ଖବର ଆଜିର ତାରିଖ: ୨୧/୧୨/୨୪, ଶନିବାର



୧-ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ।

୨-ଚିନ୍ତା ବଢାଇଲାଣି ଲଘୁଚାପ ବର୍ଷା,ଧାନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା।

୩-ଭୋପାଳ:ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା,ନଗଦ ଦଶ କୋଟି ଜବତ।

୪-ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି।ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର।

୫-ସମ୍ବଲପୁର:'ବିଶ୍ବ' ରୁ ୫୦୫ ଜାଲ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜବତ,୭୨ ଲକ୍ଷ ଟଙ୍କା ଅକାମୀ, ସେୟାର ବଜାରରେ ଦଶ ଲକ୍ଷ ଜବତ୍।

୬-ମନେରଗାରେ କଟକ ଜିଲ୍ଲାର ଖରାପ୍ ପ୍ରଦର୍ଶନ,୧୨ ଏଡିଇଓଙ୍କ ଦରମା ବନ୍ଦ।

୭-କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଶିକ୍ଷକଙ୍କୁ ଦିଆଗଲା ଇଂରାଜୀ ପ୍ରଶିକ୍ଷଣ।

୮-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିସେମ୍ବର୨୩ରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ।

୯-ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେଣି କୋରାପୁଟ ଚାଷୀ।ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। 

୧୦-ଦଶ ଘଣ୍ଟା ପରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ED ଟିମ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ଜବତ।

୧୧-ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା, ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ।

୧୨-ବୌଦ୍ଧ:ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍‌ସପେକ୍ଟର, ସମବାୟ ସମିତିର ବିଲ୍‌ ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ।ଇନ୍‌ସପେକ୍ଟର ଦ୍ବୟ ହେଲେ – କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ।

୧୩-ଅନୁଗୁଳ:ଡ୍ୟୁଟିକୁ ଯାଉଥିବା ବେଳେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଆହତ।

୧୪-ଫେଲ୍ ମାରିଲା ଯୋଗାଣ ବିଭାଗର ଯୋଜନା । ଏବେ ବି ରାଜ୍ୟର ୫୬ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ଅପଡେଟ୍ । ବାଧକ ସାଜିଛି ନେଟୱାର୍କ, ବୟସ୍କ ବର୍ଗ ଓ ପିଲାଙ୍କ ତଥ୍ୟ

୧୫-ଡ.ଜ୍ଞାନେଶ୍ବର ମୂଳେ ପାଇବେ ସମ୍ମାନଜନକ ନୀଳିମାରାଣୀ ସାହିତ୍ୟ ପୁରସ୍କାର-୨୦୨୫।ମାନପତ୍ର, ଫଳକ ଏବଂ ଉପଢୌକନ ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

୧୬-ଓଡ଼ିଶାରେ ପୁଣି ବଢ଼ିପାରେ ବିଜୁଳି ବିଲ୍‌ । କୋଟିଏ ଖାଉଟି ଗଣିବେ ବିଦ୍ୟୁତ୍ ତଣ୍ଡ । ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ।

୧୭-ସାମ୍ନାକୁ ଆସିଲା ରାଜସ୍ଥାନ ଦୁର୍ଘଟଣାର ସିସିଟିଭି ଭିଡିଓ । ଏବେ ସୁଦ୍ଧା ୧୧ ମୃତ,୪୦ ରୁ ଅଧିକ ଆହତ।

୧୮-ଜମା ଉପରେ ସୁଧହାର ସମ୍ପର୍କିତ ମାନଦଣ୍ଡରେ କିଛି ପ୍ରାବଧାନକୁ ପାଳନ ନ କରିବାରୁ ଇଣ୍ଡସଇଣ୍ଡ ବ୍ୟାଙ୍କ ଉପରେ RBI ଲଗାଇଲେ ୨୭.୩୦ଲକ୍ଷ ଟଙ୍କାର ଜରିମନା।

୧୯-ବିଶାଖାପାଟଣା: ବୈଦୁତିକ ସାମଗ୍ରି ମଗାଇଥିଲେ ମହିଳା,ପାର୍ସଲରେ ଆସିଲା ମୃତ ଦେହ।

୨୦-ସଂସଦରେ ଧସ୍ତାଧସ୍ତି ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ, ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ FIR ବି ଟ୍ରାନ୍ସଫର୍ କଲା ଦିଲ୍ଲୀ ପୋଲିସ।

୨୧-ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ବିୟୋଗରେ ହରିୟାଣାରେ ୩ ଦିନିଆ ଶୋକ।

୨୨-‘ବଜ୍ର’ ତୋପ କ୍ରୟ ନିମନ୍ତେ L&T ସହିତ ୭,୬୨୯ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କଲେ ପ୍ରତିରକ୍ଷା ମନ୍ତ୍ରାଳୟ।

୨୩-ବାଂଲାଦେଶରେ ହିନ୍ଦୁ ବିରୋଧରେ ୨୨୦୦ ହିଂସା ମାମଲା ଓ ପାକିସ୍ତାନରେ ୧୨୦ ମାମଲା ହୋଇଛି: କେନ୍ଦ୍ର ସରକାର

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024