୨୬-ଅଗଷ୍ଟ-୨୦୨୪, ସୋମବାର
_➡️୧-ଆଜି ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ। ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ l_
_➡️୨-ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।_
_➡️୩-ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି “ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭକାମନା। ଜୟ ଶ୍ରୀ କୃଷ୍ଣ!"_
_➡️୪-ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ । ୩ ଦିନିଆ ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ । ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ।_
_➡️୫-ଆଜି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ଆକଳନ । ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ହେଲା ଅରେଞ୍ଜ ୱାର୍ଣ୍ଣିଂ ଜାରି l ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଝାରସୁଗୁଡ଼ା l_
_➡️୬-ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନକୁ ପୁରିଲା ୫୦ବର୍ଷ l_
_➡️୭-ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ବିଧାୟକଙ୍କୁ ନବୀନ ପଟ୍ଟନାୟକ ଦେଲେ ଗୁରୁମନ୍ତ୍ର l_
_➡️୮-ଆଜି ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ, ଚଳଚଞ୍ଚଳ ଜଲେଶପଟା ଆଶ୍ରମ । ବିଭିନ୍ନ ଚର୍ଚ୍ଚ ଓ ମନ୍ଦିରରେ ହୋଇଛି ବ୍ୟାପକ ସୁରକ୍ଷା l କନ୍ଧମାଳ ଜିଲ୍ଲାରେ ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।_
_➡️୯-କୋଲକାତାରେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ହାତରେ ଲାଗିଲା ୫୩ଟି ପ୍ରମାଣ l_
_➡️୧୦-ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ୍ ୱିଲ୍ମୋର୍ ଫେବ୍ରୁଆରି ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ପୃଥିବୀକୁ ଫେରିବେ। ଏନେଇ ଆମେରିକାର ମହାକାଶ ଏଜେନ୍ସି ନାସା ଦେଲେ ସୂଚନା l_
_➡️୧୧-ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନ କେଳେଙ୍କାରୀ, ଇସ୍ତଫା ଦେଲେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ରଞ୍ଜିତ l_
_➡️୧୨-ପିପିଲିରେ ବାର୍ଡ-ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କଲା ପଶ୍ଚିମବଙ୍ଗ । କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଲା ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ୍ ।_
_➡️୧୩-ଭାରତରେ ଚିତା ବଂଶ ବୃଦ୍ଧି ନିମନ୍ତେ ଏଣିକି ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଅନ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଅଣାଯିବ ଚିତାବାଘ l ପୂର୍ବରୁ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ଅଣାଯାଇଥିଲା।_
_➡️୧୪-ଆଜି ଦିଲ୍ଲୀ ଗସ୍ତରେ ଯିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ବିଜେପି ନେତୃବୃନ୍ଦଙ୍କ ସହ ବୈଠକରେ ହେବେ ସାମିଲ l_
_➡️୧୫-ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶକଲା ବିଜେପି l_
_➡️୧୬-ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବ ସାଙ୍ଘାଇ ସମନ୍ବୟ ବୈଠକ l ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ଗସ୍ତ କରିବାକୁ କଲେ ନିମନ୍ତ୍ରଣ l ଗତ ଆଠ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଭାରତ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନ ନିମନ୍ତ୍ରଣ କରାଯାଇଛି।_
_➡️୧୭-ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଏକାଦଶତମ ସଂସ୍କରଣ ଆସନ୍ତା ମାସ ୧୩ ତାରିଖରୁ ଆରମ୍ଭ ହେବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ସଂଧ୍ୟା ୫ଟାରୁ ଖେଳାଯିବ।_
_➡️୧୮-ଓଡ଼ିଆ ଝିଅ ତନ୍ଭୀ ପତ୍ରୀ ରାଜ୍ୟ ଓ ଦେଶ ପାଇଁ ଆଣିଲେ ଗୌରବ । ସେ ଚୀନ୍ର ଚେଙ୍ଗଡୁରେ ଆୟୋଜିତ ଏସୀୟ କନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍) ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଜିତିଲେ ସ୍ବର୍ଣ୍ଣ ପଦକ l_
_➡️୧୯-ପୂର୍ବତନ ଭାରତୀୟ କ୍ରିକେଟ୍ ତାରକା ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିପାରେ ଦିଲ୍ଲୀ କ୍ୟାପିଟାଲ୍ସ l ଏଥିପାଇଁ ଯୁବରାଜଙ୍କ ସହ ଆଲୋଚନା ଚଳାଇଛି ଦିଲ୍ଲୀ କ୍ୟାପିଟାଲ୍ସ।_
_➡️୨୦-ପାକିସ୍ତାନରେ ବାଂଲାଦେଶର ଐତିହାସିକ ବିଜୟ: ୧୦ ୱିକେଟ୍ରେ ହାରିଲା ମାସୁଦଙ୍କ ଦଳ l ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ନଜମୁଲ ହୋସେନ୍ ସାଣ୍ଟୋଙ୍କ ଦଳ ୧-୦ରେ ହେଲା ଆଗୁଆ l_
*_🔅ଆଜି ଭଗବାନ ଶ୍ରୀକୃଷ୍ଣ ଜୟନ୍ତୀ / ଜନ୍ମଦିନ (ଜନ୍ମାଷ୍ଟମୀ) ll_*
*_🔅ଆଜି ମଦର ଟେରେସାଙ୍କ ଜନ୍ମଦିନ ll_*
*_🔅ଆଜି ଆନ୍ତର୍ଜାତୀୟ ମହିଳା ସମାନତା ଦିବସ ll_*
*_🔅ଆଜି ସଂଗୀତ ଯୋଗ ଦିବସ ll_*
*_🔅ଆଜି ଜାତୀୟ ଶୌଚାଳୟ କାଗଜ ଦିବସ ll_*
*_🔅ଆଜି ଶ୍ରୀ ଦୀନେଶ୍ୱର ମହାରାଜ ଜୟନ୍ତୀ ll_*
*_🔅ଆଜି ଶ୍ରୀମତୀ ମେନେକା ଗାନ୍ଧୀଙ୍କ ଜନ୍ମଦିନ ll_*
*_🔅ଆଜି ବିଶ୍ୱ ଆଫ୍ରିକୀୟ ବନ୍ୟ କୁକୁର ଦିବସ ll_*
Comments
Post a Comment