୦୧-ଅକ୍ଟୋବର-୨୦୨୪,ମଙ୍ଗଳବାର
*_➡️୧-ଆସନ୍ତା ଅକ୍ଟୋବର ୫ ତାରିଖରେ ମିଳିବ ପିଏମ୍ କିଷାନ ଟଙ୍କା l ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇବେ ୨୦ ହଜାର କୋଟି ଟଙ୍କା, ଏହା ଯୋଜନାର ହେବ ୧୮ତମ କିସ୍ତି l_* *_➡️୨-ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ଅନଲାଇନ୍ରେ ଆବେଦନ କରିବେ ହବିଷ୍ୟାଳୀ l_* *_➡️୩-ଅକ୍ଟୋବର ୧୪ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ l ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।_* *_➡️୪-ଆଜି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କଲା ଭୁବନେଶ୍ବର ପାଣିପାଗ ବିଭାଗ। ଆଜି ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ। ୨ ତାରିଖରେ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।_* *_➡️୫-ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କଲେ ସରକାର l ଏଣିକି ବାପା ଠାରୁ ଭିନ୍ନେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ...