୨୪-ଅଗଷ୍ଟ-୨୦୨୪, ଶନିବାର
*_➡️୧-ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମସ୍ତକରେ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି l ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l_*
*_➡️୨-ସୁଭଦ୍ରା ଯୋଜନାକୁ ବାଜିଲା କ୍ୟାବିନେଟ୍ର ମୋହର । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ହେଲା ଧାର୍ଯ୍ୟ l ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା l_*
*_➡️୩-ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ରହିଛି ୫୫.୪ ପ୍ରତିଶତ l ଏହାସହ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଓପନ ସ୍କୁଲ ପରୀକ୍ଷାରେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି ।_*
*_➡️୪-୧୨ ଜଣିଆ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରରେ ସ୍ଥାନାନ୍ତର ହେଲା ରତ୍ନ ଭଣ୍ଡାର ସିନ୍ଦୁକ ଓ ଆଲମିରା, କାଠ କବାଟ କାଟି ବାହାରିଲା ସିନ୍ଦୁକ l ସମସ୍ତ ଅଳଙ୍କାର ଖଟ ସେଜଘର ଓ ଚାଙ୍ଗଡା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।_*
*_➡️୫-ୟୁକ୍ରେନରେ ଜେଲେନ୍ସ୍କିଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ମୋଦିଙ୍କୁ ଦେଖି ଭାବବିହ୍ଵଳ ହେଲେ ୟୁକ୍ରେନ ରାଷ୍ଟ୍ରପତି l ଉଭୟ ନେତା ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିହତ ପିଲାମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି l_*
*_➡️୬-ଭାରତର ଚନ୍ଦ୍ର ବିଜୟକୁ ପୁରିଲା ବର୍ଷେ l ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l_*
*_➡️୭-ଓଡ଼ିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ l ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l କିଛି ସ୍ଥାନରେ ପ୍ରବଳ ବର୍ଷିବ, ଆଜି ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ l_*
*_➡️୮-ଆସିବ ନୂଆ ଅବକାରୀ ନୀତି । ବନ୍ଦ ହେବ ଚୋରା ମଦ କାରବାର । ଏଣିକି ରାଜ୍ୟରେ ଡାନ୍ସ ବାର୍ ସମ୍ପୂର୍ଣ୍ଣ ହେବ ବନ୍ଦ l ସ୍କୁଲ , କଲେଜ, ମନ୍ଦିର ପାଖାପାଖି ରହିବନି ମଦ ଦୋକାନ l ଏନେଇ ଗୃହରେ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l_*
*_➡️୯-ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଗୋଟିଏ ବର୍ଷରେ ଦାନ ଆକାରରେ ମିଳିଲା ୩୬୩ କୋଟି ଟଙ୍କା । ବିଦେଶରୁ ୧୦.୪୩ କୋଟି ଟଙ୍କା ଦାନ ସ୍ୱରୂପ ମିଳିଥିବାବେଳେ ଚେକ୍ ଏବଂ ନଗଦ ଆକାରରେ ପ୍ରାୟ ୫୩ କୋଟି ଟଙ୍କା ମିଳିଛି । ମନ୍ଦିରରେ ରହିଥିବା ଦାନ ବାକ୍ସରୁ ପ୍ରାୟ ୨୪.୫୦ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୭୧ କୋଟି ଟଙ୍କା ଅନଲାଇନରେ ମିଳିଛି ।_*
*_➡️୧୦-ଔଷଧ କମ୍ପାନିଙ୍କୁ ଲାଗିଲା ବଡ଼ ଝଟକା, ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ ଭଳି ୧୫୬ଟି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର l_*
*_➡️୧୧-ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ୍ ଜାରି କଲେ ଉଚ୍ଚ ନ୍ୟାୟାଳୟ l ସ୍ଵାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର କରିଥିଲେ ଆବେଦନ l_*
*_➡️୧୨-ପଶ୍ଚିମବଙ୍ଗ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗରେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିଯୁକ୍ତ l ସଞ୍ଜୟ କହିବ କୋଲକାତା କାଣ୍ଡର କଳା କାହାଣୀ l_*
*_➡️୧୩-କୁତବ୍ ମୀନାରଠୁ ୩ଗୁଣା ଉଚ୍ଚ ‘ସ୍କାଏଡେକ୍’ l ବେଙ୍ଗାଲୁରୁରେ ନିର୍ମାଣ ହେବ ଦକ୍ଷିଣ ଏସିଆର ଉଚ୍ଚତମ ଟାଓ୍ବାର l ଏହାର ପାଖାପାଖି ଉଚ୍ଚତା ୨୫୦ ମିଟର ହେବ । ୫୦୦ କୋଟି ଟଙ୍କା ହେଲା ବ୍ୟୟ ବରାଦ l_*
*_➡️୧୪-୩ୟ ଥର ପାଇଁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ l_*
*_➡️୧୫-ମାର୍କେଟ ରେଗୁଲେଟର ସେବି ବ୍ୟବସାୟୀ ଅନିଲ ଅମ୍ବାନୀଙ୍କ ବିରୋଧରେ ଲଗାଇଲା ୨୫ କୋଟି ଟଙ୍କାର ଜୋରିମନା, ସେହିପରି ସେବି ତାଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ପ୍ରତିବନ୍ଧକ ଲଗାଇଛି।_*
*_➡️୧୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କଲେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍।_*
*_➡️୧୭-ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ନାମାଙ୍କନ ପ୍ରକ୍ରିୟା l ମୈଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଭର୍ସେସ୍ କମଲା ହାରିସ୍ l ଆସନ୍ତା ନଭେମ୍ବରରେ ଆମେରିକା ଦେଖିବ ରୋଚକ ନିର୍ବାଚନ ।_*
*_➡️୧୮-କ୍ରିକେଟ ଇତିହାସର ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ଏକ ନୂଆ ଘଟଣା ଦେଖିବାକୁ ମିଳିବ । ଦୁଇ ରାଷ୍ଟ୍ର ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୧୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ ।_*
*_➡️୧୯-ହତ୍ୟା ମାମଲାରେ ଫସିଲେ ବାଂଲଦେଶ କ୍ରିକେଟ ଟିମର ଚର୍ଚ୍ଚିତ ଚେହେରା ଶାକିବ୍ ଅଲ ହାସନ l ବାଂଲାଦେଶରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ଆନ୍ଦୋଳନକାରୀଙ୍କୁ ସେ ହତ୍ୟା କରିଥିବା ନେଇ ଥାନାରେ ହେଲା ଅଭିଯୋଗ । ଶାକିବଙ୍କ ସହ ୧୪୭ଜଣ ଏହି କେସ୍ରେ ଫସିଛନ୍ତି ।_*
*_➡️୨୦-ଅଷ୍ଟ୍ରେଲିଆ ମହିଳା ଅଣ୍ଡର -୧୯ ଦଳ ଖୁବ ଶୀଘ୍ର ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ସହିତ ଏକ ସିରିଜ୍ ଖେଳିବାକୁ ଯାଉଛି | ଟି -୨୦, ଟ୍ରାଇ ସିରିଜ୍ ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଖେଳାଯିବ |_*
*_🔅ଆଜି ଶ୍ରୀମନ୍ଦିରେ ରେଖା ପଞ୍ଚମୀ ll_*
*_🔅ଆଜି ଛୁରୀ ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ ଅଜବ ସଂଗୀତ ଦିବସ ll_*
*_🔅ଆଜି ପାଣିପାଗ ଅଭିଯୋଗ ଦିବସ ll_*
*_🔅ଆଜି କୋଲକାତାର ଜନ୍ମଦିନ / ବାର୍ଷିକୀ ଦିବସ (ନିଶ୍ଚିତ ହୋଇନାହିଁ) ll_*
*_🔅ଆଜି ଜାତୀୟ ପିଚ ପିଠା ଦିବସ ll_*
*_🔅ଆଜି ଅମର ସହିଦ ଶ୍ରୀ ରାଜଗୁରୁଙ୍କ ଜନ୍ମ ବାର୍ଷିକୀ ll_*
*_🔅ଆଜି ଶ୍ରୀ ବାଲଦେବ / ବଳରାମ ଜୟନ୍ତୀ (ଭାଦ୍ରାପଦ କୃଷ୍ଣ ଷଷ୍ଠୀ ) ll_*
*_🔅ଆଜି ବିଶ୍ୱ ଗୁଜରାଟୀ ଭାଷା ଦିବସ ll_*
Comments
Post a Comment