ଖବର ଆଜିର, ତାରିଖ- ୧୫/୧୨/୨୦୨୪, ରବିବାର



📍ମାଲ୍ୟବନ୍ତ ମହୋତ୍ସବ ୨୦୨୪କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହିତ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବା ଏବଂ ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ସ୍ଥାନୀୟ ଅଂଚଳର ୨୦୦୦ ଯୁବକ ଯୁବତୀଙ୍କୁ ରୋଜଗାର ମିଳିବା ନେଇ ଘୋଷଣା କହିଛନ୍ତି ମୁଖ୍ୟମନ୍ତ୍ରୀ।

📍ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି। ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ। ମାଲକାନଗରିବାସୀଙ୍କ ମତାମତ ନେଇ ଆନ୍ଦୋଳନର ରୂପରେଖ ସ୍ଥିର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।

📍ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯଦିଦୁର୍ନୀତି ପ୍ରମାଣିତ ହେଲେ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ।

📍ସୋମବାର (ଡିସେମ୍ବର ୧୬) ଲୋକସଭାରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଲ୍ ଆଗତ ହେବାକୁ ଯାଉଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭାରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ଆଗତ କରିବେ।

📍ଚତୁର୍ଥ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ।

📍ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନଭି ମୁମ୍ବଇ ଆଇଆଇଏ(ଏନଏମଆଇଆଇଏ) କମ୍ପାନୀର ୭୪ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥିପାଇଁ ରିଲାଏନ୍ସ ୧୬୨୮ କୋଟି ଟଙ୍କା ଖର୍ଚ୍ଚ କରିଛି।

📍ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

📍ବିଶ୍ବର ସବୁଠୁ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍‌ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍‌ଏଆଇରେ ଘଟୁଥିବା ଗୋପନ କଥାଗୁଡ଼ିକୁ ପ୍ରଘଟ କରିଥିବା ୨୬ ବର୍ଷୀୟ ଭାରତୀୟ ଯୁବକ ସୁଚିର ବାଲାଜୀଙ୍କ ମୃତ୍ୟୁ ହୋଇଛି। ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋରେ ଥିବା ଆପାର୍ଟମେଣ୍ଟରୁ ତାଙ୍କ ମୃତ ଦେହ ଜବତ କରାଯାଇଛି।

📍ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ସମ୍ଭଲରେ ହିଂସାପୀଡ଼ିତଙ୍କ ପରିବାରକୁ ଭେଟି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। 

📍ଓଡ଼ିଶାର ରାଜସ୍ବ ବିଭାଗରେ ବ୍ୟାପକ ସଂସ୍କାର ଅଣାଯିବ। ରାଜ୍ୟରେ ନୂଆ ରାଜସ୍ବ ଆଇନ୍ ଆସିବ। ଆଇନରେ ଥିବା ‘ରିଲିଫ୍‌’ ଶବ୍ଦ ବ୍ୟବହାର କରାଯିବ ନାହିଁ। ‘ରିଲିଫ୍’ ଶବ୍ଦ ଦୟାଭାବ ସୂଚାଉଛି। 

📍କଟକ ମଧୁପାଟଣା ଛକରେ ଜଳିଗଲା ମୋ ବସ୍। ରାତି ପ୍ରାୟ ୮ ଟା ସମୟରେ ରାସ୍ତାରେ ଠିଆ ହୋଇଥିବା ବେଳେ ହଠାତ୍ ‘ମୋ ବସ୍‌’ରେ ନିଆଁ ଲାଗିଯାଇଥିଲା। ହେଲେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି। ଅବଶ୍ୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

📍ମହାଭିଯୋଗରେ ବିଦାହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ସମ୍ବିଧାନର ଉଲ୍ଲଂଘନ କରି ଜରୁରୀ ପରିସ୍ଥିତି ଓ ସାମରିକ ।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)