୨୭-ଅଗଷ୍ଟ-୨୦୨୪, ମଙ୍ଗଳବାର



*_➡️୧-କୃଷ୍ଣମୟ ସାରା ବିଶ୍ୱ, ଧରାବତରଣ କଲେ ପ୍ରଭୁ ଶ୍ରୀକୃଷ୍ଣ, ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ନନ୍ଦୋତ୍ସବ ନୀତି ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି l_*

*_➡️୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲି‌ଫୋନ କରି କଥାହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l ଉଭୟ ନେତାଙ୍କ ମଧ୍ୟରେ ୟୁକ୍ରେନ ସ୍ଥିତି, ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ସମେତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ହେଲା ଆଲୋଚନା l_*

*_➡️୩-ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି।_*

*_➡️୪-ଆଜିଠୁ ମରାହେବ ଦେଶୀ କୁକୁଡ଼ା ; ୩ଦିନରେ ପୋତାଗଲାଣି ୨୬ହଜାରରୁ ଅଧିକ କୁକୁଡା l ପୁରୀ ଜିଲ୍ଲା ପିପିଲିରେ ବ୍ଲାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଚାଲିଛି କୁକୁଡ଼ାମରା ଅଭିଯାନ।_*

*_➡️୫-ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ସୃଷ୍ଟି ହେବ ଲଘୁଚାପ। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ କଲା ଆଲର୍ଟ l_*

*_➡️୬-ଦୁଇ ଦିନ ବିରତି ପରେ ଆଜି ପୁଣିଥରେ ସରଗରମ ହେବ ବିଧାନସଭା, ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡ୍ ଲାଇନ୍ ପ୍ରସଙ୍ଗ l_*

*_➡️୭-ଆଜି ୧୨ ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ତେଲକୋଇରେ ଯାନବାହାନ ଚଳାଚଳ ବନ୍ଦ ରହିବ।_*

*_➡️୮-ଲକ୍ଷ୍ମୀ ବସସେବାକୁ ବିରୋଧ କରି ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ। ଲକ୍ଷ୍ମୀ ଏସି ବସ୍ ସେବା ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଲେ ଘରୋଇ ବସ୍ ମାଲିକ ସଂଘ।_*

*_➡️୯-୬ ହଜାର କୋଟି ଟଙ୍କାର ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାର ତଦନ୍ତ କରିବ ସିବିଆଇ। ଛତିଶଗଡର ପୂର୍ବତନ ସିଏମ୍‌ ଭୂପେଶ ବଘେଲଙ୍କ ନାଁରେ ଆସିଥିଲା ଅଭିଯୋଗ l_*

*_➡️୧୦-ସୋସିଆଲ୍‌ ମିଡିଆରେ ଚଳଚିତ୍ର ‘ଏମର୍ଜେନ୍ସି’ର ଟ୍ରେଲ୍‌ର ରିଲିଜ୍‌ ପରେ ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ମିଳିଲା ହତ୍ୟା ଧମକ।_*

*_➡️୧୧-ଜାତୀୟ ରାଜପଥ-୫୫ର ପ୍ରଶସ୍ତୀକରଣ ଏବଂ ଏହାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l_*

*_➡️୧୨-ବାର୍ଡଫ୍ଳୁ ଆତଙ୍କ ପାଇଁ ଓଡ଼ିଶା କୁକୁଡ଼ା ଯୋଗାଣ ଉପରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କଟକଣା ଜାରି l ଯାହାକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଲେ ।_*

*_➡️୧୩-ସବୁ ଚର୍ଚ୍ଚାରେ ହେଲା ଅନ୍ତ । ଖୁବଶୀଘ୍ର ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ସାକ୍ଷାତ ପରେ ଚମ୍ପାଇ ସୋରେନ୍‌ ବିଜେପିରେ ମିଶିବା ନେଇ ହେଲା ସ୍ପଷ୍ଟ l_*

*_➡️୧୪-ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶ ହେଲା ଜଳମଗ୍ନ l ୭ ଜଣ ଭାସିଗଲେ, ରେଡ୍‌ ଆଲର୍ଟ ଜାରି l ଆଜି ସ୍କୁଲ, କଲେଜ ହେଲା ଛୁଟି ଘୋଷଣା l_*

*_➡️୧୫-ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ 'ନବାନ୍ନ' ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି।_*

*_➡️୧୬-ଆମାଜନ୍‌ ଇଣ୍ଡିଆ ଏହାର ମାର୍କେଟ୍‌ ପ୍ଲେସ୍‌ରେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ସେଲିଂ ଫି’ କଲା କମ୍‌ । ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି’ ଫେଷ୍ଟିଭ୍‌ ସିଜନ୍‌ ପୂର୍ବରୁ ବିକ୍ରେତାମାନଙ୍କ ପାଇଁ ହେବ କମ୍‌ l_*

*_➡️୧୭-ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେଇ ନଥିବାରୁ ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ l_*

*_➡️୧୮-ପ୍ରଥମ ରାଜ୍ୟ ଭାବେ ନୂଆ ପେନସନ ଯୋଜନା ଲାଗୁ କରିବ ମହାରାଷ୍ଟ୍ର: କେନ୍ଦ୍ର ସରକାରଙ୍କ ଘୋଷଣାର ୨୪ ଘଣ୍ଟା ଭିତରେ ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ l_*

*_➡️୧୯-ଡେଙ୍ଗୁରୁ ସୁସ୍ଥ ହେବା ପରେ ଓଡ଼ିଶାର ଯୁବ ଧାବକ ବାପି ହାଁସ୍‌ଦା ଲିମାରେ ଆୟୋଜିତ ହେବାକୁ ଥିବା ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଦେଲେ ଯୋଗ l_*

*_➡️୨୦-ଜାମାଇକାର ମହାନ ଧାବକ ତଥା ବିଶ୍ବର ଦ୍ରୁତତମ ମାନବ ଉସେନ ବୋଲ୍ଟଙ୍କୁ ଚ୍ୟାଲେଞ୍ଜ୍ କଲେ ଗୋଉଟ୍‌ ଗୋଉଟ୍‌ ନାମକ ଜଣେ ୧୬ ବର୍ଷୀୟ ଅଷ୍ଟ୍ରେଲୀୟ କିଶୋର। ଖାଲି ଚ୍ୟାଲେଞ୍ଜ୍ କରି ନାହାନ୍ତି, ବରଂ ଅଳ୍ପକେ ବୋଲ୍ଟଙ୍କ ବିଶ୍ବ ରେକର୍ଡ ଭାଙ୍ଗିବାରୁ ହେଲେ ବଞ୍ଚିତ l_*

*_🔅ଆଜି କୃଷ୍ଣ ନବମୀ, ନନ୍ଦୋତ୍ସବ ll_*
*_🔅ଆଜି କଦଳୀ ପ୍ରେମୀ ଦିବସ ll_*
*_🔅ଆଜି ଜାତୀୟ ପେଟ୍ରୋଲିୟମ ଦିବସ ll_*
*_🔅ଆଜି ଟାର୍ଜନ ଦିବସ ll_*
*_🔅ଆଜି ପାର୍ଶ୍ୱ ଗାୟକ ଶ୍ରୀ ମୁକେଶ ସ୍ମୃତି ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024