ଖବର ଆଜିର, ୨୯ ଡିସେମ୍ବର, ରବିବାର


ଉତ୍ତର ଓ ମଧ୍ୟ ଓଡ଼ିଶାରେ ୬ ଜିଲ୍ଲାରେ ବର୍ଷା ସମ୍ଭାବନା। ଜାନୁଆରୀ ୧ ରୁ ବଢିବ ଶୀତ।

୩୦ ତାରିଖ ସୁଦ୍ଧା ଫସଲ କ୍ଷତି ଆକଳନ କରାଯିବ, ଡିବିଟି ଜରିଆରେ ସମସ୍ତ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ

ଆରମ୍ଭ ହେବ ସୁସ୍ଥ ଶିଶୁ ଜନ୍ମ ଯୋଜନା, ମାତୃ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରସ୍ତୁତ ହେବ ଖସଡ଼ା

ଜାନୁଆରୀ ୩ରୁ ୟୁଜିସି ନେଟ୍‌, ସିବିଟି ମୋଡ୍‌ରେ ପରୀକ୍ଷା ଦେବେ ପ୍ରାର୍ଥୀ

ରାଜ୍ୟରେ ବଢ଼ିବ ବ୍ଲକ ସଂଖ୍ଯା, ନୂଆ ବ୍ଲକ୍ ଗଠନ ନେଇ ସରକାରଙ୍କ ସଂକେତ

ମୋହନାରେ ମୃଦୁ ଭୂମିକମ୍ପ ଅନୁଭୂତ, ଅପରାହ୍ଣ ୧ଟା ସମୟରେ ମୋହନା ଏହାର ଆଖପାଖ ଅଞ୍ଚଳ ଅଡବା, ଚାନ୍ଦିପୁଟ, ଲୁହାଗୁଡି ଓ ତପ୍ତପାଣି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି

ବରଗଡ ଧନୁଯାତ୍ରା ପାଇଁ ବଢ଼ିଲା ଅନୁଦାନ ରାଶି, ମିଳିବ ଏକ କୋଟି ଟଙ୍କା

ପ୍ଲାଷ୍ଟିକ୍‌ ନିଷିଦ୍ଧାଞ୍ଚଳ ହେଲା କପିଳାସ, ନମାନିଲେ ୫୦୦ ଟଙ୍କା ଜରିମାନା

ମାଲକାନଗିରିରେ ୮ ଲକ୍ଷ ପୁରସ୍କାର ରାଶି ଥିବା ୩ ହାର୍ଡକୋର ମହିଳା ମାଓବାଦୀ ଶନିବାର ଗିରଫ ହୋଇଛନ୍ତି

୪ ଦିନରେ ୪ ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟଣା ନେଇ କଠୋର ଆଭିମୁଖ୍ୟ ରଖିଲା ବିଜେଡି। ଏପରି ଘଟଣା ଇତିହାସରେ ବିରଳ

୩୦ରେ ଗଞ୍ଜାମ ଯିବେ ନବୀନ,କ୍ଷେତ ବୁଲିବେ, ଚାଷୀଙ୍କୁ ଭେଟିବେ।

ରାୟଗଡା ଟିକିରି ରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲା ସଂସ୍ଥା, ସାଇବର କ୍ରାଇମର ତଦନ୍ତ ପାଇଁ ଦାବି

ଆଦିବାସୀ ଅଧ୍ୟୁଷିତ ମାଲକାନଗିରିର ଝିଅ 'ମିସ୍‌ ଟିନ୍‌ ଇଣ୍ଡିଆ' , ରାଜ୍ୟ ପାଇଁ ଆଣିଲେ ଗୌରବ : ଛୁଟୁଛି ଶୁଭେଚ୍ଛାର ସୁଅ

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଘରପାଖରେ ମିଳିଲା ୮ ବୋମା। ୨୦୨୨ରେ ତାଙ୍କ ଘର ଉପରେ ହୋଇଥିଲା ଗୁଳି ଓ ବୋମାମାଡ଼

ରାୟଗଡା କଲ୍ୟାଣସିଂହପୁର ରେ ଅମଳ କରିଥିବା ଧାନକୁ ଖାଇ ନଷ୍ଟ କଲେ ୨ ଦନ୍ତାହାତୀ

ଗଂଜାମ ଜିଲ୍ଲା ଗୋପାଳପୁର ରାସ୍ତା କଡରେ‌‌ ପୁଡିଆରେ ଗୁଡ଼ାଇ ହୋଇ ରହିଥିବା ଖାଦ୍ୟ ଖାଇବା ପରେ ଗାଈର ମୁହଁରେ ବୋମା ଫୁଟି ଗୁରୁତର

ଖୋର୍ଦ୍ଧା ବାଲିପାଟଣାରେ କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ

ରାୟଗଡା ରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବାଲେଶ୍ଵର ଜିଲା ସୋର ଅନ୍ତର୍ଗତ ବାରିକପୁର ହାଟ ନିକଟରୁ ଗୋରୁ ଗାଡ଼ି ଜବତ, ୨ ବେପାରୀ ଗିରଫ

କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ା ନିକଟରେ ଦୁର୍ଘଟଣା ପରେ ଜଳିଗଲା ୨ ଟ୍ରକ, ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ

ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଋଣ ଭାର ଯୋଗୁ ଜୀବନ ହାରିଲେ କେନ୍ଦ୍ରାପଡ଼ା ଜିଲା ଖମଳ ପଞ୍ଚାୟତର ଚାଷୀ

ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ସମୁଦ୍ରରେ ଗାଧୋଉ ଥିବା ବେଳେ ଜଣେ ନାବାଳକର ମୃତ୍ୟୁ

କନ୍ଧମାଳ ଓ ଗଞ୍ଜାମ ଜିଲା ସୀମାନ୍ତ ସମେତ ଟିକାବାଲି , ଚକାପାଦ , କଲିଙ୍ଗା ଆଦି ଅଞ୍ଚଳରେ ହାତୀ ପଶି କରୁଛନ୍ତି ଉତ୍ପାତ

ଟିଟିଲାଗଡ଼ ସିରୁଲ ଗ୍ରାମ ନିକଟ ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତକ ମୁରିବାହାଲ ବ୍ଲକ ଟିକ୍ରାପଡା ଗ୍ରାମର କୁମରମଣି ରଣାଙ୍କ ପତ୍ନୀ କନକ ରଣା

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୫ ହଜାର ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ) ଛାତ୍ରବୃତ୍ତି ତାଲିକା ପ୍ରକାଶ , ଓଡ଼ିଶାର ୧୨୦ ଜଣ ମନୋନୀତ

ଦିଲ୍ଲୀରେ ୧୦୧ ବର୍ଷ ପରେ ରେକର୍ଡ ବର୍ଷା, ଡିସେମ୍ବରର ଗୋଟିଏ ଦିନରେ ପ୍ରବଳ ବର୍ଷିଲା

ଇଣ୍ଡିଗୋ ଯାତ୍ରୀ ପୁଣି ହନ୍ତସନ୍ତ, ମୁମ୍ବାଇ ଏୟାରପୋର୍ଟରେ ଫସିଲେ ୧୬ ଘଣ୍ଟା

ଶୀତ ଠାରୁ ଅଧିକ ଯନ୍ତ୍ରଣା ଦେଉଛି ତୁଷାରପାତ; ମନାଲିରୁ ଉଦ୍ଧାର ହେଲେଣି ୧୦ ହଜାର ପର୍ଯ୍ୟଟକ, ଫଶି ରହିଛି ଶତାଧିକ କାର୍ ଯାନବାହନ

୧୯ ହଜାର କର୍ମଚାରୀ ଛଟେଇ କରିବ ବିଏସଏନଏଲ

ପାକିସ୍ତାନ ସେନା ଉପରେ କାଳ ବନିଲା ତାଲିବାନ: ୨ଟି ପୋଷ୍ଟ କଲା ଦଖଲ,ମାରିଲା ୧୯ ସୈନିକ

ବାଂଲାଦେଶରେ ୟୁନୁସ ସରକାରଙ୍କ ଆଉ ଏକ କଠୋର ନିଷ୍ପତ୍ତି, ହିନ୍ଦୁ କରିପାରିବେନି ପୋଲିସ ଚାକିରି
=======================
ଆଜି ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ

ଆଜି ଜନ୍ମଦିନ: ରାଜେଶ ଖାନ୍ନା, ରାମାନନ୍ଦ ସାଗର, ଯୋଗୀତା ବାଲି, ସାୟଦ କିରମାନି

ଇତିହାସରେ ଆଜି: (୧୫୩୦) ସିଂହାସନ ଆରୋହଣ କଲା ହୁମାୟୁନ/ (୧୭୭୮) ଜର୍ଜିଆ କୁ ଅଧିକାର କଲେ ବ୍ରିଟିଶ ସେନା/ (୧୯୭୨) କଲିକତାରେ ମେଟ୍ରୋ ରେଳ ପାଇଁ କାମ ଆରମ୍ଭ/ (୧୯୭୫) ବ୍ରିଟେନରେ ପୁରୁଷ ଓ ମହିଳା ସମାନ ବୋଲି ଆଇନ/ (୧୯୮୪) ଭାରତରେ ରେକର୍ଡ ସଂଖ୍ୟକ ଭୋଟପାଇ ଜିତିଲା କଂଗ୍ରେସ/ (୨୦୦୪) ଇଣ୍ଡୋନେସିଆ ସୁନାମୀ ରେ ୬୦,୦୦୦ ମୃତ/ (୧୯୭୭) ମୁମ୍ବାଇରେ ପୃଥିବୀର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ "ଡ୍ରାଇଭ" ଉଦଘାଟିତ

 For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)