୧୬-ଡିସେମ୍ବର-୨୦୨୪,ସୋମବାର



*_➡️୧-ଆଜି ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୁଏ। ଏଣିକି ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ।_*

*_➡️୨-ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।_*

*_➡️୩-‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ସୂଚନା । କହିଲେ ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ l_*

*_➡️୪-ସାରା ଦେଶରେ ଶୀତର ଲହରୀ: ୨୦ ବର୍ଷର ରେକର୍ଡ ଭଙ୍ଗ କଲା ୟୁପି l ମଧ୍ୟପ୍ରଦେଶରେ ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୫ ଡିଗ୍ରୀ ହେଲା ରେକର୍ଡ । ଭୋପାଳରେ ୪ ଡିଗ୍ରୀକୁ ଖସିଲା ପାରଦ l_*

*_➡️୫-ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅକ୍ଟୋବର ୨୮ତାରିଖରେ ସହସ୍ରାଧିକ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ କରିଥିଲେ।_*

*_➡️୬-ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର । ଓଡ଼ିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର ।_*

*_➡️୭-ଭୁବନେଶ୍ୱର ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ।ବିଭିନ୍ନ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଏକାଠି ହେଲେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା।_* 

*_➡️୮-ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ- ଆୟୁଷ୍ମାନ ଭାରତ ଯୋଜନା, ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ l ପ୍ରଥମ ପର୍ଯ୍ୟାୟରେ 3 କୋଟି 50 ଲକ୍ଷ ଲୋକଙ୍କୁ ସାମିଲ କରାଯିବ ।_*

*_➡️୯-ରାଜଧାନୀ ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା, ଭୁବନେଶ୍ଵରରେ ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ, ରାଉରକେଲାରେ ୫.୭, ଝାରସୁଗୁଡାରେ ୭.୧, କେନ୍ଦୁଝରରେ ୮.୮ ଡିଗ୍ରୀ ହେଲା ରେକର୍ଡ l_*

*_➡️୧୦-ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ୍ସ ରେ ପୋଷ୍ଟ୍‌ ଜରିଆରେ ଜଣାଇଲେ ଶ୍ରଦ୍ଧାଞ୍ଜଳି l_*

*_➡️୧୧-ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ l ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। ।_*

*_➡️୧୨-ଖୋର୍ଦ୍ଧା ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍ , ୧୦ରୁ ଅଧିକ ଆହତ, କିଛି ଆହତଙ୍କୁ ଖୋର୍ଦ୍ଧା ଓ ଆଉ କିଛି ଆହତଙ୍କୁ ଭୁବନେଶ୍ଵରକୁ କରାଗଲା ସ୍ଥାନାନ୍ତର l_*

*_➡️୧୩-ଆଜି ରାଜ୍ୟସଭାରେ ହେବ ସମ୍ବିଧାନ ଉପରେ ବିତର୍କ: ସାମିଲ ହେବେ ଜେ.ପି ନଡ୍ଡା ଓ ଅମିତ୍ ଶାହା, ଲୋକସଭାରେ ଆସିପାରେ ଓ୍ବାନ୍ ନେସନ୍ , ଓ୍ବାନ୍ ଇଲେକ୍ସନ୍ ବିଲ୍ l_*

*_➡️୧୪-ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବାକୁ ଥିବା ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଲାଗି ଆରମ୍ଭ ହେଲା ରିହର୍ସଲ l କଂସ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ରହି ପୂର୍ବାଭ୍ୟାସ କଲେ ଆରମ୍ଭ l_*

*_➡️୧୫-ବିଜୟ ଦିବସରେ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ ମୋଦୀ, ରକ୍ଷା ମନ୍ତ୍ରୀ କହିଲେ- ‘ବଳିଦାନ ଏବଂ ସେବାକୁ କେବେ ଭୁଲିବନି ଭାରତ’ l_*

*_➡️୧୬-ଫ୍ରାନ୍ସର ହିନ୍ଦ ମହାସାଗରରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’ l ଏହି ଘୂର୍ଣ୍ଣିବଳୟ ଦ୍ୱାରା ଦ୍ୱୀପ ଅଞ୍ଚଳର ବହୁ କ୍ଷୟକ୍ଷତି କରିଛି। ଫ୍ରାନ୍ସ ଟିଭିର ରିପୋର୍ଟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି।_*

*_➡️୧୭-ଭାରତୀୟମାନଙ୍କୁ ଏକ ବଡ ଉପହାର ଦେବେ ଭ୍ଲାଦିମିର ପୁଟିନ, ୨୦୨୫ରୁ ଋଷରେ ହେବ ମାଗଣା ଭିସା ପ୍ରବେଶ l_*

*_➡️୧୮-ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ତୃତୀୟ ଟେଷ୍ଟରେ ଭାରତର ପେସ୍ ବୋଲର ଯଶପ୍ରୀତ ବୁମରା କଲେ ନୂଆ କୀର୍ତ୍ତିମାନ l ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ତମ ୱିକେଟ କଲେ ହାସଲ l ଏହାସହ କ୍ରିକେଟର ୫୦ଟି ଟେଷ୍ଟ ୱିକେଟ ହାତେଇବା ସହ କପିଳ ଦେବକୁ ଟପିଲେ ବୁମରା ।_*

*_➡️୧୯-ଆଜି ଭାରତ ଫେରିଲେ ଚେସ୍ ଚାମ୍ପିୟନ ଡି ଗୁକେଶ। ଚେନ୍ନାଇ ବିମାନବନ୍ଦରରେ ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କୁ କଲେ ଭବ୍ୟ ସମ୍ବର୍ଦ୍ଧନା l ବିଶ୍ୱନାଥ ଆନନ୍ଦଙ୍କ ପରେ ଏହି ମ୍ମାନଜନକ ଆଖ୍ୟା ପାଇବାରେ ଗୁକେଶ ହେଲେ ଦ୍ବିତୀୟ ଭାରତୀୟ।_*

*_➡️୨୦-ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମିର l ଅମିର ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର l_*

*_🔅ଆଜି ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ll_*
*_🔅ଆଜି ବିଜୟ ଦିବସ ll_*
*_🔅ଆଜି ବକ୍ସର ଶ୍ରୀ ହାୱା ସିଂ ଜୟନ୍ତୀ ll_*
*_🔅ଆଜି ଦ୍ୱିତୀୟ ଲେଫ୍ଟନାଣ୍ଟ ଶ୍ରୀ ଅରୁଣ ଖେତ୍ରପାଲ ଶହୀଦ ଦିବସ ll_*
*_🔅ଆଜି ବାଂଲାଦେଶ ବିଜୟ ଦିବସ ll_*
*_🔅ଆଜି ୫୩ତମ ଜାତୀୟ ବିଜୟ ଦିବସ ଭାରତ ll_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024