୨୨-ଅଗଷ୍ଟ-୨୦୨୪, ଗୁରୁବାର
*_➡️୧-ଦୀର୍ଘ ୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦିନିଆ ଗସ୍ତରେ କରିବେ ଦ୍ୱିପାକ୍ଷୀକ ଆଲୋଚନା l_*
*_➡️୨-ଆସନ୍ତା ଫେବୃଆରୀ ୧୫ତାରିଖରୁ ହେବ ଯୁକ୍ତ ଦୁଇ ପରୀକ୍ଷା l ସେହିପରି ଡିସେମ୍ବର ୨୬ରୁ ଜାନୁଆରୀ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା l ଏଥିର ବଦଳିଛି ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ମାର୍କରୁ ୨୪ମାର୍କ ରଖିଲେ ପିଲାଏ କରିବେ ପାସ୍ l_*
*_➡️୩-ବରିଷ୍ଠ ଆଇଏଏସ୍ ଅଫିସର୍ ସ୍ତରରେ ବଡଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ଜଣ ଆଇଏଏସ ଅଧିକାରୀଙ୍କୁ ସେମାନେ ପୂର୍ବରୁ ପାଇଥିବା ବିଭାଗ ସମେତ ଦିଆଗଲା ଅତିରିକ୍ତ ଦାୟିତ୍ୱ l_*
*_➡️୪-ସଂରକ୍ଷଣ ରାୟକୁ ବିରୋଧ କରି ହେଲା ୧୨ ଘଣ୍ଟିଆ ଭାରତ ବନ୍ଦ । ବିହାର, ଝାଡଖଣ୍ଡ, ରାଜସ୍ଥାନରେ ପଡିଲା ଅଧିକ ପ୍ରଭାବ l_*
*_➡️୫-କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଲାଗି ୨ ଦିବସୀୟ ଜମ୍ମୁ-କାଶ୍ମୀର ଗସ୍ତ କରିବେ।_*
*_➡️୬-ଇନ୍ଷ୍ଟାଗ୍ରାମ୍ରେ ମୋଦିଙ୍କୁ ପଛରେ ପକାଇଲେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର l ସେ ଏବେ ତାଙ୍କ ହରର ଓ କମେଡି ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି l ଫିଲ୍ମ ଟି ୬ ଦିନରେ ୨୫୦ କୋଟି ଟଙ୍କା ଆୟ କରିଛି।_*
*_➡️୭-ପୁରୀ ଠାରୁ ଅଳ୍ପ ଦୂରେ ଗୋପ ବ୍ଲକ ଛକ ନିକଟ, ବାୟାକୁଦା କେନାଲ ବ୍ରିଜ ଉପରେ ଫିଙ୍ଗିଦିଆଗଲା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ବଢିଲା ସନ୍ଦେହ, ଏହା ପରିକ୍ରିମା ପ୍ରକଳ୍ପ ପାଇଁ ସାରାରାଜ୍ୟରୁ ଭକ୍ତ ପଠାଇଥିବା ଅର୍ପଣ ଚାଉଳ ନୁହେଁ ତ ?_*
*_➡️୮-ଆଜି ଖଲ୍ଲିକୋଟ, ରାଇଘର ଓ ଭାପୁର ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ପଡ଼ିବ ଭୋଟ ; ପଞ୍ଚାୟତ ସମିତି ଦଖଲ ପାଇଁ ୩ ଦଳ ଚଳାଇଛନ୍ତି କସରତ l_*
*_➡️୯-କୋଣାର୍କରେ ପୁଣି ଆରମ୍ଭ ହେଲା ନୂତନ ସୂର୍ଯ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ। ମୂଳଦୁଆ ପକାଇଲେ ବାବା ପ୍ରସନ୍ନ ପାଟ୍ଟଶାଣୀ l_*
*_➡️୧୦-ବୃଦ୍ଧି ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି l ମିଲ୍ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଲେ ସୂଚନା l_*
*_➡️୧୧-ଓଡ଼ିଶାରେ ଛଅ ଗୋଟି ନୂତନ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l_*
*_➡️୧୨-ମମତା ଭରିଲେ ନାମାଙ୍କନ। ପୁଣିଥରେ ଯିବେ ରାଜ୍ୟସଭା। ଏଥର କିନ୍ତୁ ବିଜେଡି ନୁହଁ, ବିଜେପିରୁ ଯିବେ। ଓଡ଼ିଶାବାସୀଙ୍କ ପାଇଁ ସେ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରିବେ। ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ l_*
*_➡️୧୩-ମାଲକାନଗିରି ଜିଲା ପୋଲିସ ନିକଟରେ ଛତିଶଗଡ଼ ସୁକ୍ମା ଜିଲାର ଜଣେ ୨ ଲକ୍ଷ ପୁରସ୍କାର ଘୋଷିତ ନାବାଳକ ମାଓବାଦୀ ଗତକାଲି କଲେ ଆତ୍ମସମର୍ପଣ l_*
*_➡️୧୪-ଆରଜି କଲେଜ ହସ୍ପିଟାଲରେ ପୂର୍ବତନ ଡେପୁଟି ସୁପରିଟେଣ୍ଡଣ୍ଟ ଅଖତର ଅଲ୍ଲୀ କଲେ ସାଂଘାତିକ ଅଭିଯୋଗ । କହିଲେ ଅଚିହ୍ନା ଶବ ବିକ୍ରି କରୁଥିଲେ ପୂର୍ବତନ ପ୍ରିନ୍ସପାଲ l_*
*_➡️୧୫-ଆଜି ଦେଶବ୍ୟାପୀ ଇଡି ଅଫିସ୍ ଘେରିବ କଂଗ୍ରେସ ; ବିଭିନ୍ନ ସ୍ଥାନରୁ ଆସିବେ ୩୦ ହଜାର ଦଳୀୟ କର୍ମୀ l_*
*_➡️୧୬-୨୦୨୫ରେ ମହାକାଶକୁ ପ୍ରଥମ ଭାରତୀୟ ପଠାଇବ ଗଗନଯାନ ମିଶନ l ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ l_*
*_➡️୧୭-ଝାଡଖଣ୍ଡ ରାଜନୀତିରେ ଆସିଲା ବଡ ଖବର । ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ l_*
*_➡️୧୮-ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ୧୪ ଜଣଙ୍କର ହେଲା ମୃତ୍ୟୁ l_*
*_➡️୧୯-ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି l ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ମିଳିବ Z+ ସିକ୍ୟୁରିଟି l_*
*_➡️୨୦-ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି l ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ଓଡ଼ିଆ ଖେଳାଳି ଅମିତ୍ଙ୍କୁ ମିଳିଲା ୪ କୋଟି, ଗୋଲକିପର ଶ୍ରୀଜେସ୍ଙ୍କୁ ସ୍ବତନ୍ତ୍ରଭାବେ ୫୦ ଲକ୍ଷ ଟଙ୍କା ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ଦିଆଗଲା ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ।_*
*_🔅ଆଜି ଅଙ୍ଗାଭେଟ ତୃତୀୟା ll_*
*_🔅ଆଜିଠାରୁ ଶରତ ଋତୁ ଆରମ୍ଭ l_*
*_🔅ଆଜି ମାଡ୍ରାସ ଦିବସ ll_*
*_🔅ଆଜି ବିଶ୍ୱ ଦୁଗ୍ଧ ଶିଳ୍ପ ଦିବସ ll_*
Comments
Post a Comment