ଖବର ଆଜିର ତାରିଖ:୨୩/୧୨/୨୪, ସୋମବାର



୧-ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ: ସାତ ପାହାଚ ଦ୍ବାର ଦେଇ ପ୍ରବେଶ, ଘଣ୍ଟି ଓ ଗାରଦ ଦ୍ବାର ଦେଇ ପ୍ରସ୍ଥାନ ହେବ।

୨-ଆସନ୍ତା ୨୪ ଓ ୨୫ରେ ବର୍ଷା ସହ କଲବଲ କରିବ ଘନ କୁହୁଡ଼ି, ପାଣିପାଗ ବିଭାଗର ପୂର୍ବାନୁମାନ।

୩-ଉମରକୋଟ:ଭିଜିଲାନ୍ସ ଜାଲରେ ରାଇଘର ପିଇଓ, କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ।

୪-ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ: ଭୁବନେଶ୍ଵର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରୁ ୨ ଥର ନିର୍ବାଚିତ ହୋଇଥିଲେ ବିଜୟ।

୫-ରାଉରକେଲାରେ ଅଘଟଣ : ମାରାଥନ ଚାଲିଥିବାବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ।

୬-ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ।

୭-ଭୁବନେଶ୍ୱର:ବିନିତା ଅଗ୍ରୱାଲ ପାଇବେ ଦ୍ବିତୀୟ ଜୟନ୍ତ ମହାପାତ୍ର ଜାତୀୟ ପୁରସ୍କାର।

୮-ମଣ୍ଡି କହୁଛି ସରକାରଙ୍କ ସତ । ଉପରେ ପାଲ, ତଳେ ବହୁଛି ପାଣି । ଧାନ ଉଠୁନଥିବାରୁ ହନ୍ତସନ୍ତ ଚାଷୀ।

୯-୨୬ରେ ଗର୍ଜିବେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ, ନିଯୁକ୍ତି ଦିନକୁ ଭିତ୍ତି କରି ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବି।

୧୦-ଭିତରକନିକା:ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ନଦୀରେ ଅଚଳ ହେଲା ବୋଟ୍, ଦୁଇ ଘଣ୍ଟା ଫସିଲେ ପର୍ଯ୍ୟଟକ।

୧୧-ଭରତପୁର ଥାନା ବିବାଦ ମାମଲା : ମେଜରଙ୍କ ବାନ୍ଧବୀଙ୍କୁ ୫ ଘଣ୍ଟା ଜେରା କଲେ ତଦନ୍ତ କମିଶନ।

୧୨-ରାଜ୍ୟ କଂଗ୍ରେସରେ ନାହାଁନ୍ତି ମୁଖିଆ, ଅନେକ ପ୍ରସଙ୍ଗ ହାତଛଡା କରୁଛି ଦଳ । ତୃଣମୂଳ ସ୍ତରରେ ପହଂଚି ପାରୁନି ଦଳୀୟ ନିର୍ଦ୍ଦେଶ।

୧୩-କେନ୍ଦ୍ରାପଡ଼ା:ଆଳି ପୋଲିସକୁ ବଡ ସଫଳତା ; ଡକାୟତି ଘଟଣାରେ ୭ ଗ୍ୟାଙ୍ଗ ଗିରଫ।

୧୪-ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଳିବ ଧାନ ମଣ୍ଡି।

୧୫-ଉତ୍ତରପ୍ରଦେଶ:ବାଃରେ ଶିକ୍ଷା ବିଭାଗ! ନକଲି ଶିକ୍ଷକ ଦର୍ଶାଇ ରିକ୍ସା ଚାଳକଙ୍କୁ ୫୧ ଲକ୍ଷ ଟଙ୍କାର ଫେରସ୍ତ ନୋଟିସ୍‌ !

୧୬-ଆଉ ଏକ କୀର୍ତ୍ତିମାନ ରଚିବ ଭାରତ, ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ:ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ।


୧୭-RRBରେ ଶିକ୍ଷକ, ମୁଖ୍ୟ ଲ ଆସିଷ୍ଟାଣ୍ଟ୍, ଲ୍ୟାବ୍ ଆସିଷ୍ଟାଣ୍ଟ୍ ଆଦି ୧୦୦୦ ପଦବୀ ପୂରଣ ହେବ। ଅନଲାଇନ୍ ଆବେଦନ କରନ୍ତୁ।

୧୮-ରାଗ ସୁଝାଇଲେ ସ୍ୱାମୀ, ଛାଡପତ୍ର ପରେ ଏକ ଓ ଦୁଇ ଟଙ୍କିଆ ମୁଦ୍ରାରେ ଦେଲେ ଭରଣପୋଷଣ ଟଙ୍କା।

୧୯-୧୯ ବର୍ଷରୁ କମ୍ ଏସିଆ କପ ଚମ୍ପିଆନ ହେଲା ଭାରତୀୟ ମହିଳା କ୍ରିକେଟ ଦଳ, ଫାଇନାଲରେ ବାଂଲାଦେଶକୁ ୪୧ ରନରେ ହରାଇଲା।

୨୦-କୁଏତର ସର୍ବୋଚ୍ଚ ସମ୍ମାନ, ‘ଅର୍ଡର ଅଫ୍ ମୁବାରକ ଅଲ କବୀର’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ।

୨୧-ଅଲୁଅର୍ଜୁନଙ୍କ ଘରେ ଭଙ୍ଗାରୁଜା, ଦଳାଚକଟାରେ ମୃତ ମହିଳାଙ୍କ ପାଇଁ କୋଟିଏ ଦାବି,୮ ଗିରଫ।

୨୨-ବ୍ରାଜିଲରେ ଭୟଙ୍କର ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବସ୍, ୩୮ ମୃତ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024