୨୯-ଅଗଷ୍ଟ-୨୦୨୪, ଗୁରୁବାର
*_➡️୧-ଏଣିକି ଆନନ୍ଦବଜାର ଜଗିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ । ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦବଜାରରେ ବନ୍ଦ ହେବ ବାସି ଅବଢ଼ା । ମହାପ୍ରସାଦ ବିକି ପାରିବେନି ଅଣ-ସୂପକାର ।_*
*_➡️୨-ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଆକ୍ସନ ବ୍ୟାପକ ହେବ। ଏନେଇ ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l_*
*_➡️୩-ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ କୃଷକଙ୍କୁ ସଶକ୍ତ କରିବା ପାଇଁ ସିଏମ୍ କିଷାନ ଯୋଜନା l ଏହି ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨ହଜାର ଟଙ୍କା ଲେଖାଏ ହିସାବରେ ଦୁଇଟି କିସ୍ତିରେ ମୋଟ୍ ୪ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।_*
*_➡️୪-ଏଣିକି ଦେଶର ୧୦ଟି ସହରରେ ୧୨ଟି ଶିଳ୍ପ ସ୍ମାର୍ଟ ସହର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବକୁ ମିଳିଲା ଅନୁମୋଦନ l_*
*_➡️୫-ରାଜ୍ୟର ୭୩୦ ଚ୍ୟାନେଲର ଇ-ନିଲାମ କରାଯିବ। ଓଡିଶାର ବ୍ରହ୍ମପୁରରେ ୪ଟି, ବାଲେଶ୍ବର, ବାରିପଦା, ଭଦ୍ରକ, ପୁରୀ ଓ ସମ୍ବଲପୁରରେ ୩ଟି ଲେଖାଏଁ ଚ୍ୟାନେଲ ପାଇଁ ଇ-ନିଲାମ କରାଯିବ।_*
*_➡️୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୨୩୪ଟି ସହରରେ ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଆରମ୍ଭ କରିବା ପାଇଁ ମିଳିଲା ମଞ୍ଜୁରି l_*
*_➡️୭-ଓଡ଼ିଶାକୁ ମିଳିଲା ଆଉ ଦୁଇଟି ରେଳ ପ୍ରକଳ୍ପ l ସରଡେଗା-ଭାଲୁମୁଡ଼ା ରେଳ ଲାଇନ ଦୋହରୀକରଣ ଓ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ୍ କୁ ମିଳିଲା ମଞ୍ଜୁରି l_*
*_➡️୮-ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ ।_*
*_➡️୯-ପୁରୀ ଜିଲାରେ ବାର୍ଡ-ଫ୍ଲୁ ସ୍ଥିତି ଅଣାୟତ୍ତ, ନିମାପଡା ଓ ଡେଲାଙ୍ଗରୁ ନମୁନା ପଠାଗଲା ଭୋପାଳ l ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।_*
*_➡️୧୦-ଏମପକ୍ସ ପରୀକ୍ଷଣ ପାଇଁ ଭାରତ ପ୍ରଥମ ସ୍ୱଦେଶୀ ଆରଟି-ପିସିଆର କିଟ୍ କଲା ପ୍ରସ୍ତୁ । ଏହି କିଟ୍ ମାଧ୍ୟମରେ ଏମପକ୍ସ ଟେଷ୍ଟ ରିପୋର୍ଟ ମାତ୍ର ୪୦ ମିନିଟ ଭିତରେ ଆସିଯିବ ।_*
*_➡️୧୧-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ପ୍ରମୁଖ ମୋହନ ଭାଗବତଙ୍କୁ ମିଳିଲା ASL ସିକ୍ୟୁରିଟି l_*
*_➡️୧୨-AI ସପୋର୍ଟ ଥିବା ୧୦ଟି ନୂଆ ୱାଶିଂ ମେଶିନ୍ ଭାରତରେ ଲଞ୍ଚ କଲା ସାମସଙ୍ଗ l ସ୍ମାର୍ଟଫୋନ ଦ୍ୱାରା କଣ୍ଟ୍ରୋଲ ହେବ ଏହି ସବୁ ମେଶିନ୍ l ଯାହାର କ୍ଷମତା ୧୨ କେଜି ରହିଛି ।_*
*_➡️୧୩-ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗଦେବେ l ଗତକାଲି ସେ ଜେଏମଏମ ଦଳର ସମସ୍ତ ପଦରୁ ଦେଲେ ଇସ୍ତଫା l_*
*_➡️୧୪-ଗୁଜରାଟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗତ ଦୁଇଦିନ ମଧ୍ୟରେ ୧୬ଜଣଙ୍କର ଗଲାଣି ଜୀବନ l ୨୩,୮୭୧ ଲୋକଙ୍କୁ କରାଗଲା ସ୍ଥାନାନ୍ତର l ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କଲା ସତର୍କ l_*
*_➡️୧୫-ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍ତି ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଗତକାଲି କଲେ ଘୋଷଣା l_*
*_➡️୧୬-କାନାଡା ପରେ ଅଷ୍ଟ୍ରେଲିଆ ମଧ୍ୟ ଭାରତୀୟ ଛାତ୍ରମାନଙ୍କୁ ଦେଲେ ବଡ଼ ଝଟକା l ରେକର୍ଡ ସ୍ଥାନାନ୍ତରଣ ହେତୁ ପ୍ରପର୍ଟି ମୂଲ୍ୟ ବୃଦ୍ଧି ଯୋଗୁଁ ୨୦୨୫ ସୁଦ୍ଧା ଅନ୍ତର୍ଜାତୀୟ ଛାତ୍ର ନାମଲେଖା ସଂଖ୍ୟାକୁ ୨୭୦,୦୦୦ ପର୍ଯ୍ୟନ୍ତ ସୀମିତ କରିବ l_*
*_➡️୧୭-ପାକିସ୍ତାନର ଆତଙ୍କବାଦୀ ‘ଫରହତୁଲ୍ଲା ଘୋରୀ’ ଟେଲିଗ୍ରାମରେ ଏକ ଭିଡିଓ ଜାରି କରି ଭାରତର ପ୍ରମୁଖ ସହରରେ ଟ୍ରେନ୍ ଉପରେ ଆକ୍ରମଣ କରିବାକୁ ଦେଲା ଧମକ l ଭିଡିଓଟି ମେସେଜିଂ ପ୍ଲାଟଫର୍ମରେ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି l_*
*_➡️୧୮-୨୫୦ କିଲୋମିଟର ବେଗରେ ଜାପାନ ଆଡ଼କୁ ମାଡ଼ି ଆସୁଛି ଭୟଙ୍କର ବାତ୍ୟା, ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ହେଲା ନିର୍ଦ୍ଦେଶ l_*
*_➡️୧୯-ଚୀନର ହୁଲୁନବରଠାରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ହେଲା ଘୋଷଣା । ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।_*
*_➡️୨୦-ରଙ୍ଗାରଙ୍ଗ ପରିବେଶ ଏବଂ ଦିବ୍ୟାଙ୍ଗଙ୍କ ଅସାଧାରଣ ପ୍ରତିଭାର ବଳିଷ୍ଠ ନମୁନାର ପ୍ରତିଶ୍ରୁତି ବହନ କରି ଉଦ୍ଘାଟିତ ହେଲା ପ୍ୟାରିସ୍ ପାରାଲିମ୍ପିକ୍ସ l_*
*_🔅ଆଜି କାଳୀୟ ଦଳନ ଏକାଦଶୀ ll_*
*_🔅ଆଜି ଜାତୀୟ କ୍ରୀଡା ଦିବସ (ମେଜର ଧନଚାନ୍ଦଙ୍କ ଜନ୍ମଦିନ)ll_*
*_🔅ଆଜି ତେଲୁଗୁ ଭାଷା ଦିବସ ll_*
*_🔅ଆଜି ପରମାଣୁ ପରୀକ୍ଷଣ ବିରୋଧରେ ଆନ୍ତର୍ଜାତୀୟ ଦିବସ ll_*
*_🔅ଆଜି ଶ୍ରୀ ରାମକୃଷ୍ଣ ହେଗଡେ ଜୟନ୍ତୀ ll_*
*_🔅ଆଜି ବ୍ୟକ୍ତିଗତ ଅଧିକାର ଦିବସ ll_*
*_🔅ଆଜି ଲେମ୍ବୁ ରସ ଦିବସ ll_*
*_🔅ଆଜି ଜାତୀୟ ସ୍ୱିସ୍ ମଦ ଦ୍ରବ୍ୟ ଦିବସ ll_*
*_🔅ଆଜି ସାମୁଦ୍ରିକ କର୍ପସ ରିଜର୍ଭ ଜନ୍ମଦିନ ll_*
Comments
Post a Comment