୨୫-ଅଗଷ୍ଟ-୨୦୨୪, ରବିବାର


*_➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ମହାରାଷ୍ଟ୍ର ଓ ରାଜସ୍ତାନ ଗସ୍ତ l ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେବା ସହିତ କରିବେ ସମ୍ବର୍ଦ୍ଧିତ l ସ୍ୱୟଂ ସହାୟତା ଗୋଷ୍ଠୀ (SHG)ଗୁଡ଼ିକ ପାଇଁ ୨୫ଶହ କୋଟିର ପ୍ୟାକେଜ୍ କରିବେ ଘୋଷଣା l_*

*_➡️୨-ଆଜି ହେଉଛି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି l କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ପାଳିବେ ଏହି ଓଷା l ଏହି ପୂଜାରେ ବିଶେଷ ଭାବରେ ଖୁଦ ଭଜା ମା ମଙ୍ଗଳାଙ୍କ ନିକଟରେ ପ୍ରସାଦ ଭାବରେ ସମର୍ପିତ କରାଯାଏ l_*

*_➡️୩-ସେପ୍ଟେମ୍ବର ୬ରୁ ଆରମ୍ଭ ହେବ +୨ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା l ୨୦ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୧ ରୁ ୨୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ ।_*

*_➡️୪-ଯୁକ୍ତ ତିନିରେ ନାମ ଲେଖାଇବା ନିୟମରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ପ୍ରଥମ ପର୍ଯାୟରେ ନାଁ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଯଦି ଚାହିଁବେ ତେବେ ୨ୟ ପର୍ୟ୍ୟାୟ ପାଇଁ ବି ଆବେଦନ କରି ପାରିବେ ।_*

*_➡️୫-‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମିଳିବ l ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ଦେବେ l ଗତ ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବା ହିତାଧିକାରୀ ପାଇବେ l_*

*_➡️୬-ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ୟୁନିଫାଏଡ ପେନସନ ସ୍କିମ୍‌କୁ ମିଳିଲା ମଞ୍ଜୁରୀ। ଏନେଇ କେନ୍ଦ୍ର କ୍ୟାବିନେଟ୍‌ରେ ମିଳିଲା ଅନୁମୋଦନ।_*

*_➡️୭-ଆଜିଠୁ ବଢିବ ବର୍ଷା : ୧୨ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି , ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା l_*

*_➡️୮-ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ l ରାଜ୍ୟ ସରକାର ଏଥିପାଇଁ ୮୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଝୁଲାପୋଲ ନିମାର୍ଣ ହେବ ବୋଲି କୁହାଯାଉଛି ।_*

*_➡️୯-Instagram ଲଞ୍ଚ କଲା ନୂଆ ଫିଚର l ଏଣିକି ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ ୨୪୦ କୋଟି ୟୁଜର୍ସ l ପୂର୍ବରୁ ପ୍ରୋଫାଇଲରେ କେବଳ ଫଟୋ ରଖିବାର ସୁବିଧା ରହିଥିବା ବେଳେ ଏବେ ସେଥିରେ ଗୀତ ରଖିବାର ସୁବିଧା ପାଇବେ ୟୁଜର୍ସ ।_*

*_➡️୧୦-ହାଉସ୍ ଫୁଲ୍ ସହ ସଫଳତାପୂର୍ବକ ଆଗେଇ ଚାଲିଛି ଫିଲ୍ମ 'ସ୍ତ୍ରୀ 2'। ରିଲିଜ୍ ହେବାର ସପ୍ତାହେ ମଧ୍ୟରେ 'ସ୍ତ୍ରୀ 2'ର ବକ୍ସ ଅଫିସ୍ କଲେକ୍ସନ 300 କୋଟି ଟଙ୍କା କଲା ପାର୍ ।_*

*_➡️୧୧-ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ "ମାଣ୍ଡିଆର ହାଣ୍ଡିଶାଳ" ର ଶୁଭ ଉଦଘାଟନ ସହିତ ହେଲା ଲୋଗୋ ଉନ୍ମୋଚନ l_*

*_➡️୧୨-ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ। ଚେନ୍ନାଇ ସ୍ଥିତ ଇଷ୍ଟକୋଷ୍ଟ ରୋଡରେ ଥିବା ମାରିନା ବେଳାଭୂମିରେ ଦେଶର ପ୍ରଥମ ପୁନଃବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ RHUMI-1ର ହେଲା ସଫଳ ଉତକ୍ଷେପଣ l_*

*_➡️୧୩-ସାମ୍ନାକୁ ଆସିବ କୋଲକାତା ସତ, ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ସମେତ ୭ ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ l_*

*_➡️୧୪-ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆସନ୍ତା ଡିସେମ୍ବରରେ ଜାରି ହେବ ନୂଆ ପଲିମର ପ୍ଲାଷ୍ଟିକ୍ ମୁଦ୍ରା ୫୦୦୦ ଟଙ୍କିଆ ନୋଟ୍ l_*

*_➡️୧୫-ରୁଷ-ୟୁକ୍ରେନ ମଧ୍ୟରେ ହେଲା ବଡ଼ ବୁଝାମଣା, ଅଦଳବଦଳ କଲେ ୧୧୫ ଲେଖାଏଁ ଯୁଦ୍ଧବନ୍ଦୀ l ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ରୁଷର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ୍ କଲା ରିପୋର୍ଟ l_*

*_➡️୧୬-ଋଷରେ ଏକ ଜେଲରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ହେଲେ ଆହତ l ସୂଚନା ଅନୁଯାୟୀ, ଜେଲରେ କଏଦୀଙ୍କ ମଧ୍ୟରେ ଏହି ହିଂସାତ୍ମକ ବିଦ୍ରୋହ ହୋଇଛି ।_*

*_➡️୧୭-SOSA ପ୍ରତିରକ୍ଷା ବୁଝାମଣା ଉପରେ ଭାରତ ଏବଂ ଆମେରିକା କଲେ ହସ୍ତାକ୍ଷର l ଏହି ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପରର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଉପକରଣ ଯୋଗାଣ କରିବେ ।_*

*_➡️୧୮-୪୦ ଲକ୍ଷରେ ବିକ୍ରି ହେଲା ବିରାଟ କୋହଲିଙ୍କ ଜର୍ସି l ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ବିପଲା ସଂଗଠନକୁ ସାହାଯ୍ୟ କରିବ ଏହି ନିଲାମ l_*

*_➡️୧୯-ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ନିଜକୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର୍‌ ଶିଖର ଧାୱନ୍‌।_*

*_➡️୨୦-ୟୁଏଇରେ ହେବ ପ୍ରବାସୀ ଓଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚଳିତ ବର୍ଷ ୧୮ଟି ଟିମ ଅଂଶଗ୍ରହଣ କରିବା ନେଇ ନିଆଗଲା ନିଷ୍ପତ୍ତି l_*

*_➡️୨୧-୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ କଲା ପରାସ୍ତ l_*

*_🔅ଆଜି ଖୁଦୁରୁକୁଣୀ ଓଷା ll_*
*_🔅ଆଜି ଭାନୁ ସପ୍ତମୀ ll_*
*_🔅ଆଜିଠାରୁ ଜାତୀୟ ଚକ୍ଷୁ ଦାନ ଜନସାଧାରଣ ସଚେତନତା ସପ୍ତାହ ll_*
*_🔅ଆଜି ପ୍ରତିଷ୍ଠାତା ଦିବସ ll_*
*_🔅ଆଜି ଚୁମ୍ବନ ଏବଂ ମେକ୍ ଅପ୍ ଦିବସ ll_*
*_🔅ଆଜି ଜାତୀୟ ଉଦ୍ୟାନ ସେବା ଦିବସ ll_*
*_🔅ଆଜି ବଳିଦାନ ଦିବସ ll_*

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 07.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

News Headlines from Business News Agencies 09.04.2025