ଖବର ଆଜିର ତାରିଖ ୨୦/୧୨/୨୪, ଶୁକ୍ରବାର



୧-ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା: ବାରିକେଡ୍ ଯୋଗେ ଦର୍ଶନ କରିବେ ଶ୍ରଦ୍ଧାଳୁ, ନାଟମଣ୍ଡପରୁ ଆରମ୍ଭ ହେବ ଧାଡ଼ି ଦର୍ଶନ।

୨-ଭୁବନେଶ୍ୱର:୩ ଦିନ କମ୍‌ ଶୀତ, ପାଗ ମେଘୁଆ ରହିବ, ଦୃଶ୍ୟମାନ ହେବ କୁହୁଡ଼ି।

୩-ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୧ ସୁଦ୍ଧା ପହଞ୍ଚିବ +୨ ପରୀକ୍ଷା ସାମଗ୍ରୀ।

୪-ଭୁବନେଶ୍ୱର:ଶିମିଳିପାଳ ଜଗିବେ ସଶସ୍ତ୍ର ଫୋର୍ସ, ସୃଷ୍ଟି ହେବ ୧୩୧ ପଦବୀ।

୫-ସଂସଦରେ ପ୍ରତାପ ଷଡ଼ଙ୍ଗୀର ଫାଟିଲା ମୁଣ୍ଡ, ରାହୁଲଙ୍କ ଉପରେ ଲାଗିଲା ଆରୋପ, କ୍ଷମା ମାଗିବା ବଦଳରେ ପାଲଟା ଅଭିଯୋଗ କଲେ ରାହୁଲ।

୬-ଭୁବନେଶ୍ୱର:ଏପଟେ ଥଣ୍ଡାର ଥାର୍ଡ ଡିଗ୍ରୀ, ସେପଟେ ରାସ୍ତା କଡ଼ରେ ଶୋଉଛନ୍ତି ଲୋକ; ଆଧାର କାର୍ଡ ନଥିବାରୁ ସହରାଞ୍ଚଳ ନିରାଶ୍ରୟ ଆଶ୍ରୟ ସ୍ଥଳୀରେ ମିଳୁନି ସ୍ଥାନ।

୭-ଟାଙ୍ଗୀରେ ମୃଦୁ ଭୂମିକମ୍ପ ,ଭୂମିକମ୍ପରେ ଥରି ଉଠିଲା ଘର ଓ ଚଟାଣ, ଭୟରେ ଘର ଛାଡି ବାହାରକୁ ଧାଇଁଲେ ଲୋକ।

୮-ଯାଜପୁର:ଠିକା ସଂସ୍ଥା ଦରମା ନ ଦେବା ପ୍ରତିବାଦରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି।

୯-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା:ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା, ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ।

୧୦-କଟକ:ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ସମର୍ପିତା ଚୌଧୁରୀ । ।ପୁଅ ଝିଅ ଓ ସ୍ୱାମୀ ବି ଠକେଇରେ ସାମିଲ ।

୧୧-ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନର ନୂଆ ବିଲଡିଂ, SCBରେ ପୂରଣ ହେବ ଡାକ୍ତର ପଦବୀ।

୧୨-ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ୨୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା।

୧୩-କେନ୍ଦ୍ରାପଡା, ମହାକାଳପଡା:ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ, ୩ କ୍ବିଣ୍ଟାଲ ମାଛ ଜବତ କଲା ବନବିଭାଗ।

୧୪-ଡେରାବିଶ, ଫକୀରାବାଦ ପ୍ରାଥମିକ ବିଦ୍ୟାଳୟ:ମହୁମାଛି ଆକ୍ରମଣରେ ୨୦ ଛାତ୍ରଛାତ୍ରୀ ଆହତ, ବାର୍ଷିକ କ୍ରୀଡା ଉତ୍ସବ ଚାଲୁଥିବା ସମୟରେ ଆକ୍ରମଣ।

୧୫-ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତି କରି ବିକ୍ରି ଘଟଣା,୬ ଜଣଙ୍କୁ ବାସେଳୀ ସାହି ଥାନା ପୋଲିସ ବାନ୍ଧିଲା।

୧୬-ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ବିଚ୍ ରାସ୍ତାରେ ହଣାକଟା, ୩ ଜଣ ଆହତ।

୧୭-ଲାଞ୍ଚ ମାମଲାରେ ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହଲସିଲଦାରଙ୍କୁ ୩ ବର୍ଷ ଜେଲ, ୩୦ ହଜାର ଟଙ୍କା ଜରିମାନା।

୧୮-ବେଆଇନ ନିର୍ମାଣ କରୁଥିଲେ, ମାଟିରେ ମିଶିବ କୋଠା; OC ନଥିଲେ ମିଳିବନି ପାଣି-ବିଜୁଳି ସଂଯୋଗ :ସର୍ବୋଚ୍ଚ ଅଦାଲତ।

୧୯-ଆଇସିସିର ନିଷ୍ପତ୍ତି: ନିରପେକ୍ଷ ସ୍ଥାନରେ ହେବ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ।

୨୦-ମନ୍ଧାନା-ଘୋଷଙ୍କ ଧୂଆଁଧାର ବ୍ୟାଟିଂ, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ୫ ବର୍ଷ ପରେ ସିରିଜ୍ ଜିତିଲା ଭାରତ।

୨୧-ମୁମ୍ବାଇ:ପୁଞ୍ଜି ବଜାରରେ ଚଡ଼କ,ନିବେଶକ ହରାଇଲେ ୨.୬ଲକ୍ଷ କୋଟି।

୨୨-ଚଳିତ ମାସ ଶେଷ ଆଡକୁ ଖାଲି ଆଖିରେ ଦେଖିହେବ ୫ଟି ଗ୍ରହ।ମାସେ ପର୍ଯ୍ୟନ୍ତ ଦେଖି ହେବ ବିରଳ ମହାଜାଗତିକ ଘଟଣା।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)