ଖବର ଆଜିର ତାରିଖ:୨୨/୧୨/୨୪, ରବିବାର


୧-ଆଜିଠୁ କମିବ ବର୍ଷାର ପରିମାଣ, କୋହଲା ପାଗ ସହ କିଛି ସ୍ଥାନରେ କୁହୁଡ଼ି ହେବାର ରହିଛି ସମ୍ଭାବନା।

୨-ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨କୋଟି ଟଙ୍କା ମଞ୍ଜୁର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

୩-ଭୁବନେଶ୍ୱର: ଆସନ୍ତାମାସରୁ ମିଳିବ ମାସିକିଆ ରେସନ, ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ଡିଲର ପଏଣ୍ଟ ଗୁଡିକରୁ ଚାଉଳ ନେଇ ପାରିବେ।

୪-ପୁରୀରେ ସ୍କ୍ରବ ଟାଇଫସ୍‌ – ବିଭିନ୍ନ ବେସରକାରୀ ଡାକ୍ତରଖାନାରେ ୪ରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି।

୫-ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର।

୬-ଭୁବନେଶ୍ୱର:ଆଜି ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖିଲା ବିଏମ୍‌ସି।

୭-ମଙ୍ଗଳାଯୋଡି ଓ ହୀରାକୁଦରେ ବିଦେଶାଗତ ପକ୍ଷୀ,ଏବେ ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର ୬ ଲକ୍ଷରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି।

୮-ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ , ଆୟ ବର୍ହିଭୂତ ସମ୍ପତ୍ତି ନେଇ ୩ଟି ସ୍ଥାନରେ ରେଡ୍।

୯-ସମ୍ବଲପୁର:ମହିଳାଙ୍କୁ ଦଳିଦେଲା ହାତୀ,ମହିଳା ଜଣଙ୍କ କଁସର ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ।

୧୦-ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ୨୦୨୫ରେ ମିଳିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

୧୧-ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ,କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଛି।

୧୨-ରାଜନଗର,ରାଜେନ୍ଦ୍ରନାରାୟଣପୁର ଗାଁ :ଚାଷ ଜମିରୁ ଉଦ୍ଧାର ହେଲା ୧୯ ଫୁଟ ଲମ୍ବର ଅଜଗର ସାପ।

୧୩-ମହଙ୍ଗା ହୋଇପାରେ ବିଜୁଳି ବିଲ୍‌, ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ରହିଛି ପ୍ରସ୍ତାବ

୧୪-ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ।

୧୫-ନୂତନ ସରକାରଠାରୁ ଓଡ଼ିଶାବାସୀଙ୍କ ରହିଛି ଉଚ୍ଚ ଆଶା, କେନ୍ଦ୍ର ନିକଟରେ ସ୍ୱତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ।

୧୬-ବାଲେଶ୍ବର ଭେଲୋରା ଛକ ନିକଟ ୬୦ନଂ ଜାତୀୟ ରାଜପଥ,ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ୧୫ ବର୍ଷରେ ଗଲାଣି ୭୨ରୁ ଅଧିକ ଜୀବନ।

୧୭-ମାଲକାନଗିରି:ଦରଭା ଘାଟିରେ ଓଲଟିଲା ମିନି ଟ୍ରକ୍,୪ ଜଣଙ୍କ ମୃତ୍ୟୁ, ୧୨ ଆହତ।

୧୮-ବାଲିଗୁଡ଼ା:ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ‘କ୍ରିଷ୍ଣା ବସ୍,ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି।

୧୯-୨୮ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ, ସମ୍ବଲପୁରରେ ଉଦଘାଟନ କରିବେ ୩/୪ଟି ପ୍ରକଳ୍ପ।

୨୦-ଛାଡ଼ପତ୍ର ଗୁଜବ ଭିତରେ ଏକାଠି ନଜର ଆସିଲେ ଅଭିଷେକ ଏବଂ ଐଶ୍ବର୍ଯ୍ୟା । ଫ୍ୟାନ୍ସ ଦେଖି ହେଲେ ଖୁସି।

୨୧-ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍।

୨୨-ରାୟପୁର:ଚାନ୍ଦମଟା କ୍ୟାମ୍ପ ନିକଟ ଟର୍ଣ୍ଣିଂରେ ଓଲଟିଲା ଟ୍ରକ, ୪ମୃତ, ୩୫ରୁ ଅଧିକ ଗୁରୁତର।

୨୩-ଦୁଇ ଦିନିଆ କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)