୨୧-ଅଗଷ୍ଟ-୨୦୨୪, ବୁଧବାର


*_➡️୧-ଆଜି ଭାରତ ବନ୍ଦ ଡାକରା। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଅର୍ଥାତ୍ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଚାଲିଛି ଆନ୍ଦୋଳନ l_*

*_➡️୨-ଫେବୃଆରୀ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ବଦଳିଲା ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପିଲାଏ କରିବେ ପାସ୍ l_*

*_➡️୩-ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ହେବ ଅନୁଷ୍ଠିତ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।_*

*_➡️୪-ଇଣ୍ଟରନେଟ୍‌କୁ ନେଇ ନୂଆ ରେକର୍ଡ କଲା ଭାରତ l ଭାରତ ୭.୩ କୋଟି ଇଣ୍ଟରନେଟ୍ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିଥିବାବେଳେ ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସ ସଂଖ୍ୟାରେ କଲା ନୂଆ ରେକର୍ଡ । ଗୋଟିଏ ବର୍ଷରେ ୭.୮ କୋଟି ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିବା ପରେ ଦେଶରେ ଏହି ସଂଖ୍ୟା ୧୧୯.୯ କୋଟି ରେ ପହଁଚିଲା l_*

*_➡️୫-ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଠାରୁ ଓଡିଶାକୁ ଆଳୁ ରପ୍ତାନି ନେଇଁ ମିଳିଲା ସବୁଜ ସଂକେତ l ଓଡିଶାକୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ଆଳୁ ରପ୍ତାନି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ବଙ୍ଗୀୟ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ମହାସଚିବ ଲାଲୁ ମୁଖାର୍ଜୀ ଦେଲେ ସୂଚନା l_*

*_➡️୬-ପଳାଶୁଣି ରସୁଲଗଡ଼ ରାସ୍ତା ଜାମ୍ ଘଟଣାରେ ପଦକ୍ଷେପ ନେଲା କମିଶନରେଟ୍ ପୋଲିସ l ଏଣିକି ପାର୍କିଂ ନଥିଲେ ବନ୍ଦ ହେବ ସପିଂ ମଲ୍, BMCକୁ ଚିଠି ଲେଖିଲା କମିଶନରେଟ୍ ପୋଲିସ l_*

*_➡️୭-ରାଜ୍ୟରେ ଏକକୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧ତାରିଖରୁ ସଦସ୍ୟତା ଅଭିଯାନ ହେବ ଆରମ୍ଭ । ଉଭୟ ଅନଲାଇନ୍ ଓ ଅଫଲାଇନରେ ୪୫ଦିନ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ ।_*

*_➡️୮-ପଡୋଶୀ ଦେଶ ବାଂଲାଦେଶ, ପାକିସ୍ତାନ ଏବଂ ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ରୋଗ ଚିହ୍ନଟ ପରେ ଦେଶକୁ ଘାରିଲା ମଙ୍କିପକ୍ସ ଭୟ, ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ ଜାରି କଲେ କେନ୍ଦ୍ର ସରକାର l_*

*_➡️୯-ଗତ ୩ ବର୍ଷରେ, ଡାଇରେକ୍ଟ ଟୁ ହୋମ ବ୍ରୋଡକାଷ୍ଟିଂ ଯଥା DTH ଇଣ୍ଡଷ୍ଟ୍ରୀ ୭୬ ଲକ୍ଷ ଗ୍ରାହକଙ୍କୁ ହରାଇଲାଣି l ସୂଚନା ଅନୁସାରେ ୨୦୨୧ ମସିହା ଠାରୁ ଦେଶରେ ବର୍ଷକୁ ବର୍ଷ ୨୫ ଲକ୍ଷ ଡିଟିଏଚ୍ ଗ୍ରାହକ ହ୍ରାସ ପାଉଛନ୍ତି।_*

*_➡️୧୦-ଚଳଚିତ୍ର ପୁଷ୍ପା-୨ ସୁଟିଂରେ କୋରାପୁଟର ୫ଟି ଲୋକନୃତ୍ୟ ଦଳ କଲେ ଅଂଶଗ୍ରହଣ l ଏଥିରେ ପରଜା ରିଂଜୋଡି, ଦୁରୁଆ, କନ୍ଧ ଢ଼େମସା, ବଣ୍ଡା, କୋୟା ସଂପ୍ରଦାୟର ଲୋକନୃତ୍ୟ ଦଳକୁ ଏହି ଚଳଚ୍ଚିତ୍ରରେ ସାମିଲ କରାଯାଇଛି।_*

*_➡️୧୧-ପାକିସ୍ତାନୀ ସଂସଦରେ ମୂଷା ଆତଙ୍କଲାଗି ଏଣିକି ବିଲେଇ ମାନଙ୍କୁ କରାଯିବ ନିୟୋଜିତ l ଏହି ଯୋଜନାରେ କିଛି ସ୍ବତନ୍ତ୍ର ତାଲିମପ୍ରାପ୍ତ ବିଲେଇଙ୍କୁ ସଂସଦ କମ୍ପ୍ଲେକ୍ସରେ ରଖାଯିବ। ସେମାନେ ମୂଷାମାନଙ୍କୁ ଧରିବେ l ଯୋଜନା ପାଇଁ ୧.୨ ମିଲିୟନ୍ ଅର୍ଥାତ୍ ୧୨ ଲକ୍ଷ ଟଙ୍କା ବଜେଟ୍ ଆବଣ୍ଟନ କଲେ ପାକିସ୍ତାନର ନ୍ୟାସନାଲ ଆସେମ୍ବଲି l_*

*_➡️୧୨-ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱର ଟପ୍‌ ସେଣ୍ଟ୍ରାଲ ବ୍ୟାଙ୍କର ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ l ପାଇଲେ ରିପୋର୍ଟ କାର୍ଡ ୨୦୨୪ରେ A+ ରେଟିଙ୍ଗ । ସେ ମହଙ୍ଗା ଉପରେ କଣ୍ଟ୍ରୋଲ, ଇକୋନୋମିକ ଗ୍ରୋଥ, କରେନ୍ସିର ସ୍ଥାୟିତ୍ୱ ଏବଂ ସୁଧ ଦର ନିୟନ୍ତ୍ରଣ ପାଇଁ ଏହି ସମ୍ମାନ ପାଇଛନ୍ତି।_*

*_➡️୧୩-ରାଜସ୍ଥାନରୁ ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ, ଉପନିର୍ବାଚନ ପାଇଁ ୯ ପ୍ରାର୍ଥୀ ଘୋଷଣା କଲା ବିଜେପି l_*

*_➡️୧୪-ବିଶ୍ୱର ସବୁଠାରୁ ବୟସ୍କ ମହିଳାଙ୍କ ହେଲା ମୃତ୍ୟୁ । ସେ ଆମେରିକୀୟ ବଂଶୋଦ୍ଭବ ଥିଲେ ମଧ୍ୟ ସ୍ପେନରେ ରହୁଥିଲେ। ତାଙ୍କ ନାମ ମାରିଆ ବ୍ରାନ୍ୟାସ ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୧୧୭ ବର୍ଷ ବୟସ ହୋଇଥିଲା ।_*

*_➡️୧୫-ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଭାରତ ଗସ୍ତରେ ଆସି ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ l ”ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ।_*

*_➡️୧୬-ପୁଣିଥରେ ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା, ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ ମୁହାଁମୁହିଁ ହେଲା ଧକ୍କା l_*

*_➡️୧୭-ପାକିସ୍ତାନରେ ଉପୁଜିଲା ବାଂଲାଦେଶ ଭଳି ସ୍ଥିତି, ପ୍ରଧାନ ବିଚାରପତି କାଜି ଫୈଜ ଇସାଙ୍କ ମୁଣ୍ଡ କାଟିବା ପାଇଁ କୋଟିଏ ଟଙ୍କାର ଫତୱା ହେଲା ଜାରି l_*

*_➡️୧୮-ଆଗାମୀ ମହିଳା ଟି-୨୦ ବିଶ୍ୱକପ ୨୦୨୪ ଏବେ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ ହେବ ଆୟୋଜନ । ICC କଲା ଘୋଷଣା, ଏହା ଚଳିତ ବର୍ଷ ଅକ୍ଟୋବରରେ କରାଯିବ ।_*

*_➡️୧୯-ଆଜି ଓଡିଶା ଆସିବେ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ l ଭୁବନେଶ୍ୱରେ ହେବ ବିଶାଳ ରୋଡ ଶୋ’ l ପରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ।_*

*_➡️୨୦-ଭାଙ୍ଗିଲା ଭାରତୀୟ ଅଲ୍‌ରାଉଣ୍ଡର୍‌ ଯୁବରାଜ ସିଂହଙ୍କ ରେକର୍ଡ l ସାମୋଆର ଡାରିୟସ୍‌ ଭିସେର୍‌ ଭାନୁଆତୁ ବିପକ୍ଷ ୨୦୨୬ ବିଶ୍ବକପ୍‌ ରେଜିଓନାଲ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମୁକାବିଲାରେ ଗୋଟିଏ ଓଭରରୁ ୩୯ ରନ୍ ଆଦାୟ କରି ରେକର୍ଡକୁ ନିଜ ନାମ‌ରେ କଲେ ସାମିଲ l_*

*_🔅ଆଜି ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ ll_*
*_🔅ଆଜି ବୁଧିବାମନ ଓଷା ll_*
*_🔅ଆଜି କବି ଦିବସ ll_*
*_🔅ଆଜି ବରିଷ୍ଠ ନାଗରିକ ଦିବସ ll_*
*_🔅ଆଜି ଛେଳି ଦିବସ ll_*
*_🔅ଆଜି ଇଣ୍ଟରନେଟ୍ ସେଲ୍ଫ୍ କେୟାର ଦିବସ ll_*
*_🔅ଆଜି ଆତଙ୍କବାଦ ପୀଡିତଙ୍କୁ_*
      *_ଆନ୍ତର୍ଜାତୀୟ ସ୍ମୃତି ଦିବସ ଏବଂ ଶ୍ରଦ୍ଧାଞ୍ଜଳି ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024