ଖବର ଆଜିର ତାରିଖ:୨୮/୧୨/୨୪, ଶନିବାର



୧-ଆସନ୍ତା ୧୫ ତାରିଖ ଯାଏଁ ବଢ଼ିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ଅବଧି।

୨-ତାଳଚେର ଓ ଫୁଲବାଣୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି।

୩-ମୋର 'X' ଆକାଉଣ୍ଟ ନାହିଁ, ଇନଷ୍ଟା ଜରିଆରେ କହିଛନ୍ତି ପାଣ୍ଡିୟାନ୍।

୪-ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା।

୫-ବାରଙ୍ଗ:ନନ୍ଦନକାନନ ବୁଲିଲେ ୩୦ ହଜାରରୁ ଊର୍ଦ୍ଧ୍ଵ ପର୍ଯ୍ୟଟକ।

୬-ବିଜେଡି-ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଇଁ ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ।

୭-ବିଶ୍ବସ୍ତରୀୟ ହେବ ଭୁବନେଶ୍ୱର ରେଳଷ୍ଟେସନ,୨୦୨୫ରେ ସରିବ କାମ।

୮-୧୦ ବର୍ଷରେ ପ୍ରଥମ ଥର ପାଇଁ ରିଲାଏନ୍ସ ଉଦ୍ୟୋଗର ହେଲା କ୍ଷତି।

୯-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ  ଅମିତ୍ ଶାହଙ୍କ ଗସ୍ତ ସ୍ଥଗିତ।

୧୦-ଜଷ୍ଟିସ ବିଶ୍ବନାଥ ରଥ ହେଲେ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ।

୧୧-ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ: ଯୋଗଣା ମନ୍ତ୍ରୀ 

୧୨-କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା।

୧୩-ଚାନ୍ଦବାଲି:ବିଲ ମଝିରେ ଜଳିଗଲେ ଚାଷୀ, ରାସ୍ତା ରୋକ ସହ ବିଦ୍ୟୁତ

୧୪-ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟରେ ବୃଦ୍ଧି: ଗ୍ରାମାଞ୍ଚଳରେ ୧୮୮% ଓ ସହରାଞ୍ଚଳରେ ୧୬୬%।

୧୫-ଭୁବନେଶ୍ୱର:୩୦ତାରିଖ ପରେ ବଢିବ ଶୀତ, ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର

୧୬-ଆଜି ନିଗମ ବୋଧ ଘାଟରେ ପୂର୍ବାହ୍ନ ୧୧ଟା ୪୫ରେ  ହେବ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର।

୧୭-ଡିଜିସିଏର କଡ଼ା ଆକ୍ସନ, ଅକାସା ଏୟାରର ୨ ନିର୍ଦ୍ଦେଶକଙ୍କୁ କଲା ସସ୍‌ପେଣ୍ଡ।

୧୮-ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଅବଦୁଲ ରେହେମାନ ମଖ୍ଖୀର ମୃତ୍ୟୁ: ପାକିସ୍ତାନର ଲାହୋରରେ ଏକ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ।

୧୯-ମନମୋହନ ସିଂହଙ୍କ ଦସ୍ତଖତର କମାଲ୍‌; ଟଙ୍କିକିଆ ନୋଟ୍ ବିକ୍ରି ହେଉଛି ଏବେ ୧୦୦ ଟଙ୍କାରେ।

୨୦-ବ୍ୟାକଫୁଟରେ ଭାରତ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପୁଣି ଫେଲ ମାରିଲେ ରୋହିତ, କୋହଲି।ଭାରତ ୫ ୱିକେଟ ହରାଇ ମାତ୍ର ୧୬୪ ରନ କରିଛି।

୨୧-ଜାତିସଂଘ କର୍ମଚାରୀଙ୍କୁ ଶୀଘ୍ର ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ।

୨୨-ଜର୍ମାନ ସଂସଦ ଭଙ୍ଗ, ଫେବୃଆରୀ ୨୩ରେ ହେବ ଆଗୁଆ ନିର୍ବାଚନ।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)