୨୯-ସେପ୍ଟେମ୍ବର-୨୦୨୪, ରବିବାର


*_➡️୧-ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା । ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି । ବାରିପଦାରୁ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ l ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।_*

*_➡️୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକିଆ କାର୍ଯ୍ୟକ୍ରମ ମନ କି ବାତ୍ କାର୍ଯ୍ୟକ୍ରମରେ କଲେ ମତ ବିନିମୟ l ଏହା ତାଙ୍କର 114 ତମ ଅଧ୍ୟାୟ। ଏହି ମନ କି ବାତ କାର୍ଯ୍ୟକ୍ରମକୁ ହେଲା ଦଶ ବର୍ଷ ପୁରଣ l_*

*_➡️୩-ଏଥର ବର୍ଷାରେ ଭିଜିପାରେ ଦଶହରା । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ, ୪ ରୁ ୧୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା l_*

*_➡️୪-ମନ୍‌ କି ବାତ୍‌ରେ ମୟୂରଭଂଜ ଜିଲ୍ଲାର ଯୁବକ। ମୟୂରଭଂଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କର ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନଲାଇନରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍।_*

*_➡️୫-ଯାଜପୁର ବଡ଼ଚଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ଦଳୀୟ ନେତାଙ୍କୁ ଆହ୍ୱାନଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l_*

*_➡️୬-ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ, ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରିବାକୁ ହେଲା ଦାବି l ସୁଆର, ମହାସୁଆର ନିଯୋଗ ସାଧାରଣ ସଂପାଦକ କଲେ ଦାବି l_*

*_➡️୭-ଏଣିକି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ।_*

*_➡️୮-ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା ଚମ୍ପାପଡ଼ା ରାସ୍ତାରେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଆନ୍ଦୋଳନ ଜାରି l ୧୨ ଘଣ୍ଟା ହେଲା ପଡିଛି ମୃତଦେହ l_*

*_➡️୯-ଆବୁଧାବିରେ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି (IIFA) ଆୱାର୍ଡ କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ l ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ମିଳି ଥିବାବେଳେ ଯବାନ ସିନେମା ପାଇଁ ଶାହରୁଖ ଖାନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା l ସେହିପରି ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ ପାଇଁ ରାଣୀ ମୁଖାର୍ଜୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର l_*

*_➡️୧୦-ଚଳଚିତ୍ର ଭୁଲ ଭୁଲେୟାଁ ୩ର ପ୍ରଡକ୍ସନ୍ ଡିଜାଇନର୍ ରଜତ ପୋଦ୍ଦାରଙ୍କ ହେଲା ଦେହାନ୍ତ l ରଜତଙ୍କ ଦେହାନ୍ତ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।_* 

*_➡️୧୧-NTRଙ୍କ ସବୁଠୁ ବଡ ଓପନିଂ ଫିଲ୍ମ ‘ଦେବରା’, ପ୍ରଥମ ଦିନରେ ୱାର୍ଲ୍ଡ ୱାଇଡ୍ କଲେକସନ୍ କଲା ୧୪୫ କୋଟି l_*

*_➡️୧୨-ମହାକାଶରେ ଫସି ରହିଥିବା ସୁନିତା ଓ ବୁଚଙ୍କୁ ଆଣିବାକୁ ଗତକାଲି ଗଲା ସ୍ପେସ୍ କ୍ରାପ୍ଟ l ଯାନରେ ୪ ଜଣଙ୍କ ପାଇଁ ସ୍ଥାନ ରହିଥିବା ବେଳେ କିନ୍ତୁ ମାତ୍ର ଦୁଇଜଣ ଚଳିତ ଥର ଯାଇଛନ୍ତି । ଆଉ ଦୁଇଟି ଆସନ ଖାଲି ରହିଛି । ଯାନ ଫେରିବା ସମୟରେ ସୁନିତା ଓ ବୁଲଙ୍କୁ ସାଙ୍ଗରେ ଆଣିବେ । ତେବେ ବର୍ତ୍ତମାନ ସୁନିତା ଫେରିବାର ଯୋଜନା ନାହିଁ ।_*

*_➡️୧୩-କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଏରିସ୍ ଗାର୍ସେଟି l_*

*_➡️୧୪-ହରିଆଣାର ସୋନିପତର ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ l ଏକ ବେଆଇନ ବାଣ କାରଖାନାରେ ଦୁର୍ଘଟଣା ଯୋଗୁଁ ଚାଲିଗଲା ୩ ଜଣଙ୍କ ଜୀବନ। ଏଥିସହ ୭ ଜଣ ହେଲେ ଗୁରୁତର l_*

*_➡️୧୫-ନେପାଳରେ ପ୍ରକୃତିର ତାଣ୍ଡବ ଜାରି । ଲଗାଣ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି। ବ୍ୟାପକ ବିପର୍ଯ୍ୟୟ ହେତୁ ଏଯାଏଁ ୧୧୨ ଜଣଙ୍କର ହେଲାଣି ମୃତ୍ୟୁ l_*

*_➡️୧୬-ଜୀବାଷ୍ମ ବୈଜ୍ଞାନିକ କଲେ ରୋମାଞ୍ଚକର ଆବିଷ୍କାର । ମିଳିଲା ଉଦ୍ଭିଦ ଖାଉଥିବା ୭ ଲକ୍ଷ ବର୍ଷ ପୁରଣା ବିଶାଳ ଡାଇନୋସରର ଖପୁରୀ l ରିପୋର୍ଟ ଅନୁଯାୟୀ ଏହି ଅସ୍ଥି-ସଂଗ୍ରହ ଆବିଷ୍କାର ପ୍ରାୟ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା l_*

*_➡️୧୭-ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଭୀଷଣ ହେଲା ଯୁଦ୍ଧ ଆରମ୍ଭ l ଗତକାଲି ଆଇଡିଏଫ ହମଲାରେ ଲେବାବନର ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୯୫ଜଣ ଗୁରୁତର ଭାବେ ହେଲେ ଆହତ l_*

*_➡️୧୮-ହିଜବୁଲ୍ଲା ଆତଙ୍କୀ ସଂଗଠନର ନୂଆ ପ୍ରମୁଖ ନାଁ ହେଲା ଘୋଷଣା l ଆତଙ୍କୀ ସଂଗଠନର ମୁଖିଆ ହେଲେ ହାସିମ୍ ସଫିଦ୍ଦୀନ l ସଫିଦ୍ଦୀନ ଲେବାନନର ଜଣେ ପ୍ରମୁଖ ଲେବାନନୀ ମୌଲବୀ ଏବଂ ହିଜବୁଲ୍ଲାର ବରିଷ୍ଠ ନେତା l_*

*_➡️୧୯-ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ବି ହେଲା ରଦ୍ଦ l ଆଜି ବର୍ଷା ହୋଇ ନ ଥିଲେ ବି ଓଦା ଆଉଟ୍ ଫିଲ୍ଡ କାରଣରୁ ଖେଳ ହୋଇ ପାରି ନାହିଁ।_*

*_➡️୨୦-ରୋଗୀ ସେବା ପାଇଁ ଡାକ୍ତରୀ ପାଠ ପଢୁଥିବା ରାଜ୍ୟର ୧୧ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ଥର ପାଇଁ ଏସସିବିରେ ହେଲା ଚେସ ଚାମ୍ପିଅନସିପ୍ । ଏଥିରେ ୨୦ ଜଣ ଆଇଏମ ନର୍ମଧାରୀ ଚେସ ଖେଳାଳିଙ୍କ ସହ ମୋଟ ୭୦ ଜଣ ଖେଳାଳି ଭାଗ ନେଇ କଲେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ l_*

*_🔅ଆଜି ବିଶ୍ୱ ହୃଦୟ ଦିବସ ll_*
*_🔅ଆଜି କଖାରୁ ଦିବସ ll_*
*_🔅ଆଜି ବିଶ୍ୱ ସାମୁଦ୍ରିକ ଦିବସ ll_*
*_🔅ଆଜି ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ (ଭାରତ) ll_*
*_🔅ଆଜି ଆନ୍ତର୍ଜାତୀୟ ଖାଦ୍ୟ ହ୍ରାସ ଏବଂ ବର୍ଜ୍ୟବସ୍ତୁ ହ୍ରାସ ସଚେତନତା ଦିବସ ll_*
*_🔅ଆଜି ଯତିମହାଳୟା ll_*
*_🔅ଆଜି ଗୋଲ୍ଡ ଷ୍ଟାର ମାତୃ ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ କଫି ଦିବସ ll_*
*_🔅ଆଜି ବିଶ୍ୱ ନଦୀ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024