୨୫-ଅଗଷ୍ଟ-୨୦୨୪, ରବିବାର


*_➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ମହାରାଷ୍ଟ୍ର ଓ ରାଜସ୍ତାନ ଗସ୍ତ l ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେବା ସହିତ କରିବେ ସମ୍ବର୍ଦ୍ଧିତ l ସ୍ୱୟଂ ସହାୟତା ଗୋଷ୍ଠୀ (SHG)ଗୁଡ଼ିକ ପାଇଁ ୨୫ଶହ କୋଟିର ପ୍ୟାକେଜ୍ କରିବେ ଘୋଷଣା l_*

*_➡️୨-ଆଜି ହେଉଛି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି l କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ପାଳିବେ ଏହି ଓଷା l ଏହି ପୂଜାରେ ବିଶେଷ ଭାବରେ ଖୁଦ ଭଜା ମା ମଙ୍ଗଳାଙ୍କ ନିକଟରେ ପ୍ରସାଦ ଭାବରେ ସମର୍ପିତ କରାଯାଏ l_*

*_➡️୩-ସେପ୍ଟେମ୍ବର ୬ରୁ ଆରମ୍ଭ ହେବ +୨ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା l ୨୦ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୧ ରୁ ୨୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ ।_*

*_➡️୪-ଯୁକ୍ତ ତିନିରେ ନାମ ଲେଖାଇବା ନିୟମରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ପ୍ରଥମ ପର୍ଯାୟରେ ନାଁ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଯଦି ଚାହିଁବେ ତେବେ ୨ୟ ପର୍ୟ୍ୟାୟ ପାଇଁ ବି ଆବେଦନ କରି ପାରିବେ ।_*

*_➡️୫-‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମିଳିବ l ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ଦେବେ l ଗତ ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବା ହିତାଧିକାରୀ ପାଇବେ l_*

*_➡️୬-ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ୟୁନିଫାଏଡ ପେନସନ ସ୍କିମ୍‌କୁ ମିଳିଲା ମଞ୍ଜୁରୀ। ଏନେଇ କେନ୍ଦ୍ର କ୍ୟାବିନେଟ୍‌ରେ ମିଳିଲା ଅନୁମୋଦନ।_*

*_➡️୭-ଆଜିଠୁ ବଢିବ ବର୍ଷା : ୧୨ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି , ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା l_*

*_➡️୮-ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ l ରାଜ୍ୟ ସରକାର ଏଥିପାଇଁ ୮୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଝୁଲାପୋଲ ନିମାର୍ଣ ହେବ ବୋଲି କୁହାଯାଉଛି ।_*

*_➡️୯-Instagram ଲଞ୍ଚ କଲା ନୂଆ ଫିଚର l ଏଣିକି ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ ୨୪୦ କୋଟି ୟୁଜର୍ସ l ପୂର୍ବରୁ ପ୍ରୋଫାଇଲରେ କେବଳ ଫଟୋ ରଖିବାର ସୁବିଧା ରହିଥିବା ବେଳେ ଏବେ ସେଥିରେ ଗୀତ ରଖିବାର ସୁବିଧା ପାଇବେ ୟୁଜର୍ସ ।_*

*_➡️୧୦-ହାଉସ୍ ଫୁଲ୍ ସହ ସଫଳତାପୂର୍ବକ ଆଗେଇ ଚାଲିଛି ଫିଲ୍ମ 'ସ୍ତ୍ରୀ 2'। ରିଲିଜ୍ ହେବାର ସପ୍ତାହେ ମଧ୍ୟରେ 'ସ୍ତ୍ରୀ 2'ର ବକ୍ସ ଅଫିସ୍ କଲେକ୍ସନ 300 କୋଟି ଟଙ୍କା କଲା ପାର୍ ।_*

*_➡️୧୧-ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ "ମାଣ୍ଡିଆର ହାଣ୍ଡିଶାଳ" ର ଶୁଭ ଉଦଘାଟନ ସହିତ ହେଲା ଲୋଗୋ ଉନ୍ମୋଚନ l_*

*_➡️୧୨-ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ। ଚେନ୍ନାଇ ସ୍ଥିତ ଇଷ୍ଟକୋଷ୍ଟ ରୋଡରେ ଥିବା ମାରିନା ବେଳାଭୂମିରେ ଦେଶର ପ୍ରଥମ ପୁନଃବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ RHUMI-1ର ହେଲା ସଫଳ ଉତକ୍ଷେପଣ l_*

*_➡️୧୩-ସାମ୍ନାକୁ ଆସିବ କୋଲକାତା ସତ, ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ସମେତ ୭ ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ l_*

*_➡️୧୪-ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆସନ୍ତା ଡିସେମ୍ବରରେ ଜାରି ହେବ ନୂଆ ପଲିମର ପ୍ଲାଷ୍ଟିକ୍ ମୁଦ୍ରା ୫୦୦୦ ଟଙ୍କିଆ ନୋଟ୍ l_*

*_➡️୧୫-ରୁଷ-ୟୁକ୍ରେନ ମଧ୍ୟରେ ହେଲା ବଡ଼ ବୁଝାମଣା, ଅଦଳବଦଳ କଲେ ୧୧୫ ଲେଖାଏଁ ଯୁଦ୍ଧବନ୍ଦୀ l ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ରୁଷର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ୍ କଲା ରିପୋର୍ଟ l_*

*_➡️୧୬-ଋଷରେ ଏକ ଜେଲରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ହେଲେ ଆହତ l ସୂଚନା ଅନୁଯାୟୀ, ଜେଲରେ କଏଦୀଙ୍କ ମଧ୍ୟରେ ଏହି ହିଂସାତ୍ମକ ବିଦ୍ରୋହ ହୋଇଛି ।_*

*_➡️୧୭-SOSA ପ୍ରତିରକ୍ଷା ବୁଝାମଣା ଉପରେ ଭାରତ ଏବଂ ଆମେରିକା କଲେ ହସ୍ତାକ୍ଷର l ଏହି ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପରର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଉପକରଣ ଯୋଗାଣ କରିବେ ।_*

*_➡️୧୮-୪୦ ଲକ୍ଷରେ ବିକ୍ରି ହେଲା ବିରାଟ କୋହଲିଙ୍କ ଜର୍ସି l ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ବିପଲା ସଂଗଠନକୁ ସାହାଯ୍ୟ କରିବ ଏହି ନିଲାମ l_*

*_➡️୧୯-ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ନିଜକୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର୍‌ ଶିଖର ଧାୱନ୍‌।_*

*_➡️୨୦-ୟୁଏଇରେ ହେବ ପ୍ରବାସୀ ଓଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚଳିତ ବର୍ଷ ୧୮ଟି ଟିମ ଅଂଶଗ୍ରହଣ କରିବା ନେଇ ନିଆଗଲା ନିଷ୍ପତ୍ତି l_*

*_➡️୨୧-୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ କଲା ପରାସ୍ତ l_*

*_🔅ଆଜି ଖୁଦୁରୁକୁଣୀ ଓଷା ll_*
*_🔅ଆଜି ଭାନୁ ସପ୍ତମୀ ll_*
*_🔅ଆଜିଠାରୁ ଜାତୀୟ ଚକ୍ଷୁ ଦାନ ଜନସାଧାରଣ ସଚେତନତା ସପ୍ତାହ ll_*
*_🔅ଆଜି ପ୍ରତିଷ୍ଠାତା ଦିବସ ll_*
*_🔅ଆଜି ଚୁମ୍ବନ ଏବଂ ମେକ୍ ଅପ୍ ଦିବସ ll_*
*_🔅ଆଜି ଜାତୀୟ ଉଦ୍ୟାନ ସେବା ଦିବସ ll_*
*_🔅ଆଜି ବଳିଦାନ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024