ଖବର ଆଜିର* ତାରିଖ:୨୪/୧୨/୨୪, ମଙ୍ଗଳବାର



୧-ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ ; ନୂଆ କଟ୍ ଅଫ ମାର୍କ ସ୍ଥିର କରି ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋଟଙ୍କ ନିର୍ଦ୍ଦେଶ।

୨-ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ।

୩-ରାଜ୍ୟରେ ଶିଘ୍ର ଲାଗିବ ୩ଟି ଡପଲର ରାଡାର, ପଞ୍ଚାୟତରେ ମିଳିବ ପାଣିପାଗ ସୂଚନା।

୪-ଆସନ୍ତା ୨୯ରେ ହେବ BMCର ପଥୋତ୍ସବ। ଜାନୁୟାରୀ ୫ରେ ଉତ୍ତରଜୋନରେ ହେବ।

୫-ନବ ବର୍ଷ ଲାଗି ଶ୍ରୀ କ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ତା ।

୬-ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ ୩ ଦିନରେ ଆସିବ : ରାଜସ୍ବ ମନ୍ତ୍ରୀ।

୭-ଆଜିଠୁ କିଟ୍ ରେ ଆରମ୍ଭ ହେବ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି।

୮-ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ କଲେ ଅନୁରୋଧ।

୯-ନିର୍ବାଚନର ୬ ମାସ ପରେ ବିଜେଡିର ସାଂଘାତିକ ଅଭିଯୋଗ, ପୂରା ନିର୍ବାଚନ ଗଡ଼ବଡ଼, ତଥ୍ୟ ଦେଉ ନାହାନ୍ତି ଇଲେକ୍ଟୋରାଲ ଅଫିସର।

୧୦-କେଶୁରାରେ ସିରିଜ୍ ଦୁର୍ଘଟଣା, ୫ ଆହତ, ଏକାଧିକ ବାଇକକୁ ଧକ୍କା ଦେଲା କାର୍, ଦୁର୍ଘଟଣା ଘଟାଇ କାର୍ ଫେରାର, ଘଟଣାସ୍ଥଳରେ ଉତ୍ତେଜନା।

୧୧-ଭୁବନେଶ୍ୱର: ସତ୍ୟନଗରସ୍ଥିତ ପ୍ରେସର କୁକର ଗୋଦାମରେ ଅଗ୍ନିକାଣ୍ଡ ,ନିଆଁ ଲିଭାଇବାକୁ ୨ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି।

୧୨-ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍, ସୂଚନା ଦେଲେ ମନ୍ତ୍ରୀ।

୧୩-ଭୁବନେଶ୍ୱର : ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି।

୧୪-କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ୨ ବ୍ରିଜ୍‌, ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ:ମନ୍ତ୍ରୀ

୧୫-ନବୀନଙ୍କ ଜୀବନୀ ଉପରେ,
ରୁବେନ ବାନାର୍ଜୀଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ।

୧୬-କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ, ହଟିଲା ‘ନୋ ଡିଟେନସନ୍ ପଲିସି’।ଏଣିକି ଛାତ୍ରଛାତ୍ରୀଙ୍କୁ ୫ମ ଏବଂ ୮ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

୧୭-ନୂଆ ଦିଲ୍ଲୀ:ନ୍ୟାୟ ମୂର୍ତ୍ତି ଭି.ରାମସୁବ୍ରମଣ୍ଯ NHRC ଅଧ୍ୟକ୍ଷ ଭାବେ ନିଯୁକ୍ତ।

୧୮-ଛତୁଆ ହେଉ କି ଛତୁ, କେଉଁଥିରୁ ମିଳେନି ଯଥେଷ୍ଟ ପ୍ରୋଟିନ: ପୋଷକଯୁକ୍ତ ଖାଦ୍ୟ ଉପରୁ ପରଦା ହଟାଇଲେ ପୋଷଣ ବିଶେଷଜ୍ଞ ମୋହିତା।

୧୯-ବିବାହ ବନ୍ଧନରେ ଆବଦ୍ଧ ହେଲେ ପିଭି ସିନ୍ଧୁ, ଉଦୟପୁରରେ ସେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି।

୨୦-ବେଙ୍ଗାଲୁରୁ:କାର ଉପରେ ପଡ଼ିଗଲା କଣ୍ଟେନର, ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ।

୨୧-ନୂଆଦିଲ୍ଲୀ : ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ୯୦ ବର୍ଷ ବୟସରେ ପରଲୋକ।

୨୨-ଗୁଆହାଟୀ: ବାଲ୍ୟ ବିବାହ ଅଭିଯୋଗରେ ଆସାମ ପୁଲିସ ୪୧୬ ଜଣଙ୍କୁ ଗିରଫ କରିଛି।

୨୩-ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ, ଭାରତର ଜବାବ- ‘ନୋ କମେଣ୍ଟ’।

For more updates Join our WhatsApp Channel 


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024