ଖବର ଆଜିର ତାରିଖ:୦୧/୦୧/୨୫, ବୁଧବାର



ଇଂରାଜୀ ନବବର୍ଷ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା,ଶୁଭକାମନା ଓ ଅଭିନନ୍ଦନ ବି 🙏♥️ 

୧-ନୂଆବର୍ଷରେ ଖସିବ ପାରଦ, ଆସିବ ଜାଡ଼ । ଥରାଇବ ତାଳୁରୁ ତଳିପା ।ପାଖାପାଖି ୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା । 

୨-ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ, ୨୦୨୪ରେ ୨ ଶହ ଅପରାଧିକ ମାମଲା ରୁଜୁ।

୩-୨୪ ସ୍ମୃତିରେ ରହୁ, ୨୫ ସୁନ୍ଦର ହେଉ... ବିଦାୟୀ ବେଳାରେ ମହାପ୍ରଭୁଙ୍କୁ ଗୁହାରୀ କରୁଛି ମଣିଷ । ହସଖୁସିରେ ଭରିଯାଉ ଏଇ ନୂଆବର୍ଷ ୨୦୨୫।

୪-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା:
ନୂଆବର୍ଷ ପାଳିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନବୀନ ନିବାସ ନ ଆସିବାକୁ କହିଲେ।

୫-ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ, ବିଭିନ୍ନ ଆସବାବପତ୍ର ନଷ୍ଟ।

୬-ଏଣିକି ଲୋକସେବା ଭବନ ଭିତରକୁ ପ୍ରବେଶ କରିବେ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଫିଟିଲା ବାଟ।

୭-ସାକ୍ଷୀଗୋପାଳ:ନବୀନ ବୁଲିଲେ ଉଜୁଡା କ୍ଷେତ – ଚାଷୀଙ୍କୁ ଭେଟିଲେ, ଆଶ୍ୱାସନା ଦେଲେ।

୮-ଯଦି ଆଗୁଆ ସଚେତନ କରାଯାଇଥାନ୍ତା ତେବେ ଫସଲ ବଞ୍ଚିଯାଇଥାନ୍ତା । ନବୀନଙ୍କ ନିକଟରେ ଚାଷୀଙ୍କ ରହିଲା ଅଭିଯୋଗ।

୯-ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ରହିବା ଜରୁରୀ।

୧୦-ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ‘ଉତ୍କଳକମଳା’ ସମ୍ମାନରେ ସମ୍ମାନିତ କରାଯାଇଅଛି।

୧୧-ଭୁବନେଶ୍ୱର :୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି, ୩ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା।

୧୨-ଆସନ୍ତା ଜାନୁୟାରୀ ୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକଭାବେ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ।

୧୩-ଜନଜାତି ଉପଦେଷ୍ଟା ପରିଷଦ ବୈଠକ: ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର।

୧୪-ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ନୟାଗଡ଼ରେ ପାଳନ ହେବ ସଡ଼କ ସୁରକ୍ଷା ସପ୍ତାହ।

୧୫-ବାରଙ୍ଗ: ବର୍ଷ ଶେଷରେ ନନ୍ଦନକାନନ ବୁଲିଲେ ୨୯,୧୨୬ ପର୍ଯ୍ୟଟକ।

୧୬-ଶିମିଳିପାଳ ଫେରୁଛି ବାଘୁଣୀ ଜିନତ, ଶିମିଳିପାଳକୁ ଫେରାଇ ଆଣିବାକୁ ଚିଠି ଲେଖିଥିଲା ଏନଟିସିଏ।

୧୭-ପୁରୀ:ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର।ଧରାପଡିଲା ୧୭ବର୍ଷିୟ ନକଲି ଡାକ୍ତର, ରୋଗୀ ଦେଖୁଥିଲା ହେଲେ ମେଡ଼ିସିନ୍ ଲେଖୁନଥିଲା।

୧୮-ନୁଆ ଦିଲ୍ଲୀ:ଆଜିଠୁ ବନ୍ଦ ହେବ ନିଷ୍କ୍ରିୟ ଜମା ଖାତା।

୧୯-ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ମମତାଙ୍କ ପାଖରେ ସବୁଠୁ କମ୍ ସମ୍ପତ୍ତି ।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା:ଏଡିଆର ରିପୋର୍ଟରେ।

୨୦-୨୦୨୫ ସୁଦ୍ଧା ସରିବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ଡିଜିଟାଲ ଗ୍ୟାଲେରି କାର୍ଯ୍ୟ ୨୦୨୫ ସେପ୍ଟେମ୍ବର ସୁଦ୍ଧା ସରିବ।

୨୧-ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କଠୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ । ଯତ୍ନଶୀଳ ହେବାକୁ ଦେଲେ ପ୍ରତିଶ୍ରୁତି ।

୨୨-ସାରା ବିଶ୍ୱ ଉତ୍ସବମୁଖର । ପ୍ରଥମେ ନ୍ୟୁଜିଲାଣ୍ଡରେ ଆସିଲା ନୂଆବର୍ଷ । ରଙ୍ଗୀନ ଆଲୋକମାଳାରେ ଝଲସିଲା ଅକଲାଣ୍ଡ ସହର।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)