ଖବର ଆଜିର ତାରିଖ:୩୦/୦୯/୨୪, ସୋମବାର

 

୧-ଆଶାୟୀଙ୍କ ପାଇଁ ଖୁସିର ଖବର, ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।

୨-୪ ଦିନ ଧରି ଚାଲିଥିବା ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରବିବାର ଠାରୁ ରାଜ୍ୟରେ ରୋଗୀସେବା ସ୍ୱାଭାବିକ।

୩-ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ: ଦୁର୍ନୀତି ପାହାଡ଼ ଉପରେ ପାକ୍ସ ଓ ଲାମ୍ପ୍ସ।

୪-ଭୁବନେଶ୍ୱର:ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି।

୫-ଭୁବନେଶ୍ୱର: ଗ୍ରହଣ କରୁନାହାନ୍ତି ମିଲର: ଅଟକିଛି ୩୦ ଟ୍ରକ୍ ଝୋଟ ବ୍ୟାଗ୍।

୬-ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ।କିରଣ ବେଦୀଙ୍କ ଠାରୁ ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି।

୭-ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ, ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା।

୮-IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ ସିପି।

୯-ଖାଦ୍ୟ ସୁରକ୍ଷା ଯୋଜନାରେ 
ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ କଟିବ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ : ଯୋଗାଣ ମନ୍ତ୍ରୀ

୧୦-ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ।

୧୧-ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ:ଖାଦ୍ୟ ଯୋଗାଣ ମନ୍ତ୍ରୀ।

୧୨-ମନ୍ କି ବାତରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ମୋଦି, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ।

୧୩-ଅନୁଗୋଳ:ଛଅ ଟିକିଆ ହେବ ଅନୁଗୋଳ -ଛେଣ୍ଡିପଦା ରାସ୍ତା।

୧୪-ଓଦା ହେବ ଦଶହରା । ପୂଜା ବୁଲିବାରେ ଅଡୁଆ କରିପାରେ ବର୍ଷା,୪ରୁ ୧୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

୧୫-ଭୁବନେଶ୍ୱର:ନେତାଙ୍କୁ ‘ନିଗମ’ ଲଡୁ ଦେବେ ସରକାର । ଦଶହରା ପରେ ନିଗମ, ବୋର୍ଡରେ ନିଯୁକ୍ତି।

୧୬-ମାଲକାନଗିରି:ମାଓବାଦୀଙ୍କ ବୋମା ବିସ୍ଫୋରଣ, ୫ ସିଆରପିଏଫ ଯବାନ ଆହତ।

୧୭-ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ, ଦଶମ ସହିତ ITI କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

୧୮-ମଧ୍ୟପ୍ରଦେଶ:ପଥର ବୋଝେଇ ଡମ୍ପରକୁ ପିଟିଲା ବସ୍, ଚାଲିଗଲା ୬ ଜୀବନ।

୧୯-ନୂଆ ଦିଲ୍ଲୀ:ରବିବାର ମଧ୍ୟରାତ୍ରରୁ ଦେଖାଯିବ 'କ୍ଷୁଦ୍ର ଚନ୍ଦ୍ର'।

୨୦-କୋଲକାତାରୁ ହଟିବ ୧୫୦ ବର୍ଷ ପୁରୁଣା ଟ୍ରାମ୍ ସେବା।

୨୧-ଲେବାନନରେ ଘର ଛାଡିଲେ ୧୦ ଲକ୍ଷ ନାଗରିକ, ବିଧ୍ୱଂସ ଲିଳା ଦେଖି ମଧ୍ୟପ୍ରାଚ୍ୟ ତଟସ୍ଥ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024