୨୩-ଅଗଷ୍ଟ-୨୦୨୪, ଶୁକ୍ରବାର
*_➡️୧-ୱାର୍ସଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କଲେ ମୋଦୀ l ଦୁଇ ନେତା କଲେ ପ୍ରତିନିଧିସ୍ତରୀୟ ଆଲୋଚନା l_*
*_➡️୨- ‘ରେଲଫୋର୍ସ-ୱାନ୍’ ଟ୍ରେନ ଯୋଗେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ନିମନ୍ତ୍ରଣରେ ଯୁଦ୍ଧଗ୍ରସ୍ତ କିଭରେ ଆଜି ପହଞ୍ଚିବେ ମୋଦୀ l ଜେଲେଂସ୍କିଙ୍କ ସହ ମୋଦିଙ୍କ ଏହା ଚତୁର୍ଥ ସାକ୍ଷାତ ହେବ। ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ମୋଦି କିଭରେ ୭ ଘଣ୍ଟା ବିତାଇବେ।_*
*_➡️୩-ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ଏହା ଶେଷ ହେବାକୁ ୧୮ ମାସ ଲାଗିପାରେ l ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କଲା ପ୍ରକାଶ l_*
*_➡️୪-ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି । ଆଉ ୧୦ଟି ସ୍ଥାନରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଥିବା ନେଇରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଦେଲେ ସୂଚନା l_*
*_➡️୫-ଗୋପାବନ୍ଧୁ ସାମ୍ବାଦିକା ସ୍ବାସ୍ଥ୍ୟ ବୀମା ଯୋଜନାର ନବୀକରଣ ୩୧ ଅଗଷ୍ଟ ୨୦୨୪ରେ ଶେଷ ହେବାକୁଥିବା ବେଳେ ଜାରି ରହିବ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ଏ ନେଇ ସବୁଜ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ l_*
*_➡️୬-ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ । ଆନ୍ଦୋଳନରୁ ଫେରି ଡ୍ୟୁଟି କରିବାକୁ ଚାହୁଁଥିବା ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଦେଲେ ନିର୍ଦ୍ଦେଶ l_*
*_➡️୭-ଲକ୍ଷ୍ମୀ ବସ୍। ଚାଲୁଛି କମ୍, ଝୁଣ୍ଟୁଛି ବେଶୀ। ଗାଡ଼ି ଗଡୁଛି ସତ, ହେଲେ ଯାତ୍ରୀ ମରୁଡ଼ି। ରାଜ୍ୟବ୍ୟାପୀ ସମାନ ଅବସ୍ଥା। ଗତ ୧୦ ମାସରେ ୩୭୪ କୋଟି କ୍ଷତି l_*
*_➡️୮-ଢେଙ୍କାନାଳ, ଆଠଗଡ଼, ଭୁବନେଶ୍ୱର ସମେତ ଏକସଙ୍ଗରେ ୮ଟି ହେଲା ସ୍ଥାନରେ ରେଡ୍ । ବନ ବିଭାଗ ଅଧିକାରୀ-ଢେଙ୍କାନାଳର କୁବେର ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ରଙ୍କ ଆଖି ଖୋସା ସଂପତ୍ତି ଓ ବିଳାଶୀ ସଉକ ଦେଖି ଅବାକ୍ ହେଲା ଭିଜିଲାନ୍ସ।_*
*_➡️୯-ଏଣିକି କ୍ଷୀର, ଦହି ଓ ଘିଅରେ ଲେଖାଯିବନି A1-A2 ଲେବଲ୍; ଲେଖା ବନ୍ଦ କରିବାକୁ କହିଲା FSSAI l_*
*_➡️୧୦-ସେପ୍ଟେମ୍ବର ୧୩ ଓ ୧୪ରେ ହେବ ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ମୁଖ୍ୟ ଲିଖିତ ପରୀକ୍ଷା l ଖୁବଶୀଘ୍ର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରୋଗ୍ରାମ ଜାରି କରାଯିବ ।_*
*_➡️୧୧-ବଢିଲା ଲୋକଙ୍କ ଟେନସନ୍, ଓଡ଼ିଶାରେ ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ବିପଦ। ଜିଲ୍ଲା ଗୁଡିକ ହେଉଛି, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।_*
*_➡️୧୨-ଓଡ଼ିଆ ପୁଅ ମହାକାଶ ବିଜ୍ଞାନୀ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ମିଳିଲା ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର l ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପ୍ରଦାନ l ୩୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।_*
*_➡️୧୩-ବିଶ୍ୱର ସବୁଠାରୁ ମଜଭୁତ ଫୁଡ୍ ଓ ଡାଏରୀ ବ୍ରାଣ୍ଡ୍ ହେଲା ଅମୁଲ; କମ୍ପାନୀକୁ ମିଳିଲା ଟ୍ରିପଲ ଏ (AAA+) ପ୍ଲସ୍ ରେଟିଂ l ପଛରେ ପଡ଼ିଲେ ଆମେରିକୀୟ କମ୍ପାନୀ l_*
*_➡️୧୪-କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଲେ ଚିଠି l ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ବିଷୟରେ ଅବଗତକରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କଲେ ଦାବି l_*
*_➡️୧୫-ଜାମ୍ମୁକାଶ୍ମୀର ରେ କଂଗ୍ରେସ ସହ ମେଣ୍ଟରେ ନିର୍ବାଚନ ଲଢିବ ନ୍ୟାସନାଲ କନଫରେନ୍ସ । ଫାରୁକ ଅବ୍ଦୁଲ୍ଲା କହିଲେ, ପ୍ରଥମେ ମେଣ୍ଟ, ପରେ ହେବ ଆସନ ବୁଝାମଣା l_*
*_➡️୧୬-ହ୍ବାଇଟ୍ ହାଉସ୍ ରେସରୁ ହଟିବେ ସ୍ବାଧୀନ ପ୍ରାର୍ଥୀ ରବର୍ଟ ଏଫ. କେନିଡି । ଚଳିତ ସପ୍ତାହରେ ସେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରି ଯିବେ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ନେଇ ଗତକାଲି ଏବିସି ନ୍ୟୁଜ୍ ସୂତ୍ରରୁ ମିଳିଲା ସୂଚନା l_*
*_➡️୧୭-ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ଭାରତ l ଏହି ସିରିଜ ଖେଳିବାକୁ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଭେନ୍ୟୁ ଓ ତାରିଖ କଲା ଘୋଷଣା l_*
*_➡️୧୮-ଦିଲ୍ଲୀର ଜଣେ କମ୍ପ୍ୟୁଟର ଟ୍ରେନର ଭାଙ୍ଗିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଗିନିଜ ୱାର୍ଲଡ ରେକର୍ଡ l ସଚିନ ତେନ୍ଦୁଲକରଙ୍କ ନାଁରେ ମୋଟ ୧୯ ଗିନିଜ ୱାଲର୍ଡ ରେକର୍ଡ ରହିଥିବା ବେଳେ ୨୦ତମ ଗିନିଜ ୱାର୍ଲଡ ରେକର୍ଡ କଲେ ବିନୋଦ ଚୌଧୁରୀ l ସେ ଆଖିରେ ପଟି ବାନ୍ଧି, ପାଟିରେ ବାଡ଼ି ଧରି, ନାକରେ ସବୁଠୁ ସ୍ପିଡ୍ ଟାଇପିଙ୍ଗ କରିବାର ରେକର୍ଡ କରିଛନ୍ତି ।_*
*_➡️୧୯-ମାତ୍ର ୨୪ବର୍ଷ ବୟସରେ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଦେଖାଇଥିବା ଷ୍ଟାର୍ ଟେବୁଲ୍ ଟେନିସ୍ ଖେଳାଳି ଅର୍ଚ୍ଚନା କାମଥ୍ ନେଲେ ସନ୍ନ୍ୟାସ l ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିବାକୁ କାମଥ୍ ଟି-ଟି ଛାଡ଼ିଥିବା କହିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସେ ଥିଲେ ଟପ୍ ପ୍ୟାଡଲର l_*
*_➡️୨୦-ୟୁଟ୍ୟୁବରେ ରୋନାଲ୍ଡୋ କଲେ ବିରଳ ରେକର୍ଡ, ଆକାଉଣ୍ଟ ଖୋଲିବାର ମାତ୍ର ୯୦ ମିନିଟରେ ହେଲେ ୧ ମିଲିୟନ ସବସ୍କ୍ରାଇବର l ବର୍ତ୍ତମାନ ରୋନାଲ୍ଡୋଙ୍କ ସସକ୍ରାଇବର ୧୮ ମିଲିୟନରୁ ଅଧିକା ହୋଇସାରିଲାଣି । ମାତ୍ର ୧୨ ଘଣ୍ଟାରେ ତାଙ୍କୁ ୟୁଟ୍ୟୁବ ତରଫରୁ ଗୋଲ୍ଡେନ ବଟନ ପ୍ରଦାନ କରାଯାଇଛି ।_*
*_🔅ଆଜି ଭାଇ ଦିବସ ll_*
*_🔅ଆଜି ଜାତୀୟ ଶସ୍ତା ବିମାନ ଦିବସ ll_*
*_🔅ଆଜି ଜାତୀୟ ସ୍ପଞ୍ଜ କେକ୍ ଦିବସ ll_*
*_🔅ଆଜି ୧୦୬ ତମ ଭାରତୀୟ ପାଣିପାଗ ବିଜ୍ଞାନୀ ଶ୍ରୀ ଆନ୍ନା ମଣିଙ୍କ ଜନ୍ମ ବାର୍ଷିକୀ ll_*
*_🔅ଆଜି ଇରାନ ର “ଜାତୀୟ ପ୍ରତିରକ୍ଷା ଶିଳ୍ପ ଦିବସ” ll_*
Comments
Post a Comment