ଖବର ଆଜିର* ତାରିଖ:୧୯/୧୨/୨୪, ଗୁରୁବାର



୧-ଭୁବନେଶ୍ୱର:ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୨-ଭୁବନେଶ୍ୱର:ଆଜିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।

୩-ଭୁବନେଶ୍ୱର:୧୨୬୮ ପରୀକ୍ଷା କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା, ପଞ୍ଜିକୃତ କରିଛନ୍ତି ୩, ୬୪, ୫୨୭ ଛାତ୍ର-ଛାତ୍ରୀ।

୪-କଡାକଡି ହେଲା ବୁକ ସର୍କୁଲାର-୪୭, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ବାଧ୍ୟ ପ୍ରଶାସନିକ ଅଧିକାରୀ।

୫-ଉଚ୍ଚ ନ୍ୟାୟାଳୟରେ ମାଲିକ-ଭଡାଟିଆ ମାମଲା:ଘର ଛାଡ଼ିବାକୁ ୧୫ ଦିନିଆ ନୋଟିସ ବାଧ୍ୟତାମୂଳକ।

୬-ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି, ୨୩୧ କୋଟି ଠକେଇ କରିଥିବା ଅଭିଯୋଗ।

୭-ଭୁବନେଶ୍ୱର:ଦରବୃଦ୍ଧି ପ୍ରତିବାଦରେ ୬ରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି।

୮-ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚରେ ଜାତୀୟ ପତାକା।

୯-ନୂଆ ବର୍ଷରୁ ଆସିବ ସରକାରଙ୍କ ନୂଆ ଏସ୍‌ଓପି । ଆପାର୍ଟମେଣ୍ଟ କିଣାବିକା ନେଇ ଫିଟିବ ବାଟ ।

୧୦-କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ।

୧୧-NIACLରେ ୫୦୦ ଆସିଷ୍ଟାଣ୍ଟ୍ ପଦବୀ ପାଇଁ ଆବେଦନ ବିଜ୍ଞପ୍ତି,ଗ୍ରାଜୁଏସନ୍‌ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

୧୨-ନୂଆବର୍ଷରୁ ଲାଗୁ ହେବ ୟୁସିସି, ଘୋଷଣା କଲେ ଉତ୍ତରାଖଣ୍ଡ ସରକାର।

୧୩-୨୯ରେ ଓଡ଼ିଶା ଆସିବେ ଅମିତ୍ ଶାହ, ସଂଗଠନ ମଜବୁତ୍ ପାଇଁ ହେବ ଆଲୋଚନା।

୧୪-ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର।

୧୫-ଡିସେମ୍ବର ୨୧ ନଚେତ୍ ୨୨:ମାତ୍ର ୧୦ଘଣ୍ଟା ୧୮ ମିନିଟ୍ ଓ ୧୮ ସେକେଣ୍ଡର ହେବ ଦିନ।ଏହାକୁ ଇଂରାଜୀରେ Winter Solstice ନାମରେ ଜଣାଯାଏ।

୧୬-ଆମ୍ବେଦକରଙ୍କୁ ନେଇ ସଂସଦରେ ହଙ୍ଗାମା । ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।

୧୭-‘ୱାନ୍ ନେସନ ୱାନ୍ ଇଲେକ୍ସନ’ ଲାଗି JPC ଗଠିତ, ଅନୁରାଗ ଠାକୁର ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୩୧ ସଦସ୍ୟ ସାମିଲ।

୧୮-ୟୁଟ୍ୟୁବରଙ୍କୁ ୯.୫ କୋଟି ଜରିମାନା, ଭୁଲ ତଥ୍ୟ ଦେଇ ନିବେଶକଙ୍କୁ ଷ୍ଟକ ବଜାର ପ୍ରତି ଆକର୍ଷିତ କରୁଥିଲେ।

୧୯-ମୁମ୍ବାଇ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି,୧୦୧ ଜଣଙ୍କ ଉଦ୍ଧାର।

୨୦-ବ୍ରିସବେନ୍ ଟେଷ୍ଟ ଡ୍ର’; ପଞ୍ଚମ ଦିନରେ ରୋମାଞ୍ଚକର ସ୍ଥିତି, ହେଲେ ବର୍ଷା ସାଜିଲା ବାଧକ।

୨୧-କ୍ୟାନସର ପାଇଁ ଆସିଲା ଟିକା, ୨୦୨୫ରୁ ଦେଶର ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରିବ ରୁଷ।

୨୨-କିରିଲୋଭଙ୍କ ହତ୍ୟା ପରେ ୟୁକ୍ରେନ ଉପରେ ନିଆଁବାଣ ରୁଷ, ଗୋଟିଏ ଦିନରେ ନିପାତ କଲା ୪୫୦ ଯବାନ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024