୩୦-ସେପ୍ଟେମ୍ବର-୨୦୨୪, ସୋମବାର


*_➡️୧-ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଲାଣି ମଣ୍ଠପ । ବନ୍ଧା ହେଲାଣି ତୋରଣ । ଶକ୍ତିପୀଠରେ ଚାଲିଛି ସ୍ବତନ୍ତ୍ର ରୀତିନୀତି । ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଡଶ ପୂଜାର ଷଷ୍ଠ ଦିନରେ ମନ୍ତ୍ରପାଠରେ ପ୍ରକମ୍ପିତ ଶକ୍ତିପୀଠ ।_*

*_➡️୨-ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଜମାଣି ମୈଦାନରେ 'ପରିବର୍ତ୍ତନ ସଭା'ରେ ଯୋଗଦେବେ l ମାଝଗାଓଁ ସ୍କୁଲ୍ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ l_*

*_➡️୩-ରାଜ୍ୟର ପ୍ରାୟ ୪୦ଲକ୍ଷ ମହିଳାଙ୍କୁ ଆସନ୍ତା ଅକ୍ଟୋବର ୯ତାରିଖରେ ସୁଭଦ୍ରା ଯୋଜନାରେ ୫ହଜାର ଟଙ୍କା ଲେଖାଏ ମିଳିବ। ଏନେଇ ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ l_*

*_➡️୪-ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା E-KYC ଏବେ ବନ୍ଦ ହେବନି। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କ E-KYC ସରିନି, ସେଯାଏଁ କାମ ଚାଲୁ ରହିବ l ଏନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।_*

*_➡️୫-ରାଜ୍ୟ ସରକାର ଆଇପିଏସ ସ୍ତରରେ କଲେ ବଡ଼ ଧରଣର ଅଦଳବଦଳ । ୨୨ ଜିଲ୍ଲାର ଏସପିଙ୍କୁ କଲେ ବଦଳି l ଟ୍ୱିନସିଟିକୁ ମିଳିଲା ନୂଆ କମିସନର । ପ୍ରତୀକଙ୍କ ସ୍ଥାନରେ ପିନାକଙ୍କୁ ମିଳିଲା ଦାୟିତ୍ୱ l_*

*_➡️୬-ଯାଜପୁର ଜିଲ୍ଲାର ବଡ଼ଚଣା ମାଟିରୁ ପୂର୍ବ ସରକାରଙ୍କୁ କଡ଼ା ଭାଷାରେ ସମା‌ଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଚୁର୍ଯ୍ୟ ଭରା ଅଞ୍ଚଳରେ ନଗଡ଼ା ଭଳି ଗାଁ, ଧର୍ମଶାଳାର ସ୍ମୀତାରାଣୀ ହତ୍ୟାକାଣ୍ଡ, ବିକାଶ ଆଳରେ ହରିଲୁଟ୍‌ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଲେ ଟାର୍ଗେଟ l_*

*_➡️୭-ଅକ୍ଟୋବର୨ରେ ଦେଖାଯିବ ବର୍ଷର ଶେଷ ସୂର୍ଯ୍ୟପରାଗ l ଏହି ସୂର୍ଯ୍ୟ ପରାଗ ସମ୍ପୂର୍ଣ୍ଣ ନ ହୋଇ ବଳୟାକାର ହେବ, ଯାହାକୁ ‘ରିଂ ଅଫ ଫାୟାର’ ବୋଲି ମଧ୍ୟ କୁହାଯାଏ।_*

*_➡️୮-ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟେର୍ନେଟ ସେବା ବନ୍ଦ କଟକଣା ବଢିଲା ଆଉ ୪୮ ଘଣ୍ଟା l ଏହି ହିଂସା ଘଟଣାରେ ୧୫ ଜଣ ହେଲେଣି ଗିରଫ l_*

*_➡️୯-ଖୋଲିବ ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପୂର୍ବତନ ପିଇଓ ସ୍ମୀତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ଫାଇଲ। ଗୋଟି ଗୋଟି କରି ସବୁ ଚିଠି ଖୋଲିବେ ସରକାର।_*

*_➡️୧୦-କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି।_*

*_➡️୧୧-ଜମ୍ମୁ ଓ କଶ୍ମୀରରେ ଏକ ନିର୍ବାଚନୀ ରାଲିବେଳେ ଅସୁସ୍ଥ ହୋଇପଡ଼ିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୋନ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।_*

*_➡️୧୨-ଭୟାବହ ହେଲା ନେପାଳ ବନ୍ୟା, ୧୨୦ ମୃତ, ଏବେ ବି ୬୦ ଜଣ ନିଖୋଜ l ହଜାର ହଜାର ଲୋକେ ଘର ଛାତମାନଙ୍କରେ ଆଶ୍ରୟ ନେଇଛନ୍ତି। ସବୁଠାରୁ ରୋଚକ କଥା ହେଉଛି ସେହି ରାଲିରେ ଖଡଗେ କହିଥିଲେ ଯେ ମୋଦୀଙ୍କୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ସେ ମରିବେ ନାହିଁ ।_*

*_➡️୧୩-ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ବୋଲି ବିବେଚନା କରାଯାଉଥିବା କୁମ୍ଭ ମେଳା ପାଇଁ ରେଳବାଇର ବ୍ୟାପକ ପ୍ରସ୍ତୁତି l କୁମ୍ଭମେଳା ୨୦୨୫ ପାଇଁ ଭକ୍ତଙ୍କ ପାଇଁ ରେକର୍ଡ ସଂଖ୍ୟକ ଟ୍ରେନ୍, ଉନ୍ନତ ଟ୍ରାକ୍ ଏବଂ ଉନ୍ନତ ସୁବିଧା ଯୋଗାଇବାକୁ ଭାରତୀୟ ରେଳ ପ୍ରସ୍ତୁତ l ଚାଲିବ ୯୯୨ଟି ସ୍ୱତନ୍ତ୍ର ଟ୍ରେନ୍ l_*

*_➡️୧୪-ଭୋଡାଫୋନ୍ ଆଇଡିଆ ଆଣିଲା ନିଜ ଗ୍ରାହକଙ୍କ ପାଇଁ ୧୭୫ ଟଙ୍କାର ନୂଆ ରିଚାର୍ଜ ପ୍ଲାନ୍ l ୧୭୫ ଟଙ୍କାର ନୂଆ ପ୍ଲାନ୍ ରେ ମିଳିବ ୧୫ ଓଟିଟି, ୪୦୦ ଟିଭି ଚ୍ୟାନେଲ ମାଗଣା l ଏହି ପ୍ଲାନର ବୈଧତା ୨୮ ଦିନ ରହିବ । ଏହା ସହିତ ପ୍ଲାନରେ ୧୦ ଜିବି ଡାଟା ମଧ୍ୟ ଫ୍ରି ମିଳିବ ।_*

*`➡️୧୫-ନିର୍ବାଚନ ପୂର୍ବରୁ ହରିୟାଣା ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବ ମନ୍ତ୍ରୀଙ୍କ ସମେତ ୮ ନେତା ହେଲେ ଦଳରୁ ନିଷ୍କାସିତ l_*

*_➡️୧୬-ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ୍ୟୁ ଘଟଣାରେ ଆସିଲା ଏକ ଚାଞ୍ଚଲ୍ୟକର ଖବର l ନସରଲ୍ଲା ଠିକଣା ବିଷୟରେ ଜଣେ ଇରାନ ଯାସୁସୁ ହିଁ ଇସ୍ରାଏଲକୁ ଖବର ଦେଇଥିବା ଜଣାପଡ଼ିଛି।_*

*_➡️୧୭-ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ କଲା ଦୁଇଟି ବଡ଼ ଧରଣର ଆକ୍ରମଣ l ଏହି ଆକ୍ରମଣରେ ଉଗ୍ରବାଦୀ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ସଂଗଠନ ଏବଂ ଅଲ୍ କାଏଦା ସହ ଜଡ଼ିତ ୩୭ ଜଣ ଆତଙ୍କବାଦୀ ହେଲେ ନିହତ l_*

*_➡️୧୮-ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍‌ର ନବମ ମୁକାବିଲାରେ ଖରାପ ଆଉଟ୍ ଫିଲ୍ଡ ପାଇଁ ରଦ୍ଦ ହେଲା କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଓ ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ୍ l_*

*_➡️୧୯-ଭାରତ ବିପକ୍ଷରେ ବାଂଲାଦେଶ ଟି-୨୦ ଦଳ ହେଲା ଘୋଷିତ l ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ଵାଲିୟରରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ।_*

*_➡️୨୦-ରାଉରକେଲା ଉପକନିଷ୍ଠ ବାଳିକା ରାଜ୍ୟ ହକି ପ୍ରତିଯୋଗିତା କ୍ବାର୍ଟର ଫାଇନାଲ ସୂଚୀ ହେଲା ଚୂଡ଼ାନ୍ତ । ଆଜି ସମସ୍ତ ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।_*

*_🔅ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ ପୋଡକାଷ୍ଟ ଦିବସ ll_*
*_🔅ଆଜି ବ୍ୟାଙ୍କର ବାର୍ଷିକ ହିସାବ ll_*
*_🔅ଆଜି ଜାତୀୟ ମାଇକ୍ରୋସେଫାଲୀ ସଚେତନତା ଦିବସ ll_*
*_🔅ଆଜି କମଳାରଙ୍ଗ ସାର୍ଟ ଦିବସ ll_*
*_🔅ଆଜି ନିନ୍ଦା ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024