଆକର୍ଷଣୀୟ ଢଙ୍ଗରେ ଘରକୁ ସଜାଇବାରେ ବ୍ୟସ୍ତ ଲୋକମାନେ।

୯- ଭୁବନେଶ୍ୱର:ମାସକୁ ଥରେ ହେବ ପଥ ଉତ୍ସବ, ଲୋକଙ୍କ ଉତ୍ସାହକୁ ଦେଖି ଘୋଷଣା କଲେ ମନ୍ତ୍ରୀ।

୧୦-କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ବାର୍ଷିକ ଉତ୍ସବ, ବାର୍ଷିକ ମୁଖପତ୍ର ଉନ୍ମୋଚନ କଲେ ଡ. ଅଚ୍ୟୁତ ସାମନ୍ତ।

୧୧-ମାହାଙ୍ଗା ଓସ୍ତପୁର ନାଲିଆପଡ଼ିଆ ବଜାର:ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍, ଜଣେ ମୃତ, ୩ ଜଣ ଗୁରୁତର।

୧୨-କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର।

୧୩-ଆଜିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ, ଅନଲାଇନରେ କରିପାରିବେ ପଞ୍ଜୀକରଣ।

୧୪-ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ।

୧୫-ଗୋପାଳପୁର:ଏସବିଆଇ କେୱାଇସି ଅନଲାଇନ ଲିଙ୍କ୍‌ରେ ୫୦ ହଜାର ଠକେଇ, ଥାନାରେ ମାମଲା।

୧୬-ଧୂର୍ତ୍ତ ଦମ୍ପତି ହଂସିତା ଓ ଅନିଲଙ୍କ ସମ୍ପତ୍ତି ସିଲ କରିବାକୁ ଚିଠି ଲେଖିଲା ଆୟକର ବିଭାଗ । ୪ ଟି ଫ୍ଲାଟ ଓ ୫ଟି ଗାଡି କିଣାବିକା ଉପରେ ୬ମାସ ଯାଏଁ ଲାଗିଲା ରୋକ୍।

୧୭-ଦିଲ୍ଲୀ ନିର୍ବାଚନ ପାଇଁ କଂଗ୍ରେସର ପ୍ରତିଶ୍ରୁତି:ପ୍ରତି ବେକାରୀଙ୍କୁ ମାସିକ ୮୫୦୦।

୧୮-ହାଇଦରାବାଦ:ସେଲଫି ହେଲା କାଳ,କୋଣ୍ଡାପୋଛାମ୍ମା ସାଗରରେ ବୁଡିଗଲେ ୫ ଛାତ୍ର।

୧୯-କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଘୋଷଣା କଲା ପୂର୍ବତଟ ରେଳପଥ।

୨୦-ମାର୍ଚ୍ଚ ୨୩ରୁ ଆଇପିଏଲ୍, ମେ ୨୫ରେ ଖେଳାଯିବ ଫାଇନାଲ ମ୍ୟାଚ୍।

୨୧-ପାକିସ୍ତାନର ବେଲୁଚିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି।

୨୨-ସୀମାରେ ଉତ୍ତେଜନା: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ କଲେ ବାଂଲାଦେଶ ସରକାର।

୨୩-ଆମେରିକାରେ ଭୟଙ୍କର ତୁଷାର ଝଡ, ୩୦୦୦ରୁ ଅଧିକ ବିମାନ ଉଡାଣ ବାତିଲ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024