୧୮-ଅଗଷ୍ଟ-୨୦୨୪, ରବିବାର



_➡️୧-ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା l ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ସୂଚନା l_

_➡️୨-ଏଣିକି ସବୁ ରାଜ୍ୟପ୍ରତି ଦୁଇ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ଦୁଇ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ।_

_➡️୩-ଆସନ୍ତା ୨୦ ତାରିଖରେ ଭୁବନେଶ୍ବରରେ ହେବ ବିଜେପିର ବିଶାଳ କର୍ମଶାଳା ୱାର୍କସପ୍। ପରେ ୨୨ରୁ ୨୪ ତାରିଖ ଯାଏଁ ଜିଲ୍ଲା ସ୍ତରରେ ଏବଂ ୨୫ରୁ ୨୭ ଯାଏଁ ମଣ୍ଡଳ ସ୍ତରରେ ହେବ କର୍ମଶାଳା l_

_➡️୪-ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର କରିବେ l_

_➡️୫-ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ହେବ ଡିଜେ ବନ୍ଦ । ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଦେଲେ ଏହି ସୂଚନା l ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ହେବ କାର୍ୟ୍ୟାନୁଷ୍ଠାନ l ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ ।_

_➡️୬-ନନ୍ଦନକାନନରେ ସିମ୍ପାଞ୍ଜି ପରିବାରର ମୁଖିଆ ୩୪ ବର୍ଷର ବୃଦ୍ଧ ‘ଜୁଲୁ’ ବଦହଜମିର ଶୀକାର ହୋଇ ପ୍ରବଳ ବାନ୍ତି ଲାଗି ରହିବାରୁ ହେଲା ଅତ୍ୟନ୍ତ ଦୁର୍ବଳ l ସେ ୧୨ ଛୁଆଙ୍କ ବାପା, ୩୦ ବର୍ଷର ସଂସାର l_

_➡️୭-ଆଉ ଏକ ମାଇଲ ଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ l ବୌଦ୍ଧକୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ l ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି।_

_➡️୮-ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ନବୀନ ନିବାସଠାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି କଲେ ଆଶୀର୍ବାଦ କାମନା l_

_➡️୯-ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ୨’ ସୃଷ୍ଟି କଲା ୫ ଟି ବଡ଼ ରେକର୍ଡ l ସ୍ତ୍ରୀ୨’ର ଉଦଘାଟନୀ ଦିନର ସଂଗ୍ରହ ୫୧.୮ କୋଟି ଟଙ୍କା ହୋଇଛି।_

_➡️୧୦-ବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ, ସେ ୭ ବର୍ଷ ୧୪୯ ଦିନ କ୍ରମାଗତ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ l_

_➡️୧୧-ବିଶ୍ବ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା।_

_➡️୧୨-କୋଲକାତାର ଆର୍‌ଡି କର ମେଡିକାଲ କଲେଜ୍ ଆଣ୍ଡ ହସ୍‌ପିଟାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଭାରତୀୟ ମେଡିକାଲ ସଂଘ(ଆଇଏମ୍‌ଏ)।_

_➡️୧୩-କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI। ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଲଜିକାଲ୍ ଟେଷ୍ଟ କରିବ CBI l ସେମିନାର୍ ହଲର 3D ଲେଜର୍ ସ୍କାନ୍ କରାଗଲା ।_

_➡️୧୪-କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ୫୮ ବର୍ଷ ବୟସରେ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହେଲା ପରଲୋକ l ସେ ଗତ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।_

_➡️୧୫-କରୋନା ଭଳି ମହାମାରୀ ହୋଇପାରେ ଏମ୍‌ପକ୍ସ: ୧୩ ଦେଶରେ ୧୪ ହଜାର ମାମଲା, ୫୪୨ ମୃତ୍ୟୁ l_

_➡️୧୬-ବାଂଲାଦେଶ ହିଂସାରେ ପ୍ରାୟ ୬୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଜାତିସଂଘର ସୁରକ୍ଷା ପରିଷଦରେ ହେଲା ଦାବି l_

_➡️୧୭-ଜେଲେନସ୍କିଙ୍କ ମାଷ୍ଟର ପ୍ଲାନରେ ଉଡ଼ିଲା ପୁଟିନଙ୍କ ହୋସ୍  , ୟୁକ୍ରେନରୁ ଫେରାଇ ଆଣିଲେ ହଜାରେ ସୈନିକ l_

_➡️୧୮-ଋଣଭୂମି ପାଲଟିଲା ତୁର୍କୀ ସଂସଦ । ପରସ୍ପରକୁ ମାଡମାରି ଲହୁଲୁହାଣ କଲେ ଶାସକ-ବିରୋଧୀ l_

_➡️୧୯-କୋଲକତା ସହରର ପରିସ୍ଥିତି ଠିକ ନଥିବାରୁ ଆଜି ହେବାକୁ ଥିବା ଡୁରଣ୍ଡକପ୍ ଫୁଟବଲ ମ୍ୟାଚ୍ ହେଲା ବାତିଲ l ଟୁର୍ଣ୍ଣାମେଣ୍ଟରେ ଆଜି ସନ୍ଧ୍ୟା ୭ଟାରେ ମୋହନବାଗାନ ସୁପର ଜାଏଣ୍ଟସ ଓ ଇମାମୀ ଇଷ୍ଟବେଙ୍ଗଲ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା l_

_➡️୨୦-ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ କୋଲକାତା ନାଇଟ୍ ରାଇଡର୍ସରୁ ପ୍ରତିବର୍ଷ ୨୫୦ରୁ ୨୭୦କୋଟି ଟଙ୍କା ରୋଜଗାର କରନ୍ତି। ଖେଳାଳି କିଣିବା ଏବଂ ପରିଚାଳନା ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ହେଉଥିବା ଜଣାପଡିଛି |_

*_🔅ଆଜି ଜନ୍ମ ନିୟନ୍ତ୍ରଣ ବଟିକା ଦିବସ ll_*
*_🔅ଆଜି ଖରାପ କବିତା ଦିବସ ll_*
*_🔅ଆଜି ଇଶ୍ବରଙ୍କ ପ୍ରାଧାନ୍ୟ ଦିବସ ll_*
*_🔅ଆଜି ଜାତୀୟ ଆଇସ୍କ୍ରିମ୍ ପିଠା ଦିବସ ll_*
*_🔅ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମୃତି ଦିବସ ll_*
*_🔅ଆଜି ଶିବ ପବିତ୍ରାରୋପଣ, ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll_*

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)