୦୧-ଅକ୍ଟୋବର-୨୦୨୪,ମଙ୍ଗଳବାର

*_➡️୧-ଆସନ୍ତା ଅକ୍ଟୋବର ୫ ତାରିଖରେ ମିଳିବ ପିଏମ୍‌ କିଷାନ ଟଙ୍କା l ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇବେ ୨୦ ହଜାର କୋଟି ଟଙ୍କା, ଏହା ଯୋଜନାର ହେବ ୧୮ତମ କିସ୍ତି l_*

*_➡️୨-ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ଅନଲାଇନ୍‌ରେ ଆବେଦନ କରିବେ ହବିଷ୍ୟାଳୀ l_*

*_➡️୩-ଅକ୍ଟୋବର ୧୪ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ l ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।_*

*_➡️୪-ଆଜି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କଲା ଭୁବନେଶ୍ବର ପାଣିପାଗ ବିଭାଗ। ଆଜି ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ। ୨ ତାରିଖରେ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।_*

*_➡️୫-ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କଲେ ସରକାର l ଏଣିକି ବାପା ଠାରୁ ଭିନ୍ନେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର l_*

*_➡️୬-ନିଲାମ ହେବ ମହାପ୍ରଭୁଙ୍କ ଅର୍ପଣ ଚାଉଳ। ମହାପ୍ରସାଦ ପାଇଁ ଗଚ୍ଛିତ ମହାପ୍ରଭୁଙ୍କ ଅର୍ପଣ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ଶେଷରେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ। ଚାଉଳର ମାନ ସେତେଟା ଭଲ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି l_*

*_➡️୭-୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ l କହିଲେ ଝାଡ଼ଖଣ୍ଡରେ ବିରାଟ ପରିବର୍ତ୍ତନ ଆସିବା ସହ ରାଜ୍ୟର ବିକାଶ ପାଇଁ ଜନସାଧାରଣଙ୍କୁ ନେବାକୁ ହେବ ସଂକଳ୍ପ l_*

*_➡️୮-ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୫ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ l ଦୁର୍ଗାପୂଜା ଅଳ୍ପଦିନ ଥିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ l_*

*_➡️୯-କୋଲ୍‌ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ। ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ।_*

*_➡️୧୦-୭୪ ବର୍ଷୀୟ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌‌କେ ପୁରସ୍କାର ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ କଲେ ଘୋଷଣା l_*

*_➡️୧୧-ଦିଲ୍ଲୀର ଅନେକ ଅଞ୍ଚଳରେ ଜାରି ହେଲା ଧାରା୧୬୩ , ଏହା ଅକ୍ଟୋବର ୫ ପର୍ଯ୍ୟନ୍ତ ରହିବ ବଳବତ୍ତର l_*

*_➡️୧୨-ନଭେମ୍ବର ୨୬ ପର୍ଯ୍ୟନ୍ତ କଟକରେ ପାର୍ବଣ ସମୟରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାରଗନକୁ ହେଲା ସମ୍ପୂର୍ଣ୍ଣ ବାରଣ l କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡାକଡି ପାଳନ କରିବାକୁ ଜିଲାପାଳ ଦେଲେ ନିର୍ଦ୍ଦେଶ l_*

*_➡️୧୩-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ l MUDA ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା କଲା ରୁଜୁ l_*

*_➡️୧୪-ନେପାଳ ବନ୍ୟାରେ ଫଶି ରହିଥିବା ଭାରତୀୟଙ୍କ ପାଇଁ ଦୂତାବାସ ଜାରି କଲେ ହେଲ୍ପ ଲାଇନ ନମ୍ବର l ନେପାଳରେ ଭାରତୀୟ ନାଗରିକ ଯେଉଁମାନଙ୍କୁ ସହାୟତାର ଆବଶ୍ୟକତା ରହିଛି ସେମାନେ ଜୁରିକାଳୀନ ନମ୍ବର (ହ୍ୱାଟସଆପ ସହିତ) +୯୭୭-୯୮୫୧୧୦୭୦୨୧ (ଆଟେଚି କନସୁଲାର) ଓ +୯୭୭-୯୭୪୯୮୩୩୨୯୨ (ଏଏସଓ କନସୁଲାର)ଙ୍କୁ ଯୋଗାଯୋଗ କରିପାରିବେ।_* 

*_➡️୧୫-ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣି ଥରେ ମିଳିଲା ପାରୋଲ । ତାକୁ ୨୦ ଦିନର ପାରୋଲ ମିଳିଛି । ଦୁଇ ଶିଷ୍ୟଙ୍କୁ ଦୁଷ୍କର୍ମ ଅଭିଯୋଗରେ ରାମ ରହିମକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସେ ଜେଲ ଯିବା ପରେ ଏହା ହେଉଛି ୧୧ତମ ପାରୋଲ୍ ।_*

*_➡️୧୬-ପୃଥିବୀକୁ ମିଳିଲା ‘ମିନି ମୁନ୍‌’, ଏଣିକି ୨ ମାସ ପାଇଁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ l ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟରଏଡ୍ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି । ଏହା ଆଷ୍ଟରଏଡ୍‌ଟି ଚନ୍ଦ୍ର ଆଲୋକରେ ଆଲୋକିତ ହେବା ଫଳରେ ଏହା ଏକ ମିନି ଚନ୍ଦ୍ରର ଭ୍ରମ ସୃଷ୍ଟି କରିବ । ଏହି ଆଷ୍ଟରଏଡର ବ୍ୟାସ ମାତ୍ର ୧୦ ମିଟର (୩୩ ଫୁଟ୍‌) ରହିଛି ।_*

*_➡️୧୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ ହେଲେ କଥା l କହିଲେ ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ l ଭାରତ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ଫେରାଇ ଆଣିବା ପ୍ରୟାସର ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଟେ ।'_*

*_➡️୧୮-ରୋମାଞ୍ଚକ ମୋଡ଼ରେ କାନପୁର ଟେଷ୍ଟ l ଚତୁର୍ଥ ଦିନରେ ଦେଖିବାକୁ ମିଳିଲା ଜବରଦସ୍ତ ଆକ୍ସନ l ଭାରତ ବିସ୍ଫୋରକ ବ୍ୟାଟିଂ କରି ୨୮୫/୯ରେ ଇନିଂସ ସମାପ୍ତି ଘୋଷଣା ପରେ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୨୬ ରନ କରିଛି।_*

*_➡️୧୯-ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ଭାରତ ସରକାର ନେବେ ଅନ୍ତିମ ନିଷ୍ପତ୍ତି l ଏନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଦେଲେ ସୂଚନା l_*

*_➡️୨୦-୧୪୭ ବର୍ଷର ଟେଷ୍ଟ୍ ଇତିହାସରେ ଦ୍ରୁତତମ ୫୦ (୧୯ବଲ୍), ୧୦୦ (୬୨ ବଲ୍), ୧୫୦ (୧୧୨ ବଲ୍), ୨୦୦ (୧୪୮ ବଲ୍) ଓ ୨୫୦ (୧୮୩ ବଲ୍) ରନ୍ ହେଲା ସଂଗ୍ରହ l ଆଜି ପଞ୍ଚମ ତଥା ଶେଷ ଦିନର ଖେଳ ଉଭୟ ଦଳ ପାଇଁ ଆଶା ଓ ଆଶଙ୍କାଭରା ହେବାକୁ ଯାଉଛି।_*

*_🔅ଆଜି ନିଶା ମଙ୍ଗଳବାର ଓଷା ll_*
*_🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ll_*
*_🔅ଆଜି ବିଶ୍ୱ ସାକାହାରୀ ଦିବସ ll_*
*_🔅ଆଜି ଜାତୀୟ ସ୍ୱେଚ୍ଛାସେବୀ ରକ୍ତ ଦାନ ଦିବସ ll_*
*_🔅ଆଜିଠାରୁ ସ୍ତନ କର୍କଟ ସଚେତନତା ମାସ (01 ରୁ 31 ଅକ୍ଟୋବର) ll_*
*_🔅ଆଜି ଅନ୍ତର୍ଜାତୀୟ କଫି ଦିବସ ll_*
*_🔅ଆଜି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଜନ୍ମଦିନ ll_*
*_🔅ଆଜି ଶ୍ରୀ ଗୋବିନ୍ଦ ମହାରାଜ ମୃତ୍ୟୁ ବାର୍ଷିକୀ ll_*
*_🔅ଆଜି ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ITDC) ଫାଉଣ୍ଡେସନ୍ ଦିବସ ll_*
*_🔅ଆଜି ୟୁନିଅନ୍ ଜନସେବା ଆୟୋଗ ଫାଉଣ୍ଡେସନ୍ ଦିବସ ll_*
*_🔅ଆଜି ପୁରୁଣା ବ୍ୟକ୍ତିମାନଙ୍କର ଆନ୍ତର୍ଜାତୀୟ ଦିବସ ll_*
*_🔅ଆଜି ନାଇଜେରିଆର ଜାତୀୟ ଦିବସ ll_*
*_🔅ଆଜି ଆଜି ୨୨ତମ ସାମରିକ ନର୍ସିଂ ସେବା ଫାଉଣ୍ଡେସନ୍ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024